Millet Lunch: ମାଣ୍ଡିଆ ତିଆରି ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ
Advertisement
Article Detail0/zeeodisha/odisha1849129

Millet Lunch: ମାଣ୍ଡିଆ ତିଆରି ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ

କୋରାପୁଟ (ନିରୋଜ ଶତପଥି): ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲାରେ ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ଛାତ୍ର ଛାତ୍ରୀ ଖାଇବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସରୁ ଆସନ୍ତା ବର୍ଷ ଜାନୁଆରୀ ମାସ ଯାଏଁ ପରୀକ୍ଷା ମୂଳକ ଭାବେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାଣ୍ଡିଆ ରେ ପ୍ରସ୍ତୁତ ହୋଇଥିବା ମାଣ୍ଡିଆ ଖିଚିଡି, ମାଣ୍ଡିଆ ଉପମା ଏବ

Millet Lunch: ମାଣ୍ଡିଆ ତିଆରି ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ

Millet Lunch: କୋରାପୁଟ (ନିରୋଜ ଶତପଥି): ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲାରେ ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ଛାତ୍ର ଛାତ୍ରୀ ଖାଇବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସରୁ ଆସନ୍ତା ବର୍ଷ ଜାନୁଆରୀ ମାସ ଯାଏଁ ପରୀକ୍ଷା ମୂଳକ ଭାବେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାଣ୍ଡିଆ ରେ ପ୍ରସ୍ତୁତ ହୋଇଥିବା ମାଣ୍ଡିଆ ଖିଚିଡି, ମାଣ୍ଡିଆ ଉପମା ଏବଂ ମାଣ୍ଡିଆ ମିଠା ମିଲ ଖାଇବେ।

ସେମିଳିଗୁଡା ବ୍ଲକ ର ରାଜପୁତ ପଞ୍ଚାୟତ ଅନ୍ତର୍ଗତ ବଡବଡେଙ୍ଗା ଗ୍ରାମ ନିକଟରେ ମିଶନ ଶକ୍ତି ଓ ଇକ୍ରିସାଟ(ICRISAT) ର ମିଳିତ ସହଯୋଗ ରେ ଗତ ଫେବୃଆରୀ ମାସରୁ ଆରମ୍ଭ ହୋଇଛି ମିଲେଟ ଶକ୍ତି ପ୍ରସେସିଂ ୟୁନିଟ। ଏହି ମାଣ୍ଡିଆ ପ୍ରସେଶୀଙ୍ଗ ୟୁନିଟ କୁ ପରୀକ୍ଷା ମୂଳକ ଭାବେ ୫ ମାସ ପାଇଁ ବିଦ୍ୟାଳୟରେ ମାଣ୍ଡିଆ ପ୍ରସ୍ତୁତି ଖାଦ୍ୟ ଯୋଗାଣ ପାଇଁ ଦାୟିତ୍ଵ ଦିଆ ଯାଇଛି। ଏ ନେଇ ଓଡ଼ିଶା ଜୀବିକା ମିଶନ ର ଜିଲ୍ଲା ମିଶନ ମେନେଜମେଣ୍ଟ ୟୁନିଟ ତରଫରୁ ରାଜପୁଟ ଗ୍ରାମପଞ୍ଚାୟତ ଲେବେଲ ଫେଡରେଶନ ଙ୍କୁ ଚିଠି କରାଯାଇ ମାଣ୍ଡିଆ ପ୍ରସ୍ତୁତି ଖାଦ୍ୟ ଯୋଗାଣ ପାଇଁ କୁହାଯାଇଛି।

ଡିଏମଏଫ ଫଣ୍ଡ ମାଧ୍ୟମରେ ଏହି ପ୍ରଟିନ ଯୁକ୍ତ ଖାଦ୍ୟ ଯୋଗାଇବାକୁ ନିଷ୍ପତି ନିଆ ଯାଇଥିବାରୁ ପ୍ରଥମ ପର୍ଯ୍ୟାୟ ରେ ଡି ଏମ ଏଫ୍ ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଗୁଡ଼ିକୁ ଏଥିରେ ସାମିଲ କରା ଯାଇଛି। ତେବେ ପରୀକ୍ଷା ମୂଳକ ଭାବେ ପାଇଲଟ ପ୍ରଜେକ୍ଟ ବ୍ଲକ ଭାବରେ ପଟାଙ୍ଗି ବ୍ଲକ କୁ ନିଆ ଯାଇଛି। ଏହି ବ୍ଲକ ର ୪ ଟି ପଞ୍ଚାୟତ କୁ ପ୍ରଥମେ ସାମିଲ କରା ଯାଇଛି। ଡି ଏମ ଏଫ୍ ଅଞ୍ଚଳରେ ରହିଥିବା ଆମ୍ଫାବେଲି, ପେଟୁରୁ, ତଳ ଗୋଲୁରୁ ଓ କୋଟିଆ ପଞ୍ଚାୟତକୁ ଏଥିରେ ସାମିଲ କରା ଯାଇଛି। ଏହି ୪ ଟି ପଞ୍ଚାୟତ ର ୫୫ ଟି ବିଦ୍ୟାଳୟ ର ୩ ହଜାର ୬ ଶହ ୬୩ ଜଣ ଛାତ୍ର ଛାତ୍ରୀ ମାଣ୍ଡିଆ ପ୍ରସ୍ତୁତି ଖାଦ୍ୟ ସେପ୍ଟେମ୍ବର ମାସରୁ ଖାଇବେ। ଏଥିନେଇ ମିଲେଟ ଶକ୍ତି ପ୍ରସେସିଂ ୟୁନିଟ ମାଣ୍ଡିଆ ରେ ପ୍ରସ୍ତୁତି ଖିଚିଡି, ଉପମା, ଓ ମିଠା ମିଲ ଯୋଗାଣ ନେଇ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା କାଲି ଠାରୁ ଏହା ସଂପୃକ୍ତ ବିଦ୍ୟାଳୟ ଗୁଡିକରେ ଯୋଗାଇ ଦିଆଯିବ। ସେପ୍ଟେମ୍ବର ମାସ ୧ ତାରିଖ ଠାରୁ ପିଲାମାନେ ମାଣ୍ଡିଆ ପ୍ରସ୍ତୁତି ଖାଦ୍ୟ ଖାଇବେ। ଏହି ଯୋଜନା ସଫଳ ହେଲେ ଏହା ସମଗ୍ର ବ୍ଲକ ଅଂଚଳର ବିଦ୍ୟାଳୟ ଗୁଡ଼ିକୁ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି ଜଣା ପଡ଼ିଛି।