Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2243822

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: 

01- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀରରେ ଜନତାଙ୍କୁ ସମ୍ୱୋଧନ କରିବା ସହ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ପୁଣିଥରେ ସମାନ କଥା ଦୋହରାଇଲେ ମୋଦୀ କହିଛନ୍ତି ଯେ, ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଜୁନ୍ ୪ । ଏଥିସହ ୧୦ ଜୁନକୁ ଭୁବନେଶ୍ୱର ଆସିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ମୋଦୀ । ଏଥିସହ କହିଛନ୍ତି ଯେ, ବିଜେପି ଜୁନ୍ ୧୦ ରେ ନିଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବ। ଆଉ ସେହି ଲୋକ ମୁଖ୍ୟମନ୍ତ୍ରୀ ହେବ ଯିଏ ଓଡ଼ିଶାରେ ଜନ୍ମ ହୋଇଥିବ, ଯିଏ ଓଡ଼ିଶାର ସଂସ୍କୃତି ବୁଝିପାରୁଥିବ ଯିଏ ଲୋକଙ୍କ କଷ୍ଟ ବୁଝିପାରୁଥିବ। ଏହାହେଉଛି ମୋଦୀ ଗ୍ୟାରେଣ୍ଟି। 

02- ଫୁଲବାଣୀରେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିନା ଲେଖାରେ ଜିଲ୍ଲାର ନାଁ ଓ ତାହାର ମୁଖ୍ୟାଳୟର ନାଁ କହିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କନ୍ଧମାଳ ଉନ୍ନତି କରିବାକୁ ହେଲେ ବିଜେଡି ସରକାରଙ୍କୁ ହଟାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କନ୍ଧମାଳ ହଳଦୀକୁ ପ୍ରଶଂସା କରିବା ସହ ଏହାକୁ କେନ୍ଦ୍ର ସରକାର ଜିଆଇ ଟ୍ୟାଗ ଦେଇଥିବା ନେଇ ସୂଚନା ଦେଇଛନ୍ତି। କନ୍ଧମାଳ ହଳଦୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା କରିଛି ରାଜ୍ୟ ବିଜେପି। ହଳଦୀ ଚାଷୀଙ୍କୁ ରୋଜଗାରକ୍ଷମ କରିବାକୁ ବିଜେପି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରିଛି। 

03- ଆୟୁଷ୍ମାନ ଯୋଜନା ଏବଂ ରନ୍ତ୍ରଭଣ୍ଡାର ପ୍ରସଙ୍ଗ ବିଷୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟ ସରକାର ଆୟୁଷ୍ମାନ ଯୋଜନାକୁ ଲାଗୁ କରାଇ ଦେଉନାହାନ୍ତି। ଆୟୁଷ୍ମାନ ଯୋଜନାର ଫାଇଦା ସମ୍ପର୍କରେ କହିଥିଲେ ମୋଦୀ। ସେହିପରି ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବିର କଣ ଆବଶ୍ୟକତା ଥିଲା। କେହି ରାତିରେ ଖୋଲୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ମୋଦୀ।

04- ରାଉରକେଲାରେ ଭି.କେ ପାଣ୍ଡିଆନ୍ । ଆଜି ସକାଳୁ ରାଉରକେଲା ସେକ୍ଟର ୩ରେ ଥିବା ଜଗନ୍ନାଥଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହା ସହ ମନ୍ଦିରର ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଗତକାଲିଠାରୁ ରାଉରକେଲା ଗସ୍ତରେ ଅଛନ୍ତି ଭି.କେ ପାଣ୍ଡିଆନ୍ । ଗତକାଲି ସନ୍ଧ୍ୟାରେ ପାଣ୍ଡିଆନ୍ ରୋଡ୍ ସୋ’ କରିଥିଲେ । ପ୍ରଥମେ ତଳସରା ବିଧାନସଭା କ୍ଷେତ୍ର ଓ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ଦୀଳୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ଏହା ପରେ ସବଡେଗା ବ୍ଲକ ପଡ଼ିଆରେ ଆୟୋଜିତ ବିଶାଳ ନିର୍ବାଚନୀ ସମାବେଶରେ ଯୋଗଦେଇଥିଲେ ।

05- ଟ୍ରକ ଦୁର୍ଘଟଣାରେ ଜଳିଗଲା ବର ଗାଡି ଫଳରେ ବର ସମେତ ୪ଜଣ ଜୀଅନ୍ତା ଜଳିଯାଇଛନ୍ତି । ଏପରି ଏକ ଅଘଟଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଝାନସୀ କାନପୁର ଜାତୀୟ ରାଜପଥରେ । ମୃତକଙ୍କ ମଧ୍ୟରେ ବର ଏବଂ ତାଙ୍କ ସମ୍ପର୍କୀୟ ଭାଈଙ୍କ ସମେତ ୭ ବର୍ଷର ପୁତୁରା ଓ କାର ଚାଳକ ଥିଲେ । ଗତକାଲି ରୋଷଣୀ କରି ଛପାର ଗାଁକୁ ଯିବା ରାସ୍ତାରେ ଏପରି ଅଘଟଣ ଘଟିଛି । ଦୃତ୍ତଗତୀରେ ଟ୍ରକ ଧକ୍କା ହେବା କାରଣରୁ ଦୁର୍ଘଟଣାସ୍ଥଳରେ ହିଁ କାରରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କାରରୁ ନିଆଁ ଲିଭାଇବା ସହ ମୃତଦେହ ଗାଡିରୁ ପଦାକୁ ବାହାର କରିଥିଲେ । ବର୍ତ୍ତମାନ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏପରି ଏକ ଦୁର୍ଘଟଣା ଉଭୟ ବର ଏବଂ କନ୍ୟାଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

06- ଗତକାଲି ଜେଲରୁ ମୁକୁଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି ଯେ, ଆସନ୍ତାବର୍ଷ ପ୍ରଧାନମନ୍ତ୍ରୀ ଅବସର ନେବେ ଏବଂ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ କରାଯିବ । ଏଥିସହ କେଜ୍ରିୱାଲ ଏକଥା ମଧ୍ୟ କହିଛନ୍ତି ଯେ, ବିଜେପି ସରକାରକୁ ଆସିବା ପରେ ଯୋଗୀଙ୍କୁ ଦୁଇ ମାସ ମଧ୍ୟରେ ବିଦା କରାଯିବ ।  ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ

07- ଗତକାଲି ରାତିରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ଧୂଳି ଝଡ଼ ଏବଂ ପବନ କାରଣରୁ ଅନେକ ସ୍ଥାନରେ ଗଛ ଭାଙ୍ଗିବା ସହ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଏଥିସହ ୨ ଜଣଙ୍କ ମୃତ୍ୟୁ ଏବଂ ୨୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଦ୍ୱାରକାରେ ଏକ ବାଇକ୍‌ ଏବଂ ଆମ୍ବୁଲାନ୍ସ ଉପରେ ପବନରେ ଉଡିଆସି ସାଇନବୋର୍ଡ ପଡ଼ିଯାଇଥିଲା। ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ଦୁଇ ଜଣ ଓ ଜଣେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀରେ ଅବତରଣ କରିବାକୁ କିଛି ବିମାନର ଦିଗ ପରିବର୍ତ୍ତନ କରାଯାଇଥିଲା ।

08- ସଂସଦର ସମସ୍ତ ସୁରକ୍ଷା ବ୍ୟବସ୍ଥା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ( ସିଆଇଏସ୍‍ଏଫ୍‍) ହସ୍ତାନ୍ତର କରାଯିବ ନା ୧୦୦ ବର୍ଷର ପୁରୁଣା ସଂସଦୀୟ ସୁରକ୍ଷା ବାହିନୀ ବି ଏହାର ଅଂଶ ବିଶେଷ ହୋଇ ରହିବ। ଏ ବିଷୟରେ ଏକ ପ୍ୟାନେଲ୍‍ ଅନୁଧ୍ୟାନ କରିବ। ଭିଭିଆଇପିଙ୍କ ପାସ୍‍, ଗାଡ଼ି ଚଳାଚଳ, ଅଫିସିଆଲ ଓ ମିଡିଆଙ୍କୁ ପାସ୍‍ ପ୍ରଦାନ ଆଦି ବ୍ୟବସ୍ଥା ଏଥିରେ ଅନ୍ତର୍ଭୁକ୍ତ। ଡିସେମ୍ବର ୧୩ ତାରିଖରେ ଘଟିଥିବା ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ପରେ ସଂସଦ ପକ୍ଷରୁ ୧୫୦ ଜଣ ନିୟୋଜିତ ଦିଲ୍ଲୀ ପୁଲିସ ଅଧିକାରୀଙ୍କୁ ବାହାର କରାଯାଇ ସିଆଇଏସ୍‍ଏଫ୍‍କୁ ସୁରକ୍ଷାରେ ନିୟୋଜିତ କରାଯାଉଛି। 

09- ପ୍ରଥମଥର ପାଇଁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ସଫଳ ପରୀକ୍ଷଣ କରିବାକୁ ଯାଉଛି ମାହାକାଶ ଗବେଷଣା କେନ୍ଦ୍ର ଇସ୍ରୋ। ଶୁକ୍ରବାର ଦିନ ସଂସ୍ଥା ପକ୍ଷରୁ ଏକ ଥ୍ରୀଡି ପ୍ରିଣ୍ଟେଡ଼ ରକେଟ୍‍ ଇଞ୍ଜିନ୍‍କ ହଟ୍‍ ଟେଷ୍ଟିଂ ସଫଳ ହୋଇଛି ବୋଲି କହିଛି ଇସ୍ରୋ। ଏହା ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଇଛି। ଏହି ଇଞ୍ଜିନ୍‍କୁ ପିଏସ୍‍ ୪ ରକେଟ୍‍ରେ ବ୍ୟବହାର କରାଯିବ। 

10- କାଳବୈଶାଖୀର କାରଣରୁ ରାଜ୍ୟର ଅନେକ ସ୍ଥାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗି ରହିଛି । ଆସନ୍ତା ୫ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି । ଆସନ୍ତା ୩ ଦିନ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।  କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ ଓ କୋରାପୁଟ ଜିଲ୍ଲାରେ ବିଜୁଳି ସହ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ (ରବିବାର) ଦିନ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ ଓ ଯାଜପୁରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Also Read- BSNL Recharge Plan: କମ ଟଙ୍କାରେ ଅନଲିମିଟେଡ୍ କଲିଂ ସହ ୨ଜିବି ଇଣ୍ଟରନେଟ୍

Also Read- Shukra Gochar 2024: ବୃଷ ରାଶିରେ ଶୁକ୍ରଙ୍କ ପ୍ରବେଶ, କର୍କଟ ସମେତ ୬ଟି ରାଶିକୁ ଧନ ଲାଭ