Pension increased: ନିର୍ମାଣ ଶ୍ରମିକଙ୍କ ପେନ୍‌ସନ୍ ବଢାଇଲେ ରାଜ୍ୟ ସରକାର
Advertisement
Article Detail0/zeeodisha/odisha2139431

Pension increased: ନିର୍ମାଣ ଶ୍ରମିକଙ୍କ ପେନ୍‌ସନ୍ ବଢାଇଲେ ରାଜ୍ୟ ସରକାର

Pension increased: ନିର୍ମାଣ ଶ୍ରମିକମାନଙ୍କ ପାଇଁ ଖୁସି ଖବର । ମିଳୁଥିବା ପେନ୍‌ସନକୁ ଡବଲ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଧିବଦ୍ଧଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ‘ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କ ପେନ୍‌ସନ୍ ବଢିଛି ।

ସୂଚନାଯୋଗ୍ୟ, ୬୦ ବର୍ଷ ଅତିକ୍ରମ କରିଥିବା ନିର୍ମାଣ ଶ୍ରମିକମାନେ ପୂର୍ବରୁ ୫୦୦ ଟଙ୍କା ପାଉଥିଲେ କିନ୍ତୁ ବର୍ତ୍ତମାନ ସେମାନଙ୍କୁ ପେନସନ୍ ବାବଦକୁ ୧୦୦୦ ଟଙ୍କା ମିଳିବ । ୮୦ ବର୍ଷରୁ ଅଧିକ ନିର୍ମାଣ ଶ୍ରମିକମାନେ ପୂର୍ବରୁ ୭୦୦ ଟଙ୍କା ପାଉଥିବା ସମୟରେ ବର୍ତ୍ତମାନ ସେମାନଙ୍କୁ ୧୨ଶହ ଟଙ୍କା ମିଳିବ । ଫେବୃଆରୀ ୨୦୨୪ରୁ ପିଛିଲା ଭାବେ ଲାଗୁ କରାଯାଇ ଏହି ପେନସନ୍ ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ କରାଯିବ । ଏଥିପାଇଁ ଆବଶ୍ୟକୀୟ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରିବ ।

Also Read- Ollywood News: ମାର୍ଚ୍ଚ ୭ରେ ଆସୁଛି ଓଲିଉଡ୍ କୁଇନ୍ ବର୍ଷାଙ୍କ 'ବସ୍'

Also Read- Ketu Nakshatra Gochar 2024: କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିର ଫିଟିବ ଭାଗ୍ୟ