Odisha News: ବବି ଦାସଙ୍କୁ ନାଉରି ନାୟକଙ୍କ କଡ଼ା ଜବାବ, କହିଲେ...
Advertisement
Article Detail0/zeeodisha/odisha2197470

Odisha News: ବବି ଦାସଙ୍କୁ ନାଉରି ନାୟକଙ୍କ କଡ଼ା ଜବାବ, କହିଲେ...

Odisha News: ପ୍ରଣବ ପ୍ରକାଶ ଦାସଙ୍କ ପୋଷ୍ଟର ଉତ୍ତର ରଖିଲେ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ନାଉରି ନାୟକ । ନାଉରି ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ପ୍ରଣବ ବାବୁ ଆପଣ କ୍ରୀତଦାସ ମାନସିକତା ରଖି ଓଡ଼ିଆ ତଥା ଓଡ଼ିଶାର ସ୍ୱାଭିମାନ ପ୍ରତି ଆଖି ବୁଜିଦେଇଛନ୍ତି । ନିଜେ ଆଗ କ୍ରୀତଦାସ ମାନସିକତାରୁ ବାହାରକୁ ବାହାରନ୍ତୁ' ।

Odisha News: ବବି ଦାସଙ୍କୁ ନାଉରି ନାୟକଙ୍କ କଡ଼ା ଜବାବ, କହିଲେ...

Odisha News: ପ୍ରଣବ ପ୍ରକାଶ ଦାସଙ୍କ ପୋଷ୍ଟର ଉତ୍ତର ରଖିଲେ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ନାଉରି ନାୟକ । ନାଉରି ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ପ୍ରଣବ ବାବୁ ଆପଣ କ୍ରୀତଦାସ ମାନସିକତା ରଖି ଓଡ଼ିଆ ତଥା ଓଡ଼ିଶାର ସ୍ୱାଭିମାନ ପ୍ରତି ଆଖି ବୁଜିଦେଇଛନ୍ତି । ନିଜେ ଆଗ କ୍ରୀତଦାସ ମାନସିକତାରୁ ବାହାରକୁ ବାହାରନ୍ତୁ । ଆପଣଙ୍କ ୨୫ ବର୍ଷ ସରକାର ନିଜ ବିଫଳ ରୂପାନ୍ତରଣକୁ ଲୁଚାଇବାକୁ ଯେତେ ଚେଷ୍ଟା କଲେ ବି ତାହା କେବେ ବି ଲୁଚିବନି । ଆଜି ରାଜ୍ୟରେ ସାଧାରଣ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି’।

 ‘କେଉଁଠି ପିଇବା ପାଣି ମିଳୁନି ତ କେଉଁଠି ଲୋକମାନେ ଡାକ୍ତରଖାନାରେ ସ୍ଵାସ୍ଥ୍ୟସେବାରୁ ବଞ୍ଚିତ ଅଛନ୍ତି । ଗଣମାଧ୍ୟମରେ ନିତିଦିନ ରୋଗୀମାନେ ଓ ପ୍ରସୂତି ମହିଳା ମାନେ ଖଟିଆରେ ନିଆଯାଉଥିବା ପ୍ରକାଶ ପାଉଛି । ନିକଟରେ କୁଚିଣ୍ଡା ସିମେଲବାହାଲ ଗାଁ ସମେତ ଯୁଯୁମୁରା ବ୍ଲକ ବେଲପାଣି ଗାଁ ସମେତ ଅନେକ ଅଞ୍ଚଳରେ ରୋଗୀଙ୍କୁ ଭାରରେ ଓ ଖଟିଆରେ ନେବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ରାଜ୍ୟବାସୀଙ୍କୁ ବ୍ୟତିବ୍ୟସ୍ତ କରିଛି । ଓଡ଼ିଶାର ଶିଶୁମାନେ ଅପପୁଷ୍ଟିର ଶୀକାର ହେଉଛନ୍ତି । ଆପଣଙ୍କ ଜିଲ୍ଲା ନଗଡାରେ ଆଜି ବି ଲୋକମାନେ ଜର୍ଜରିତ ଅବସ୍ଥାରେ ଅଛନ୍ତି ଓ ସେମାନେ କେଉଁ ଅବସ୍ଥାରେ ଅଛନ୍ତି, ଆପଣମାନେ କେବେ ଭାବିଛନ୍ତି କି? ରାଉରକେଲା, ସମ୍ବଲପୁର ପରେ ବୁର୍ଲାରେ ହଇଜାରେ ଲୋକ ମୃତ୍ୟୁବରଣ କଲାବେଳେ ଆଜି ଆପଣଙ୍କ ପୁରୁଣା ଗୃହ ଜିଲ୍ଲା କଟକରେ ମଧ୍ୟ ଜଣ୍ଡିସ ବ୍ୟାପିବାର ଖବର ଆସିଛି। ଭୁବନେଶ୍ୱର ଓ କଟକରେ ଡ୍ରେନରେ ପଡ଼ି ଲୋକମାନେ ମୃତ୍ୟୁବରଣ କରୁଛନ୍ତି । ୨୫ ବର୍ଷର ରୂପାନ୍ତରଣର ଉପଲବ୍ଧି କ’ଣ ଏସବୁ?

ସୂଚନା ଥାଉକି, ମଙ୍ଗଳବାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପ୍ରଣବ ପ୍ରକାଶ ‘ଏକ୍ସ’ରେ ପୋଷ୍ଟ କରି କହିଥିଲେ, ‘ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ-୫୫ର ଦୁରବସ୍ଥା ଯୋଗୁଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ଯାଇଛି’। ଏହା କାହା ପାଇଁ ଓ କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ ଘଟିଗଲା ବୋଲି ପ୍ରଣବ ପ୍ରଶ୍ନ କରିଥିଲେ। ‘୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ଧର୍ମେନ୍ଦ୍ର ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ। ଏହାଠାରୁ ବଡ଼ ବିଫଳତା ଆଉ କ’ଣ ହୋଇପାରେ ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । ଯେଉଁମାନଙ୍କର ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି କେଉଁ ମୁହଁ ନେଇ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ ? କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ୧୦ ବର୍ଷର ବିଫଳତାର ଚିଠା ସମ୍ବଲପୁରବାସୀଙ୍କ ପାଖରେ ଅଛି । ଜନସାଧାରଣ ଆପଣଙ୍କୁ ଉଚିତ୍ ଜବାବ ଦେବେ’ ।