Odisha News: ଜାଣନ୍ତୁ ମାସିକ କେତେ ବଢିଲା ନର୍ସିଂ, ଫାର୍ମାସି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ତ
Advertisement
Article Detail0/zeeodisha/odisha2041547

Odisha News: ଜାଣନ୍ତୁ ମାସିକ କେତେ ବଢିଲା ନର୍ସିଂ, ଫାର୍ମାସି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ତ

Odisha News: ନର୍ସିଂ, ଫାର୍ମାସି ଓ ଆଲାଏଡ଼ ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ତ ମଧ୍ଯ ବୃଦ୍ଧି ହୋଇଛି । ୫ଟି ଅଧ୍ଯକ୍ଷ ଭି.କେ ପାଣ୍ତିଆନ (v k pandian) ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ (Berhampur MKCG) ପରିଦର୍ଶନରେ ଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ ଷ୍ଟାଇପେଣ୍ତ ବୃଦ୍ଧି ନେଇ ଅନୁରୋଧ କରିଥିଲେ ।

ସୌ(ସୋସିଆଲ ମିଡିଆ)

Odisha News: ମେଡ଼ିକାଲ ଛାତ୍ରଛାତ୍ରୀଙ୍କ (Medical Student) ମାସିକ ଷ୍ଟାଇପେଣ୍ତ (Stipend) ବଢାଇଲେ ରାଜ୍ୟ ସରକାର (Odisha Government) । ନର୍ସିଂ, ଫାର୍ମାସି ଓ ଆଲାଏଡ଼ ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ତ ମଧ୍ଯ ବୃଦ୍ଧି ହୋଇଛି । ୫ଟି ଅଧ୍ଯକ୍ଷ ଭି.କେ ପାଣ୍ତିଆନ (v k pandian) ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ (Berhampur MKCG) ପରିଦର୍ଶନରେ ଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ ଷ୍ଟାଇପେଣ୍ତ ବୃଦ୍ଧି ନେଇ ଅନୁରୋଧ କରିଥିଲେ ।

ଛାତ୍ରଛାତ୍ରୀଙ୍କ ଅନୁରୋଧ ପାଇବା ପରେ ବୁଧବାର ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଉନ୍ନତ ସେବା ପାଇଁ ପ୍ରେତ୍ସାହନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନା ଅନୁଯାୟୀ, ଏଏନଏମ୍ ଛାତ୍ରଛାତ୍ରୀଙ୍କ ୨୦୦୦ ଟଙ୍କା, BSC ନର୍ସିଂ (ଇଣ୍ଟର୍ନସିପ୍) ୫ ହଜାର, କ୍ଲିନିକାଲ ସାଇକୋଲେଜି (ଏମ.ଫିଲ) ୧୦ ହଜାର ଓ ସାଇକାଟ୍ରିକ୍ ସୋସିଆଲ ୱାର୍କ (ଏମ୍.ଫିଲ) ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଉପରୋକ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ, ଡି. ଫାର୍ମା ପାଇଁ ମାସିକ ୨୫୦ ଟଙ୍କା, ଏଏମଏମ୍ ପାଇଁ ୧୦୦୦ ଟଙ୍କା, ବିଏସସି (ଏନ) ଇଣ୍ଟର୍ନସିପ୍ ୨୫୦୦ ଟଙ୍କା, କ୍ଲିନିକାଲ ସାଇକୋଲୋଜିରେ ଏମଫିଲ୍ ପାଇଁ ୭୦୦୦ ଟଙ୍କା ଓ ମାନସିକ ସାମାଜିକ କାର୍ଯ୍ୟରେ ଏମଫିଲ୍ ପାଇଁ ୭୦୦୦ ଟଙ୍କା ହିସାବରେ ଷ୍ଟାଇପେଣ୍ତ ରାଶି ପ୍ରଦାନ କରାଯାଉଥିଲା । ଏହି ଷ୍ଟାଇପେଣ୍ତ ବୃଦ୍ଧି ଛାତ୍ରଛାତ୍ରୀଙ୍କୁ ଲୋକଙ୍କ ଉନ୍ନତମାନର ସେବା ଯୋଗାଇବା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

Also Read-Corona virus: କାୟା ମେଲାଉଛି ମହାମାରୀ, ୨୪ ଘଣ୍ଟାରେ ଗଲାଣି ୫ ଜୀବନ