Express train stopped: ଯାନ୍ତ୍ରିକ୍ ତ୍ରୁଟି ଯୋଗୁଁ ସଇଁତଲାରେ ୨ ଘଣ୍ଟା ଅଟକିଲା ଇପ୍ସାତ ଏକ୍ସପ୍ରେସ
Advertisement
Article Detail0/zeeodisha/odisha1802174

Express train stopped: ଯାନ୍ତ୍ରିକ୍ ତ୍ରୁଟି ଯୋଗୁଁ ସଇଁତଲାରେ ୨ ଘଣ୍ଟା ଅଟକିଲା ଇପ୍ସାତ ଏକ୍ସପ୍ରେସ

Express train stopped:  ଟ୍ରେନରେ ଯାନ୍ତ୍ରିକ୍ ତ୍ରୁଟି ଥିବା ଜାଣିବା ପରେ ମଧ୍ଯ ରେଳ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇନଥିଲା ଯାହା ଫଳରେ ଯାତ୍ରୀଙ୍କୁ ଅଜଥାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିବା ଅଭିଯୋଗ ହୋଇଛି । 

ସୌ(ସୋସିଆଲ ମିଡିଆ)

Express train stopped: ଯାନ୍ତ୍ରିକ୍ ତ୍ରୁଟି ଯୋଗୁଁ ଅଟକିଲା ଏକ୍ସପ୍ରେସ ଟ୍ରେନ୍ । ବଲାଙ୍ଗୀର ଜିଲ୍ଲା ସଇଁତଲା (Balangir saintala station) ନିକଟରେ ପାଖାପାଖି ୨ ଘଣ୍ଟା ୯ ମିନିଟ୍ ଧରି ଏକ୍ସପ୍ରେସ ଟ୍ରେନଟି ଅଟକିବା ପରେ ପୁନଃ ଚଳାଚଳ ଆରମ୍ଭ କରିଥିଲା । ସୂଚନା ଥାଉ କି, କଣ୍ଟାବାଞ୍ଜିରୁ (kantabanji) ହାୱଡ଼ା (Howrah) ଯିବା ସମୟରେ ଏହି ଇସ୍ପାତ ଏକ୍ସପ୍ରେସ ଟ୍ରେନଟି ସଇଁତଲାରେ ଅଟକି ଯାଇଥିଲା । ଏଥିରେ ଯାନ୍ତ୍ରିକ୍ ତ୍ରୁଟି ଥିବା ଜଣାପଡ଼ିବା ପରେ ରେଳ ବିଭାଗ ପକ୍ଷରୁ ଏହାର ମରାମତି କରାଯାଇଥିଲା । ସେପଟେ ଟ୍ରେନ୍ ବିଳମ୍ବ ହେବା ଯୋଗୁଁ ବହୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ଟ୍ରେନରେ ଯାନ୍ତ୍ରିକ୍ ତ୍ରୁଟି (Mechanical fault) ଥିବା ଜାଣିବା ପରେ ମଧ୍ଯ ରେଳ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇନଥିଲା ଯାହା ଫଳରେ ଯାତ୍ରୀଙ୍କୁ ଅଜଥାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉ କି, ଏହି ଟ୍ରେନଟି ପ୍ରତିଦିନ ଭୋର ୫ଟାରୁ କଣ୍ଟାବାଞ୍ଜିରୁ ବାହାରି ରାତି ପ୍ରାୟ ୯ଟାରେ ହାୱଡ଼ା ଷ୍ଟେସନରେ (Howrah station) ପହଁଞ୍ଚିଥାଏ । କିନ୍ତୁ ରବିବାର ଦିନ ସକାଳେ ଟ୍ରେନଟି କଣ୍ଟାବାଞ୍ଜିରୁ ବାହାରି ବଲାଙ୍ଗୀର ସଇଁତଲାରେ ପହଁଞ୍ଚିବା ପରେ ସେଠାରେ ଆଉ ଆଗକୁ ଗଡ଼ିନଥିଲା । ପରେ ଏହି ଟ୍ରେନରେ ଯାନ୍ତ୍ରିକ୍ ତ୍ରୁଟି ଥିବା ଜଣାପଡ଼ିଥିଲା ।

ସେପଟେ ଗତକାଲି ଅର୍ଥାତ୍ ଶନିବାର ଦିନ ପୁଣି ଏକ ଟ୍ରେନ୍ ଅଘଟଣ ସାମ୍ନାକୁ ଆସିଥିଲା । ଝାରସୁଗୁଡ଼ା (Jharsuguda) ଆଡୁ ଟାଟା ନଗର (Tata Nagar Station) ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରେନ୍ ରାଉରକେଲା ବାସନ୍ତୀ କଲୋନୀ (Rourkela Basanti colony) ଓଭର ବ୍ରିଜ ନିକଟରେ ଡ଼ବାରୁ ଅଲଗା ହୋଇଯାଇଥିଲା । ପାଖାପାଖି ତିନି କିଲୋମଟର ଯିବା ପରେ ଇଞ୍ଜିନଟି ଡବାରୁ ଅଲଗା ହୋଇଥିବା ଜଣାପଡ଼ିଥିଲା । ଏନେଇ ଜଣାପଡିବା ପରେ ଇଞ୍ଜିନଟି ପଛକୁ ଫେରିଥିଲା । ପରେ ଛାଡ଼ି ଯାଇଥିବା ଡବାକୁ ନେଇ ଟ୍ରେନଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ରେଳ କର୍ମଚାରୀଙ୍କୁ ଘେରିଥିଲେ । ଯଦି ଏହା ଏକ ଯାତ୍ରାବାହୀ ଟ୍ରେନ୍ ହୋଇଥାଆନ୍ତି ତାହାଲେ କ’ଣ ହୋଇଥାଆନ୍ତା ବୋଲି ଏଠାରେ ପ୍ରଶ୍ନ ଉଠୁଛି।  ସେହିପରି ନିକଟରେ ଭୁବନେଶ୍ବର ବାଣୀବିହାର ଷ୍ଟେସନ ନିକଟରେ ମଧ୍ଯ ଏହି ସମାନ ଘଟଣା ଦେଖିବାକୁ ମିଳିଥିଲା । ରେଳ ବିଭାଗର ଢିଲା ମନୋବୃତ୍ତି ଯୋଗୁଁ ରାଜ୍ୟରେ ବାରମ୍ବାର ଏଭଳି ଟ୍ରେନ୍ ଅଘଟଣ ସାମ୍ନାକୁ ଆସୁଥିବା ଅଭିଯୋଗ ହୋଇଛି ।

Also Read-Road Accident: ତିର୍ଥଯାତ୍ରୀ ବସକୁ ପିଟିଲା ଯାତ୍ରୀବାହୀ ବସ୍, ଘଟଣାସ୍ଥଳରେ ୬ ମୃତ , ଏକାଧିକ ଆହତ

Also Read- IND vs WI 2nd ODI: ଦ୍ବିତୀୟ ଦିନିକିଆରେ ୧୮୧ ରନ୍ କରି ଅଲଆଉଟ୍ ହେଲା ଭାରତ, ବାଜି ମାରିଲା ୱେଷ୍ଟଇଣ୍ଡିଜ୍

ସେହିପରି ଜୁଲାଇ ୧୮ ତାରିଖରେ ବାଲେଶ୍ୱରସ୍ଥିତ ବରୁଣ ସିଂହ ଛକଠାରେ ଏକ ମେମୁ ଟ୍ରେନ୍ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲା । ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାତ୍ରା କରିବା ବେଳେ ଏହି ଟ୍ରେନ୍‌ (Bhadrak Balasore Memu Train) ଲୁପ୍‌ ଲାଇନ୍‌ ମଧ୍ୟରେ ଫସି ଯାଇଥିଲା (Memu Train Trapped in Loop Line)। ଯାନ୍ତ୍ରିକ୍ ତ୍ରୁଟି କାରଣରୁ ଏପରି ହୋଇଥିବା  କୁହାଯାଉଛି। ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନଟି ଏକ ବଡ଼ ଦୁର୍ଘଟଣା ବର୍ତ୍ତିଯାଇଥିଲା  ।