ବଢିଲା ସର୍ବନିମ୍ନ ମଜୁରୀ, ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି
Advertisement
Article Detail0/zeeodisha/odisha2156144

ବଢିଲା ସର୍ବନିମ୍ନ ମଜୁରୀ, ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି

ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।  ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ ।

ବଢିଲା ସର୍ବନିମ୍ନ ମଜୁରୀ, ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।  ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ ।

ଅଣକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କାକୁ, କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କାକୁ ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକ ମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା  ଲକ୍ଷ ଲକ୍ଷ ଶ୍ରମିକ ଉପକାର ପାଇବେ ।

Also Read- Adani Group: କ୍ଷତି ସହିଲା ଆଦାନୀ ଗ୍ରୁପ୍, ଜାଣନ୍ତୁ ସେୟାର ବଜାର ହାଲଚାଲ୍

Also Read- Crime News: ଦୟା ନଦୀ କୂଳରେ କାହା କଙ୍କାଳ?