Mo Bus: ଆଜିଠୁ ଏହି ଦୁଇ ଜିଲ୍ଲାରେ ଗଡି଼ବ 'ମୋ ବସ୍'
Advertisement
Article Detail0/zeeodisha/odisha2147650

Mo Bus: ଆଜିଠୁ ଏହି ଦୁଇ ଜିଲ୍ଲାରେ ଗଡି଼ବ 'ମୋ ବସ୍'

Mo Bus: ଏ-ଣିକି ଯାତ୍ରା ହେବ ଆହୁରି ସହଜ।  କାହିଁକିନା ଆଜିଠୁ ଆଉ ଦୁଇ ଜିଲ୍ଲାରେ ଗଡ଼ିବ 'ମୋ ବସ୍' (Mo Bus)। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ  'ମୋ ବସ୍' ଗୁଡି଼କ ଠିକଣା ସ୍ଥାନରେ ପହଞ୍ଚି ସାରିଛି। 

Mo Bus: ଆଜିଠୁ ଏହି ଦୁଇ ଜିଲ୍ଲାରେ ଗଡି଼ବ 'ମୋ ବସ୍'

Mo Bus: ଏ-ଣିକି ଯାତ୍ରା ହେବ ଆହୁରି ସହଜ।  କାହିଁକିନା ଆଜିଠୁ ଆଉ ଦୁଇ ଜିଲ୍ଲାରେ ଗଡ଼ିବ 'ମୋ ବସ୍' (Mo Bus)। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  (Cm Naveen Patnaik)ସମ୍ବଲପୁର୍ ଜିଲ୍ଲାରେ ମୋ ବସ୍ ସେବାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ  'ମୋ ବସ୍' ଗୁଡି଼କ ସମ୍ବଲପୁରରେ ପହଞ୍ଚି ସାରିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ସହରରେ 'ମୋ ବସ୍' ର ଟ୍ରାଏଲ ରନ ମଧ୍ୟ ଶେଷ ହୋଇଛି। ୧୫ଟି ବସ୍ ସହରର ଚାରୋଟି ରୁଟରେ ସେବା ଯୋଗାଇବ । ୧୫ଟି ବସ୍ ମଧ୍ୟରୁ ୯ଟି ସାଧାରଣ ଓ  ୬ଟି  ଏସି (  ଶୀତତାପ ନିୟନ୍ତ୍ରୀତ) ବସ୍‌ ରହିଛି। 

 

ALSO READ: Vande Bharat Express: ରାଜ୍ୟରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍, ଜାଣନ୍ତୁ କେଉଁ ସବୁ ରୁଟରେ ମିଳିବ ସେବା?

ତେବେ,  ଏହି ୧୫ଟି ବସ୍ ଗୁଡି଼କ ବିଶେଷକରି, ସମ୍ବଲପୁର ସହରାଞ୍ଚଳ ସହିତ ମହାନଗର ନିଗମ, ହୀରାକୁଦ, ବୁର୍ଲା,ସାହାଜବାହାଲ୍ ଅଂଚଳରେ ଦେଇ  ବସ୍ ଚଳାଚ କରିବ।  ପ୍ରଥମ ପର୍ଯ୍ୟାୟରେ ଚାଲିବାକୁ ଥିବା ବସ୍‌ଗୁଡ଼ିକୁ ରୁଟ୍‌ ଅନୁସାରେ ନମ୍ବରିଂ ବି କରାଯାଇଛି। ସେଥିମଧ୍ୟରେ ୨୦୦ ନମ୍ବର ବସ୍‌ ସିଟି ଷ୍ଟେସନ ଓ କ୍ଷେତରାଜପୁର ରେଳଷ୍ଟେଷନ, ୨୦୧ ନମ୍ବର ବସ୍‌ ଅଇଁଠାପାଲି ଓ ସହାଜବାହାଲ, ୨୦୨ ନମ୍ବର ବସ୍‌ ଅଇଁଠାପାଲି ଓ ବୁର୍ଲା ମଧ୍ୟରେ ଏବଂ ୨୦୩ ନମ୍ବର ବସ୍‌ ଅଇଁଠାପାଲି ଓ ହୀରାକୁଦ ମଧ୍ୟରେ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଏବଂ ବସ୍ ଗୁଡିକ ଯାତ୍ରୀଙ୍କୁ ନିୟମିତ ସେବା ଯୋଗାଇବା ସହ 'ମୋ ବସ୍' ଅଇଁଠାପାଲି ବସ୍‌ଷ୍ଟାଣ୍ଡରୁ ବିଭିନ୍ନ ରୁଟ୍‌ରେ ଯାତ୍ରା କରିବ। ସେହିପରି ବ୍ରହ୍ମପୁରରେ ମଧ୍ୟ ମୋ ବସ୍ ସେବା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି।