Nua O Scholarship 2024: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଆଜି ତିନି ଜିଲ୍ଲାର ଛାତ୍ରଛାତ୍ରୀ ପାଇବେ ଟଙ୍କା
Advertisement
Article Detail0/zeeodisha/odisha2128985

Nua O Scholarship 2024: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଆଜି ତିନି ଜିଲ୍ଲାର ଛାତ୍ରଛାତ୍ରୀ ପାଇବେ ଟଙ୍କା


Odisha News: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉଚ୍ଚ ଶିକ୍ଷାରେ ଅର୍ଥ ଆଉ ସାଜିବନି ବାଧକ। ନୂଆ-ଓ ଛାତ୍ରବୃତ୍ତି ହେବ ସହାୟକ।   ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା  'ନୂଆ-ଓ ଛାତ୍ରବୃତ୍ତି ' ଆଜିଠୁ ବିତରଣ କରାଯିବ।  

Nua O Scholarship 2024: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଆଜି ତିନି ଜିଲ୍ଲାର ଛାତ୍ରଛାତ୍ରୀ ପାଇବେ ଟଙ୍କା

Odisha News: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉଚ୍ଚ ଶିକ୍ଷାରେ ଅର୍ଥ ଆଉ ସାଜିବନି ବାଧକ। ନୂଆ-ଓ ଛାତ୍ରବୃତ୍ତି ହେବ ସହାୟକ।  ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା  'ନୂଆ-ଓ ଛାତ୍ରବୃତ୍ତି ' ଆଜିଠୁ ବିତରଣ କରାଯିବ।  ଏହି କ୍ରମରେ ପ୍ରଥମେ ଏହି ଛାତ୍ରାବୃତ୍ତିକୁ ରାଜ୍ୟ ସରକାର ଆଜି ସମ୍ବଲପୁର, ଦେବଗଡ ଓ ଅନୁଗୁଳ ଜିଲ୍ଲାରେ  ବିତରଣ କରିବେ ।

 

ସୂଚନା ଅନୁସାରେ, ନିକଟରେ ନବୀନ ସରକାର ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ନେଇ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ, ଏହି ନିସ୍ପତି ସମ୍ପର୍କରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ତିଆନ୍ ଯାଜପୁରରେ 'ନୂଆ-ଓ' କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ । ତେବେ, ଏହି ଛାତ୍ରବୃତ୍ତି ୪ ଲକ୍ଷ ଛାତ୍ରଛାତ୍ରୀ ପାଇବେ ଏବଂ ଏଥିରୁ ୩୫ ହଜାର ପିଜି ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇବେ । ତେବେ,   ଏହି ଯୋଜନା ମାଧ୍ୟମରେ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଓ  ଛାତ୍ରମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡିଛି ।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  'ନୂଆ-ଓ' ଛାତ୍ରାବୃତ୍ତି ସିଧାସଳଖ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯିବ । ଏଥିପାଇଁ ଛାତ୍ରଛାତ୍ରୀମାନେ ନିଜ ଆକାଉଣ୍ଟ ନମ୍ବର ସହ କଲେଜରେ ଫର୍ମ ପୂରଣ କରିଛନ୍ତି । ତେବେ ସରାକାରୀ କର୍ମଚାରୀ ଏବଂ ଆୟକର ଦେଉଥିବା ଅଭିଭାବକଙ୍କ ପିଲାମାନଙ୍କୁ ଏହି ଛାତ୍ରବୃତ୍ତି ମିଳିବ ନାହିଁ ସରକାର କହିଛନ୍ତି।