Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2242525

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

1. ଦିଲ୍ଲୀ ମଦ ଦୁର୍ନୀତି ପ୍ରସଙ୍ଗରେ ଛନ୍ଦି ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କ ଜାମିନ ମିଳିଛି। ସୁପ୍ରିମକୋର୍ଟ ଆଜି ଜାମିନ ଆବେଦନ ଶୁଣାଣି କରି ତାଙ୍କୁ ଜୁନ୍‍ ୧ ତାରିଖ ଯାଏ ଜାମିନ ମଞ୍ଜୁର କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେନିର୍ବାଚନକୁ ଦେଖି କୋର୍ଟ ଏହି ଆଦେଶ ଦେଇଛନ୍ତି। ଜୁନ୍‍ ୨ ତାରିଖରେ ତାଙ୍କୁ ପୁଣିଥରେ ଆତ୍ମ ସମର୍ପଣ କରିବାକୁ ହେବ। ଏପରି କାରଣରେ ଜାମିନ ଦେବା ପ୍ରଥମ ଘଟଣା କିନ୍ତୁ ଏହାଦ୍ୱାରା କିଛି କ୍ଷତି ହେବ ନାହିଁ ବୋଲି କୋର୍ଟ ଅନୁଭବ କରି ୨୧ ଦିନ ଲାଗି ଜାମିନ ମଞ୍ଜୁର କରିଛନ୍ତି। ମାର୍ଚ୍ଚ ୨୧ ତାରିଖରେ ଇଡି ଦ୍ୱାରା ଗିରଫ ହୋଇ ତିହାର ଜେଲ୍‍ରେ ଅଛନ୍ତି କେଜ୍ରିଓ୍ୱାଲ। 

2. କୂଟନୀତିଜ୍ଞ ତଥା କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ପାକିସ୍ତାନ ବୟାନକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ପାକିସ୍ତାନ ଏକ ସାର୍ବଭୌମ ରାଷ୍ଟ୍ର, ଏହା ସହ ଆଲୋଚନା ଜରୁରୀ ବୋଲି କହିଛନ୍ତି ଶ୍ରୀ ଆୟାର। ବିଶ୍ୱଗୁରୁ ହେବା ପାଇଁ ସବୁ ରାଷ୍ଟ୍ରକୁ ମର୍ଯ୍ୟାଦା ଦେବା ଆବଶ୍ୟକ। କିନ୍ତୁ ଚାରିପଟେ ବନ୍ଧୁକ ଧରି ବୁଲିବା ବିଶ୍ୱଗୁରୁ ଲକ୍ଷଣ ନୁହେଁ ବୋଲି କହିଛନ୍ତି ଆୟାର। ଏପରିକି କେତେବେଳେ କୌଣସି ପାଗଳ ଆସି ଆଣବିକ ଶକ୍ତି ବ୍ୟବହାର କଲେ ସବୁ ଓଲଟ ପାଲଟ ହୋଇଯିବ ବୋଲି କହିଛନ୍ତି ଆୟାର। 

3. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ରାତି ୮ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ। ଏହାପରେ ସିଧା ରୋଡ ଶୋ’ରେ ଯୋଗ ଦେବେ। ଏଥିଲାଗି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ୍‍ଠାରୁ ଜନପଥ ଯାଏ ବିଶାଳ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି। ରାସ୍ତାରେ ୧୦ଟି ପଏଣ୍ଟ କରାଯାଇଛି। ମୋଦୀ ସରକାରଙ୍କ ଗାଥା ଏବଂ ଓଡ଼ିଆ ସଂସ୍କୃତିର ପରିଚୟସବୁ ଏଠାରେ ଶୋଭା ପାଉଛି। 

4. ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ଶୋ’ ଦେଖିବା ଲାଗି ହଜାର ହଜାର ସମର୍ଥକଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି। ଏଥିଲାଗି ରାଜ୍ୟ ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅପରାହ୍ଣ ୨ଟାରୁ ଟ୍ରାଫିକ କଟକଣା ଆାରମ୍ଭ ହେବ। ଜନପଥରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ। ଏହାସହ ଏହି ମୁଖ୍ୟ ରାସ୍ତାକୁ ସଂଲଗ୍ନ କରୁଥିବା ରାସ୍ତାସବୁରୁ ଜନପଥକୁ କୌଣସି ଯାନବାହାନ ବାହାରିବାକୁ ବାରଣ କରାଯାଇଛି। ଏଣୁ ବିକଳ୍ପ ରାସ୍ତାରେ ଯିବା ଲାଗି କମିଶନରେଟ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ କୁହାଯାଇଛି।
 
5. ଏହି କଟକଣାକୁ ଦେଖି ସହର ପରିବହନର ଏକ ପ୍ରମୁଖ ଅଙ୍ଗ ପାଲଟିଥିବା ମୋ’ ବସ୍‍ ସେବାକୁ ମଧ୍ୟ ବାରଣ କରାଯାଇଛି। ମାଷ୍ଟର କ୍ୟାଣ୍ଟିନ୍‍ରୁ ରାଜମହଲ ଯାଉଥିବା ପ୍ରତିଟି ମୋ’ ବସ୍‍କୁ ଅପରାହ୍ଣ ୨ଟାରୁ ରାଜମହଲରୁ ଏଜି ଛକ ମୁହାଁ କରାଯାଇ ଆଚାର୍ଯ୍ୟ ବିହାର ଯାଏ ଚଳାଚଳ କରାଯିବ। ଏହାଦ୍ୱାରା ରୁଟ୍‍ ସଂଖ୍ୟା ୯,୧୧, ୧୨, ୧୬, ୨୦, ୨୫, ୨୬, ୩୨, ୩୬, ୩୮ ଏବଂ ୮୨ ନମ୍ବର ବସ୍‍ ପ୍ରଭାବିତ ହେବ ବୋଲି କ୍ରୁଟ୍‍ ପକ୍ଷରୁ କୁହାଯାଇଛି। 

6. କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ଅଯୋଧ୍ୟା ଶ୍ରୀ ରାମ ମନ୍ଦିରକୁ ଶୋଧ କରାଯିବ। ନରେନ୍ଦ୍ର ମୋଦୀ ୪ ଶଙ୍କରାଚାର୍ଯ୍ୟଙ୍କୁ ନଡାକି ଉଦ୍‍ଘାଟନ କରିଥିବାରୁ ଏପରି ବ୍ୟବସ୍ଥା ହେବ ବୋଲି କହିଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ। ତାଙ୍କର ଏହି ବୟାନ ଦ୍ୱାରା ରାଜନୀତିରେ ଶ୍ରୀ ରାମମନ୍ଦିର ପ୍ରସଙ୍ଗ ପୁଣିଥରେ ଉଜ୍ଜୀବୀତ ହୋଇଛି। 

7. ଯଦି ନବୀନ ମୁଖ୍ୟମନ୍ତ୍ରୀ ନହୁଅନ୍ତି ତେବେ ରାଜନୀତିରୁ ସନ୍ୟାସ ନେବେ ପାଣ୍ଡିଆନ୍‍।  ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜ ନଗରଠାରେ ନିର୍ବାଚନ ପ୍ରଚାର କରିବା ସମୟରେ ସେ କହିଛନ୍ତି। ବିରୋଧି ବିଜେପିକୁ ଆକ୍ଷେପ କରି ଶ୍ରୀ ପାଣ୍ଡିଆନ୍‍ କହିଛନ୍ତି ମୋତା ଗାଳିଗୁଲଜ କଲେ କିଛି ପ୍ରତିକ୍ରିୟା ମୁଁ ଦେବି ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପଶବ୍ଦରେ ମୁଁ ସହିବି ନାହିଁ ବୋଲି କହିଛନ୍ତି। 

8. ଆଜି ଅକ୍ଷୟ ତୃତୀୟା। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏହି ପର୍ବକୁ ଅଖିମୁଠି ଅନୁକୂଳ କରାଯାଇ ପାଳନ କରାଯାଇଥାଏ। ଶ୍ରୀକ୍ଷେତ୍ରରେ ଆଜିଠାରୁ ରଥ କାଠ ଅନୁକୂଳ ହେବା ସହ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ସେହିପରି ସମ୍ବଲପୁରରେ ଆଜିଠାରୁ ଶୀତଳ ଷଷ୍ଠୀ ପର୍ବ ଆରମ୍ଭ ହୋଇଥାଏ। ଆଜି ଅପରାହ୍ଣରେ ମନ୍ଦିରରୁ ଥାଳ ଉଠିବ ଏବଂ ଶିବାଳୟମାନଙ୍କରେ ଶୀତଳଷଷ୍ଠୀ ପାଇଁ ଦାନ ଓ ଅନୁଦାନ ସଂଗ୍ରହ ଆରମ୍ଭ ହେବ।

9. ତିନି ଜଣ ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍‌ଙ୍କ କୋର୍ଟ। ଏହା ସହିତ ଦୋଷୀମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ତଥା ଜୋରିମାନା ଟଙ୍କା ନଦେଲେ ସେମାନଙ୍କୁ ଆହୁରି ୧ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ  ଭୋଗିବେ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି। ଏହି ବ୍ରାଉନ ସୁଗର ବେପାରୀମାନେ ହେଉଛନ୍ତି- ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ନରସିଂହପୁରର ଦେବାଶିଷ ବେହେରା ଓରଫ ରିଙ୍କୁ, ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ଗୋପାଳଗାଁର ପ୍ରବୀର କୁମାର ସିଂହ ଓରଫ ସୀତୁ ଓ ସେକ୍ କୌସର ଅଲ୍ଲୀ।

10. ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ଆଗାମୀ ୫ ଦିନ ରାଜ୍ୟର କାଁ ଭାଁ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱର୍ଣିଁ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟାରେ କେଉଁଝର, ବାଲେଶ୍ଵର, ମୟୂରଭଞ୍ଜ , କେନ୍ଦ୍ରାପଡ଼ା ଭଦ୍ରକରେ ଗୋଟେ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।ଏହା ସହ ଉତ୍ତର ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପବନର ବେଗ ୩୦ରୁ ୪୦ କିମି ଘଣ୍ଟା ପ୍ରତି ରହିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।

Also Read- Odisha Election 2024: ନବରଙ୍ଗପୁର କାହାକୁ ଦେବ ଭୋଟ୍‍

Also Read- Kuber Yog: ୧୨ ବର୍ଷ ପରେ ସୃଷ୍ଟି ହେଉଛି କୁବେର ଯୋଗ, ୩ ରାଶି ଜୀବନରେ ଟଙ୍କା ବର୍ଷା !