Weather Update: ରାଜ୍ୟକୁ ବାତ୍ୟା ଭୟ! ଆଗାମୀ ୩୦ରେ ସ୍ପଷ୍ଟ ହେବ ଚିତ୍ର
Advertisement

Weather Update: ରାଜ୍ୟକୁ ବାତ୍ୟା ଭୟ! ଆଗାମୀ ୩୦ରେ ସ୍ପଷ୍ଟ ହେବ ଚିତ୍ର

Weather Update: ଏହି ଲଘୁଚାପ (Low pressure) ଧିରେ ଧିରେ ପଶ୍ଚିମ ଉତ୍ତରର ପଶ୍ଚିମ ଦିଗକୁ ଗତିକରି ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ (Depression) ପରିଣତ ହେବ । ଏହାପରେ ଏହି ଅବପାତ ଉତ୍ତର ପୂର୍ବ ଦିଗକୁ ଗତି କରିବ ।

ସୌ(ସୋସିଆଲ ମିଡିଆ)

Weather Update: ପାରାଦୀପଠାରୁ ପ୍ରାୟ ୨ ହଜାର କିଲୋମିଟର ଦୂର ଦକ୍ଷିଣ ଆଣ୍ତାମାନ ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ (Low pressure) ଧିରେ ଧିରେ ପଶ୍ଚିମ ଉତ୍ତରର ପଶ୍ଚିମ ଦିଗକୁ ଗତିକରି ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ (Depression) ପରିଣତ ହେବ । ଏହାପରେ ଏହି ଅବପାତ ଉତ୍ତର ପୂର୍ବ ଦିଗକୁ ଗତି କରିବ ।

ଏହାର ୪୫ ଘଣ୍ଟା ପରେ ଅବପାତ ବଳ ଘୋଟାଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (India Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏନେଇ ଆସନ୍ତା ଡ଼ିସେମ୍ବର ୧ କିମ୍ବା ୨ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ (Bay of Bengal) ବାତ୍ୟା (Cyclone) ସୃଷ୍ଟି ହେବାର ସମ୍ଭାବନା ରହିଛି । ବାତ୍ୟାର ବେଗ ଓ ଗତିପଥ କେଉଁ ଆଡ଼କୁ ହେବ ତାହା ଆସନ୍ତା ୩୦ ତାରିଖ ସୁ୍ଦ୍ଧା ସ୍ପଷ୍ଟ ହେବ । ତେବେ ଆସନ୍ତା ୫ କିମ୍ବା ୬ ତାରିଖ ବେଳକୁ ଏହା ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ କିମ୍ବା ମିଆଁମାର ଆଡ଼କୁ ଗତି କରିବ ।

ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରିବା ବେଳେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲା ଉପରେ ଏହାର ପ୍ରଭାବ ପଡିବା ନେଇ ସମ୍ଭାବନା ଥିବା କେତେକ ବେସରକାରୀ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବାତ୍ୟାର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୫୦ କିମି ହେବ ବୋଲି ଆକଳନ କରାଯାଉଛି । ସେପଟେ କାର୍ତ୍ତିକ ମାସ ଶେଷ ହୋଇଥିଲେ ମଧ୍ଯ ରାଜ୍ୟରେ ଶୀତର ଦେଖା ନାହିଁ । ନଭେମ୍ବର ମାସରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସୁଥିବା ବେଳେ ଚଳିତ ବର୍ଷ ଏହା ୧୩ରୁ ୧୫ ଡିଗ୍ରୀ ଉପରେ ରହୁଛି ।