Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2258217

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

HL1-Cm Naveen Patnaiks Massive Roadshow: ନିର୍ବାଚନ ପାଇଁ ରାଜ୍ୟରେ ସରଗରମ୍ ରହିଛି ରାଜ୍ୟ ରାଜନୀତି।  ଏହି କ୍ରମରେ ଭୋଟରଙ୍କ ମନ କିଣିବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନବୀନ।  ଏକାମ୍ର ପରେ ଏବେ  ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫୋକସରେ ରହିଛି  ଉତ୍ତର ଭୁବନେଶ୍ବର।  ଆଜି ସଂନ୍ଧ୍ୟାରେ  ଏହି ନିର୍ବାଚନ ମଣ୍ତଳୀର ଗଡ଼ିବ ନବୀନଙ୍କ ହାଇଟେକ୍ ବସ୍।  ରେଣ୍ଟାଲ କଲୋନୀ ଠାରୁ  ପଟିଆ ଛକ ଯାଏଁ  ଚାଲିବ ପାଓ୍ବାର ଶୋ'। ୮ଟି ଛକରେ ଅଟକିବେ ନବୀନ୍। 

HL2-Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି । ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି । ମଙ୍ଗଳବାର  ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ।  ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ  ଗତି କରି ୨୪ ତାରିଖ ସୁଧା  କେନ୍ଦ୍ରୀୟ ବଙ୍ଗୋପସାଗରରେ  ଅବପାତର ରୂପ ନେବ।  ପରେ ଘନୀଭୂତ ହୋଇ ଆହୁରି  ଉତ୍ତର ପୂର୍ବ ଦିଗକୁ ଗତି କରିବା ସହ  ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।  ଏହାର ପ୍ରଭାବର ସମୁଦ୍ର ଅଶାନ୍ତ ରହିବା ସହ ୨୩ ତାରିଖରୁ  ଦକ୍ଷିଣ ଏବଂ କେନ୍ଦ୍ରୀୟ  ବଙ୍ଗୋପସାଗରକୁ  ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ଏଯାବତ୍ କୌଣସି ଆକଳନ କରାଯାଇନାହିଁ।  ବାତ୍ୟା ନୁହେଁ ଲଘୁଚାପ କେବଳ  ଅବପାତର ରୂପ ନେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ  ସଂଜୀବ ଦ୍ବୀବେଦି କହିଛନ୍ତି। 

HL3-Election 2024: ଆସନ୍ତା ୨୩ ତାରିଖରେ କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭାର ୨ଟି ବୁଥରେ ପୁଣି ହେବ ମତଦାନ। କଣ୍ଟାମାଳ ର ବୁଥ୍ ନମ୍ବର ୨୬ ଓ ୨୮ରେ ସକାଳ ୮ଟାରୁ ୪ ପର୍ଯ୍ୟନ୍ତ ଭୋଟିଂ ହେବ। ଭାରତୀୟ ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟ୍ ହେବ।

HL4-Arun Govil campaign in Odisha: ବିଜେପି ନେତା ଅରୁଣ ଗୋଭିଲ୍ ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି।  ସେ ୪ଟି ସଭାରେ ଯୋଗ ଦେଇ ଲୋକସଭା  ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା କରିବେ ବୋଲି ଜଣାପଡ଼ିଛି । ଟେଲିଭିଜନ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ବେଶ୍ ଲୋକପ୍ରିୟ। 

HL5-CM YOGI Odisha Visit: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଓଡିଶା ଆସିବେ।  ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ ଯୋଗୀ ଆଦିତ୍ୟନାଥ । ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ଚଳଚଞ୍ଚଳ ହୋଇପଡ଼ିଛି ବିଜିପି ଶିବିର। 

HL6- 10. ⁠elephant census to start today : ଆଜିଠାରୁ ରାଜ୍ୟରେ ହାତୀ ଗଣନା ଆରମ୍ଭ ହେବାକୁ ଯାଉଛି।  ଏହି ଗଣନା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ହାତୀ ଗଣନା ପାଇଁ ଏକ ଟିମ୍ ନିୟୋଜିତ ହୋଇଛନ୍ତି । ସେମାନଙ୍କ ପାଇଁ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଥିବା ବଡ଼ ବଡ଼ ଗଛ ଉପରେ ମଞ୍ଚା ପ୍ରସ୍ତୁତ କରାଯାଇଛି । ଦିନ ହେଉ ବା ରାତି, ସବୁବେଳେ ହାତୀ ଗଣନା କରାଯିବ । ରାଜ୍ୟର ୫୧ଟି ଡିଭିଜନ ମଧ୍ୟରୁ ୪୬ଟି ଡିଭିଜନରେ ହାତୀ ଗଣନା କରାଯିବ ବୋଲି ସୂଚନା ମିଳିଛି। ।

HL7-show cause notice to 4 MLAs because of changing party: ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।  ନିମାପଡା ବିଧାୟକ ସମୀର ଦାଶ,  ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ୍ ସାଏ ଓ ସୋର ବିଧାୟକ ପର୍ଶୁରାମ୍ ଧଡାଙ୍କୁ ଜବାବ୍ ତଲବ କରାଯାଇଛି। ୨୭ ତାରିଖ ସୁଧା ଉତ୍ତର ଦେବାକୁ କୁହାଯାଇଛି। 

HL8-aap leader manish-sisodia: ଆପ୍‌ ନେତା ମନୀଷ ସିସୋଦିଆ ମନି ଲଣ୍ଡରିଂ କେସ୍‌ ଏବଂ ଦୁର୍ନୀତି ମାମଲାରେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ଜେଲରୁ ମୁକୁଳିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ସିସୋଦିଆଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଛି । କିନ୍ତୁ ମନୀଷଙ୍କୁ ଏପର୍ଯ୍ୟନ୍ତ କୋର୍ଚଙ୍କ ପକ୍ଷରୁ କୌଣସି ଆଶ୍ୱସ୍ତିଜନକ ଖବର ମିଳିନାହିଁ । ଅନ୍ୟପଟେ ମନୀଷଙ୍କ ପାଇଁ ଆଉ ଏକ ଚିନ୍ତାର ବିଷୟ ପାଲଟିଛି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟଙ୍କ ରାୟ । ମନୀଷଙ୍କ ହାଜତ ଅବଧିକୁ ବଢାଇଛନ୍ତି କୋର୍ଟ ।

HL9-Abhijit Gangopadhyay Controversy: ଅପମାନଜନକ ଟିପ୍ପଣୀ ପାଇଁ ନିର୍ବାଚନୀ ପ୍ରଚାର ଉପରେ ଲାଗିଲା ରୋକ । ଇସିଆଇ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ନିର୍ବାଚନୀ ପ୍ରଚାରରେ ରୋକ ଲଗାଇଛନ୍ତି । ସେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଅନ୍ତର୍ଗତ ତାମଲୁକ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ପାଇଁ ଇସିଆଇ ଏଭଳି ପଦକ୍ଷେପ ଗ୍ରହଣ କରିଛି।

HL10- Amit Saha: ଲାଠିପଡା ସମାବେଶରେ ବରିଷ୍ଠ ବିଜେପି ନେତା ଅମିତ ଶାହ ବିଜେଡିକୁ କଡା କାଉଣ୍ଟର କରିଛନ୍ତି । ଲୋକଙ୍କୁ ସମ୍ୱୋଧନ କରି କହିଥିଲେ ଯେ, ଓଡ଼ିଶାର ଗୌରବକୁ ପୁନଃ ସଂସ୍ଥାପିତ କରିବାର ନିର୍ବାଚନ ଏହା । କୋଣସି ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ଓଡ଼ିଆ କହୁଥିବା ଓଡ଼ିଶା ମାଟିର ସନ୍ତାନ ହିଁ ମୁଖ୍ୟମନ୍ତ୍ରୀ ହେବେ । ୭୫ରୁ ଅଧିକ ସିଟ୍‌ ଜିତି ଓଡ଼ିଶାରେ ବିଜେପି ସରକାର ବନାଇବା ସମ୍ପର୍କରେ ଶାହ କହିଥିଲେ । ଏଥିସହ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଏବଂ ଭୋଟିଂ ସମୟରେ ବୁଥ ରିଗିଂ ନେଇ ମଧ୍ୟ କଡା କାଉଣ୍ଟର କରିଥିଲେ ।  ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା କାହିଁକି ଗରିବ ବୋଲି ମଧ୍ୟ ଶାହ ପଚାରିଛନ୍ତି ।