ନନ୍ଦନକାନନରୁ ଆସିଲା ଦୁଖଦ ଖବର, ଆରପାରିରେ ବାଘ 'ନନ୍ଦନ'
Advertisement
Article Detail0/zeeodisha/odisha2244154

ନନ୍ଦନକାନନରୁ ଆସିଲା ଦୁଖଦ ଖବର, ଆରପାରିରେ ବାଘ 'ନନ୍ଦନ'

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ନନ୍ଦନର ମୃତ୍ୟୁ ହୋଇଛି । ୧୮ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛି ନନ୍ଦନ । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି ।

ନନ୍ଦନକାନନରୁ ଆସିଲା ଦୁଖଦ ଖବର, ଆରପାରିରେ ବାଘ 'ନନ୍ଦନ'

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ନନ୍ଦନର ମୃତ୍ୟୁ ହୋଇଛି । ୧୮ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛି ନନ୍ଦନ । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ମୁତାବକ, ବୟସ ଅଧିକ ହୋଇଥିବାରୁ ନନ୍ଦନର ସ୍ୱାସ୍ଥ୍ୟ ସମସ୍ୟା ରହୁଥିଲା । ତାଙ୍କୁ ଏକ ସ୍ୱତନ୍ତ୍ର କୋଠରୀରେ (ଖୁଆଡ ନମ୍ୱର ୩୧)ରେ ରଖାଯାଇ ଚିକିତ୍ସା କରାଯାଉଥିଲା । ନନ୍ଦନର ଔରସରୁ ମୋଟ ୯ଟି ଛୁଆ ଜନ୍ମ ହୋଇଥିଲେ । ୨୦୧୩ ମସିହା ମାର୍ଚ୍ଚ ୨୪ ତାରିଖ ଦିନ ନନ୍ଦନକାନନ ଅଭୟାରଣ୍ୟ ଭିତରୁ ପ୍ରାଣୀ ଉଦ୍ୟାନକୁ ଆସିଥିଲା ନନ୍ଦନ । ପରେ ସରକାରଙ୍କ ଅନୁମତି ନିଆଯାଇ ତାକୁ ପ୍ରାଣୀ ଉଦ୍ୟାନରେ ରଖାଯାଇ ପ୍ରଜନନ ପାଇଁ ବ୍ୟବହାର କରାଯାଇଥିଲା । ନନ୍ଦନର ମୃତ୍ୟୁ ପରେ ଆଜି ନନ୍ଦନକାନନରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ନନ୍ଦନକୁ ଏକ ଧଳା ଚାଦର ଘୋଡାଇ ଦିଆଯିବା ସହ ତା ଉପରେ ଫୁଲ ମାଳ ଦିଆଯାଇଥିଲା । ନନ୍ଦନର ମୃତ୍ୟୁରେ ଦୁଖ ପ୍ରକାଶ କରିଛନ୍ତି ପଶୁପ୍ରେମୀ ।

Also Read- Lucky Zodiac Sign: ୧୨ ମଇରେ ସ୍ୱତନ୍ତ୍ର ଯୋଗ, ୫ଟି ରାଶି ପାଇବେ ଲାଭ

Also Read- Shilpa Shetty: ବାବା କେଦାରନାଥଙ୍କ ଆଶୀର୍ବାଦ ନେଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ