ମହଙ୍ଗା ପଡିଲା Online Love, ୧୦ ଲକ୍ଷ ନେଇଗଲା ସୁନ୍ଦରୀ
Advertisement
Article Detail0/zeeodisha/odisha2254812

ମହଙ୍ଗା ପଡିଲା Online Love, ୧୦ ଲକ୍ଷ ନେଇଗଲା ସୁନ୍ଦରୀ

Crime News: ସୁନ୍ଦରୀ ମାୟାବିନୀଙ୍କ ଜାଲରେ ପଡିଯାଇଥିଲେ ଯୁବକ । ଓଡ଼ିଶା ଆସି ଦେଖା କରିବେ ବୋଲି କଥା ହୋଇଥିଲେ । ଦିନେ ହଠାତ୍ କଲ୍ କରି ଯୁବକଙ୍କୁ କହିଲେ ବିମାନବନ୍ଦରରେ କଷ୍ଟମ ବିଭାର ଅଧିକାରୀ ତାଙ୍କୁ ଅଟକାଇଛନ୍ତି । 

ମହଙ୍ଗା ପଡିଲା Online Love, ୧୦ ଲକ୍ଷ ନେଇଗଲା ସୁନ୍ଦରୀ

Crime News: ଆଜିକାଲି ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ଅପରିଚିତ ଲୋକଙ୍କ ସହ ସମ୍ପର୍କ ବଢିବା ସହ ସମ୍ପର୍କ ଖୁବ ଆଗକୁ ଯାଇ ପ୍ରେମରେ ପରିଣତ ହେଉଛି । କିଛି ପ୍ରେମ ସଫଳ ହେଉଥିବାବେଳେ ଆଉ କିଛି ପ୍ରେମ ନକଲି ପ୍ରମାଣିତ ହେଉଛି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଜଣେ ଯୁବକ ବିଦେଶିନୀଙ୍କ ପ୍ରେମରେ ପଡି ହରାଇଛନ୍ତି ପ୍ରାୟ ୧୦ ଲକ୍ଷ ଟଙ୍କା ।

ସୂଚନା ମୁତାବକ, ଚନ୍ଦକା ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କୁ ଫେସବୁକରେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଇଥିଲେ ଜଣେ ବିଦେଶି ସୁନ୍ଦରୀ । ପରେ ଯୁବକ ଜଣକ ତାଙ୍କ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ କନଫର୍ମ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଚାଟ୍ । ପରେ ସମ୍ପର୍କ ମିଛିମିଛିକା ପ୍ରେମରେ ପରିଣତ ହୋଇଥିଲା । ସୁନ୍ଦରୀ ମାୟାବିନୀଙ୍କ ଜାଲରେ ପଡିଯାଇଥିଲେ ଯୁବକ । ଓଡ଼ିଶା ଆସି ଦେଖା କରିବେ ବୋଲି କଥା ହୋଇଥିଲେ । ଦିନେ ହଠାତ୍ କଲ୍ କରି ଯୁବକଙ୍କୁ କହିଲେ ବିମାନବନ୍ଦରରେ କଷ୍ଟମ ବିଭାର ଅଧିକାରୀ ତାଙ୍କୁ ଅଟକାଇଛନ୍ତି । ତାଙ୍କ ନିକଟରେ ଅଧିକ ବିଦେଶୀ ଟଙ୍କା ଥିଲା ବୋଲି ସେ କହିଥିଲେ । ୩ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କହି ଯୁବକଙ୍କ ନିକଟରୁ ଟଙ୍କା ନେଇଥିଲେ । ପରିବର୍ତ୍ତି ସମୟରେ ପୁଣି ଟଙ୍କା ନେବା ସହ ମୋଟ ୧୦ ଲକ୍ଷ ଟଙ୍କା ଯୁବକଙ୍କ ଆକାଉଣ୍ଟରୁ ଖାଲି କରିଦେଇଥିଲେ । ଏ ସମ୍ପର୍କରେ ଯୁବକ ଜଣକ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଆକାଉଣ୍ଟରୁ କଟିଥିବା ଟଙ୍କାକୁ ପୋଲିସ ଫ୍ରିଜ୍ କରିଛି । କିନ୍ତୁ ସାଇବର ଠକ ସମସ୍ତ ଟଙ୍କା ଉଠାଇନେଇଥିବା ଜଣାପଡିଛି ।

Also Read- Shukra Surya Yuti 2024: ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ, ୫ ରାଶିର ବ୍ୟକ୍ତିଙ୍କ ସମସ୍ୟା ହେବ ଦୂର

Also Read- LIC New Scheme: ମାତ୍ର ୪୫ ଟଙ୍କା ସଞ୍ଚୟ କରି ପାଇପାରିବେ ୨୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି..