VLTD Device: ଜୁନ୍ ୩୦ ସୁଦ୍ଧା ଗାଡ଼ିରେ VLTD ବାଧ୍ଯତାମୂଳକ...
Advertisement

VLTD Device: ଜୁନ୍ ୩୦ ସୁଦ୍ଧା ଗାଡ଼ିରେ VLTD ବାଧ୍ଯତାମୂଳକ...

VLTD Mandatory: ୨୦୨୪ ଜାନୁୟାରୀ ପହିଲାରୁ ପଞ୍ଜୀକରଣ ହେବାକୁ ଥିବା ନୂଆ ଗାଡ଼ିରେ ଲାଗିବ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (VLTD) । ରାଜ୍ୟ ପରିବହନ ବିଭାଗ (Transport Department Odisha) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । 

ସୌ(ସୋସିଆଲ ମିଡିଆ)

VLTD Mandatory: ୨୦୨୪ ଜାନୁୟାରୀ ପହିଲାରୁ ପଞ୍ଜୀକରଣ ହେବାକୁ ଥିବା ନୂଆ ଗାଡ଼ିରେ ଲାଗିବ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (VLTD) । ରାଜ୍ୟ ପରିବହନ ବିଭାଗ (Transport Department Odisha) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୩୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ି ଗୁଡ଼ିକରେ ଆସନ୍ତା ବର୍ଷ ଜୁନ୍ ୩୦ ସୁଦ୍ଧା ଭିଏଲଟିଡ଼ି (VLTD) ଲଗାଇବାରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗାଡି଼ରେ ଭିଏଲଟିଡ଼ି ଲାଗିବା ଦ୍ବାରା ଆପଣଙ୍କ ଗାଡ଼ି କେଉଁଠି ଅଛି, କେତେ ସ୍ପିଡ଼ରେ ଯାଉଛି, ଗାଡ଼ିରେ ଥିବା ଯାତ୍ରୀ ବା ଡ୍ରାଇଭର ଠିକ୍ ଅଛନ୍ତି କି ନାହିଁ, ଗାଡ଼ିରେ କିଛି ସମସ୍ୟା ଉପୁଜିଲା କି? ଏନେଇ ସବିଶେଷ ଖବର ଉପରେ ଏବେ ପରିବହନ ବିଭାଗ ନଜରରେ ରହିବ । ସବୁଠାରୁ ବଡ଼ କଥା ଭିଏଲଟିଡ଼ିକୁ ଟ୍ୟାମ୍ପରିଂ କରାଯାଇପାରିବ ନାହିଁ । ଅର୍ଥାତ୍ ଚାଳକ କିମ୍ବା ଅନ୍ୟ କେହି ଚାହିଁଲେ ବି ଏହି ତଥ୍ୟକୁ ଲୁଚାଇପାରିବେ ନାହିଁ । ଭିଏଲଟିଡ଼ି (VLTD) ଗାଡ଼ିର ସମସ୍ତ ତଥ୍ୟ ରେକର୍ଡ଼ କରି କଣ୍ଟ୍ରୋଲ ରୁମ୍ ପଠାଇବ । ଏମିତି କି, ନେଟୱାର୍କ ନଥିବା ସ୍ଥାନରେ ମଧ୍ଯ ଏହି ଡ଼ିଭାଇସ ଗାଡ଼ିର ଗତବିଧିକୁ ରେର୍କଡ଼ କରି ରଖିବ । ନେଟୱର୍କ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ଏହା ତଥ୍ୟ ପଠାଇବ। ଏନେଇ ବିଭାଗ ପକ୍ଷରୁ ବିଏସ୍‌ଏନ୍‌ଏଲ୍‌ (BSNL) ସହ ଚୁକ୍ତି କରାଯାଇଛି । ଅନ୍ୟପଟେ ବିପଦ ଆଶଙ୍କା ଥିଲେ ଯାତ୍ରୀ ଏମର୍ଜେନ୍ସି ବଟନ୍ (Emergency Button) ଦବାଇଲେ ଗାଡି଼ ସଂପର୍କିତ ୪୦ ପ୍ରକାର ସୂଚନା କଣ୍ଟ୍ରୋଲ ସେଣ୍ଟରକୁ (Control Room) ଆସିବ। ଏହାସହ ଗାଡ଼ି ମାଲିକ, ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ, ନିକଟସ୍ଥ ଥାନା, ଓ ଟ୍ରମା ସେଣ୍ଟରରେ ବି ଖବର ପହଞ୍ଚିଯିବ। ଫଳରେ ଯାତ୍ରୀଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯାଇପାରିବ। ଏହି ଡିଭାଇସ୍‌ ପ୍ରଦାନ ପାଇଁ ରାଜ୍ୟର ୧୧ଟି ସଂସ୍ଥାକୁ ଅନୁମତି ମିଳିଛି। ଜନସାଧାରଣ ୱେବସାଇଟ୍ www.odishatransport.gov.in  ରେ ପଞ୍ଜୀକରଣ କରି ଏହି ଡିଭାଇସ୍‌କୁ ନିଜ ଗାଡ଼ିରେ ଲଗାଇବେ। ଯେଉଁ ବାଣିଜ୍ୟିକ ଯାନ ଜାନୁୟାରୀ ପହିଲା ପରେ ପଞ୍ଜୀକରଣ ହେବ ସେମାନେ ତତ୍କାଳ ଏହାକୁ ଲଗାଇବେ।

ଏହା ବି ପଢନ୍ତୁ-Dhanu Sankranti 2023: ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପହିଲି ଭୋଗ

୨୦୨୪ ଜାନୁୟାରୀ ପହିଲାରୁ ପଞ୍ଜୀକରଣ ହେବାକୁ ଥିବା ସବୁ ନୂଆ ଗାଡ଼ିରେ ଜୁନ ୩୦ ସୁଦ୍ଧା ପୁରୁଣା ଗାଡ଼ିରେ ଭିଏଲଟିଡ଼ି ଲଗାଇବାକୁ ନିର୍ଦ୍ଦେଶ ରହିଛି । ଏନେଇ ଶୁକ୍ରବାର ଦିନ ରାଜଧାନୀ ଭୁବନେଶ୍ବରରେ ଭିଏଲଟିଡ଼ି ଆଣ୍ତ କଣ୍ଟ୍ରୋଲ ସେଣ୍ଟର ଉଦ୍ଦଘାଟିତ ହୋଇଛି । ଏହି କଣ୍ଟ୍ରୋଲ ସେଣ୍ଟର ୨୪ ଘଣ୍ଟା କାମ କରିବ । ୨ ଓ ୩ ଚକିଆ ଗାଡ଼ିକୁ ବାଦ ଦେଲେ ରାଜ୍ୟର ସବୁ ଯାତ୍ରୀବାହୀ, ମାଲବୁହା ଗାଡ଼ି ଓ ଆମ୍ବୁଲାନ୍ସ ଉପରେ ଏହି ସେଣ୍ଟର ନଜର ରଖିବ ।