Puri News: ଶ୍ରୀମନ୍ଦିର ପରିସର ମଧ୍ୟରେ ଅଗ୍ନିକାଣ୍ଡ
Advertisement
Article Detail0/zeeodisha/odisha2149137

Puri News: ଶ୍ରୀମନ୍ଦିର ପରିସର ମଧ୍ୟରେ ଅଗ୍ନିକାଣ୍ଡ

Puri News: ପୁରୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଅଗ୍ନିକାଣ୍ଡ। ବଡ଼ ଦେଉଳ ଭିତର ବେଢାର ମାଆ କାଳୀଙ୍କ ମନ୍ଦିରରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ସର୍ଟ ସର୍କିଟ ଯୋଗୁଁ ମନ୍ଦିରରେ ନିଆଁ ଲାଗିଥିବା ବିଶେଷ ସୂତ୍ରରୁ ଖବର ମିଳିଛି।

ସୌଜନ୍ୟ- ସୋସିଆଲ ମିଡି଼ଆ

Puri News: ପୁରୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଅଗ୍ନିକାଣ୍ଡ। ବଡ଼ ଦେଉଳ ଭିତର ବେଢାର ମାଆ କାଳୀଙ୍କ ମନ୍ଦିରରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ସର୍ଟ ସର୍କିଟ ଯୋଗୁଁ ମନ୍ଦିରରେ ନିଆଁ ଲାଗିଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ନିଆଁ ଲାଗିଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପରେ ସ୍ଥିତି ସ୍ବାଭାବିକ୍ ହୋଇଛି। 

ALSO READ: Budhaditya Rajyog 2024: ୪ ରାଶିଙ୍କ ଭାଗ୍ୟ ଫିଟାଇବ ବୁଦ୍ଧାଦିତ୍ୟ ରାଜଯୋଗ, ଚାକିରିରେ ପଦୋନ୍ନତି ସାଙ୍ଗକୁ ରହିଛି ଧନପ୍ରାପ୍ତିର ଯୋଗ

ଗତକାଲି ମଧ୍ୟ ଶ୍ରୀ ମନ୍ଦିରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିରରୁ ଗତକାଲି ପୁଣି ଥରେ ପଥର ଖସିଥିଲା। ବଡ଼ ଦେଉଳ ଦକ୍ଷିଣ ପଶ୍ଚିମ ପାର୍ଶ୍ୱରେ ଥିବା ବରାହ ମନ୍ଦିର ନିକଟରୁ ପଥର ଖସିଥିବା ଜଣାପଡିଛି। ଶନିବାର ଭୋରରୁ ପଥର ଖସିଥିବା ଜଣାପଡିବା ପରେ ପଥରକୁ ସଂଗ୍ରହ କରାଯାଇ ଗାରଦକୁ ହସ୍ତାନ୍ତର କରାଯାଇଛି।ତେବେ ଏହି ପଥରଖଣ୍ଡର ଓଜନ ପ୍ରାୟ ଏକ କିଲୋରୁ ଦୁଇ କିଲୋ ହେବ ବୋଲି ଅନୁମାନ କରାଯାଉଛି। ଖସିଥିବା ପଥରର ଓସାର ପ୍ରାୟ ୫ ଇଞ୍ଚ ଏବଂ ଲମ୍ବ ୧୦ ଇଞ୍ଚ ହେବ ବୋଲି କୁହାଯାଉଛି। 

ତେବେ ପଥର ଖସିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଏଏସଆଇ ପକ୍ଷରୁ ପଥରକୁ ସଂଗ୍ରହ କରାଯାଇଛି। ପଥରଟି କେଉଁ ସ୍ଥାନରୁ ଖସିଛି ତାହା ଚିହ୍ନଟ କରାଯିବା ପରେ ମରାମତି ପାଇଁ ଲୁହା ଭାରା ବନ୍ଧାଯିବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ଅଧିକାରୀ ଜ୍ଯୋତି ରଞ୍ଜନ ପ୍ରଧାନ। ଶ୍ରୀମନ୍ଦିର ଭିତରେ ଥିବା ଏକାଦଶୀ ମନ୍ଦିରର ଉପର ଭାଗରୁ ପଥର ଖସିଥିବା ନେଇ ସୂଚନା ମିଳିଛି । ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷତି ଘଟିନି । କେହି ବି ସେବାୟତ କିମ୍ବା ଭକ୍ତ ଆହତ ହେଇନାହାଁନ୍ତି ।