ପୋଷା କୁକୁରକୁ ଖୁଆଇଲେ ନିଶା ବିସ୍କୁଟ୍, ଘରୁ ଚୋରି କଲେ ସୁନା ଏବଂ ଟଙ୍କା
Advertisement
Article Detail0/zeeodisha/odisha2245225

ପୋଷା କୁକୁରକୁ ଖୁଆଇଲେ ନିଶା ବିସ୍କୁଟ୍, ଘରୁ ଚୋରି କଲେ ସୁନା ଏବଂ ଟଙ୍କା

ବିଳମ୍ୱିତ ରାତିରେ ଘରୁ ଚୋରି କରିବା ପାଇଁ ଚୋର କରିଛନ୍ତି ଭିନ୍ନ ଉଦ୍ୟମ । ପୋଷା କୁକୁରକୁ ନିଶା ବିସ୍କୁଟ ଖୁଆଇ ଚେତାଶୂନ୍ୟ କରିବା ପରେ ଜଣେ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିନେଇଛନ୍ତି ଚୋର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ଗାଁରେ ।

ପୋଷା କୁକୁରକୁ ଖୁଆଇଲେ ନିଶା ବିସ୍କୁଟ୍, ଘରୁ ଚୋରି କଲେ ସୁନା ଏବଂ ଟଙ୍କା

ଭଦ୍ରକ: ବିଳମ୍ୱିତ ରାତିରେ ଘରୁ ଚୋରି କରିବା ପାଇଁ ଚୋର କରିଛନ୍ତି ଭିନ୍ନ ଉଦ୍ୟମ । ପୋଷା କୁକୁରକୁ ନିଶା ବିସ୍କୁଟ ଖୁଆଇ ଚେତାଶୂନ୍ୟ କରିବା ପରେ ଜଣେ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିନେଇଛନ୍ତି ଚୋର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ଗାଁରେ ।

ସୂଚନା  ମୁତାବକ, ଗାଁର ରଞ୍ଜିତ ନାୟକଙ୍କ ଘରୁ ଶନିବାର ବିଳମ୍ୱିତ ରାକିରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ । ପରିବାର ସଦସ୍ୟ ରାତିରେ ଶୋଇଥିବା ଅବସ୍ଥାରେ ଘର କବାଟ ତାଡି ଜିନିଷପତ୍ର ସହ ଟଙ୍କା ଚୋରି କରିଛନ୍ତି ଦୁର୍ବୁତ୍ତ । ରଞ୍ଜିତଙ୍କ ଘରେ ପୋଷା କୁକୁର ଥିଲା କିନ୍ତୁ କୌଶଳ ମୁତାବକ କୁକୁରକୁ ଖାଦ୍ୟରେ ନିଶା ଦେଇଥିଲେ ଚୋର । ନିଶାରେ କୁକୁର ସଂଜ୍ଞାହୀନ ହୋଇପଡିଥିଲା । ଫଳରେ ଘରୁ ଚୋରି କରିବାରେ କୌଣସି ଅସୁବିଧା ହୋଇନଥିଲା । ସକାଳୁ ଉଠିବା ପରେ ଘରର ସଦସ୍ୟ ଦେଖିବାକୁ ପାଇଥିଲେ ଯେ, କବାଟ ତଡାଯିବା ସହ ପୋଷା କୁକୁର ସଂଜ୍ଞାହୀନ ହୋଇ ପଡିଛି । ପରେ ଦେଖିବାକୁ ପାଇଥିଲେ ଘରର ଆସବାବ ପତ୍ର ସହ ଟଙ୍କା ସୁନା ଗହଣା ଚୋରି ହୋଇଯାଇଛି । ମୋଟ ୩ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଚୋରି ହୋଇଥିବା କୁହାଯାଉଛି । ଏଥିସହ ନଗଦ ୬୫ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଚୋର । ଏ ସମ୍ପର୍କରେ ଚାନ୍ଦବାଲି ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଅନ୍ୟପଟେ ଗାଁର ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ତୁରନ୍ତ ଏହି ଘଟଣାର ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଗିରଫ କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

Also Read- Shani Nakshatra Parivartan 2024: ଆଜିଠୁ ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା !

Also Read- ୪୪ ବର୍ଷ ଧରି ବାବା ବଦ୍ରିନାଥଙ୍କ ପ୍ରଥମ ଦର୍ଶନ କରୁଛନ୍ତି ଏହି ବ୍ୟକ୍ତି