Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2243202

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. National Technology Day: ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ
ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ଭାରତର ବିଜ୍ଞାନୀ, ଯନ୍ତ୍ରୀ, କାରିଗର କୌଶଳ ବିଶେଷଜ୍ଞଙ୍କୁ ଦେଶର ବିକାଶରେ ବୈଷୟିକ ଜ୍ଞାନ ଓ ଟୋକ୍ନୋଲୋଜି ପ୍ରୟୋଗ ପାଇଁ ଉତ୍ସାହିତ କରିବା ଏହି ଦିନର ଲକ୍ଷ୍ୟ।ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଏହି ଦିବସ ଘୋଷଣା କରାଯାଇଥିଲା। ଯାହାକୁ ଜାତୀୟ ବୈଷୟିକ ଜ୍ଞନ ବିକାଶ ପରିଷଦ ଦ୍ୱାରା ପାଳନ କରାଯାଉଛି। ୧୯୯୯ ମସିହାର ଆଜିର ଦିନରେ ପୋଖରାନଠାରେ ଆଣବିକ ବୋମାର ସଫଳ ପରୀକ୍ଷଣ କରିଥିଲା ଭାରତ। ଏହି ଦିନକୁ ସ୍ମରଣୀୟ କରିବାକୁ ଯାଇ ଜାତିୟ ପ୍ରଯୁକ୍ତି ବିଦ୍ୟା ଦିବସର ସୃଷ୍ଟି।

H2. 3-D  Printed Rocket Engine by ISRO: ଆଉ ଏକ ସଫଳ ପରୀକ୍ଷଣ ଲକ୍ଷ୍ୟରେ ଇସ୍ରୋ
ପ୍ରଥମଥର ପାଇଁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ସଫଳ ପରୀକ୍ଷଣ କରିବାକୁ ଯାଉଛି ମାହାକାଶ ଗବେଷଣା କେନ୍ଦ୍ର ଇସ୍ରୋ। ଶୁକ୍ରବାରଦିନ ସଂସ୍ଥା ପକ୍ଷରୁ ଏକ ଥ୍ରୀଡି ପ୍ରିଣ୍ଟେଡ଼ ରକେଟ୍‍ ଇଞ୍ଜିନ୍‍କ ହଟ୍‍ ଟେଷ୍ଟିଂ ସଫଳ ହୋଇଛି ବୋଲି କହିଛି ଇସ୍ରୋ। ଏହା ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଇଛି। ଏହି ଇଞ୍ଜିନ୍‍କୁ ପିଏସ୍‍ ୪ ରକେଟ୍‍ରେ ବ୍ୟବହାର କରାଯିବ। 

H3. PM Modi to Visit 3 districts in Odisha today: ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଓଡ଼ିଶାର ତିନି ଜିଲ୍ଲା ଗସ୍ତ କରିବେ। ସକାଳ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ କନ୍ଧମାଳ ଜିଲ୍ଲାରେ ପହଞ୍ଚିବେ। ଫୁଲବାଣୀ ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଠିକ୍‍ ସେହିପରି ମଧ୍ୟାହ୍ନ ୧୨ଟାରେ ବଲାଙ୍ଗରଠାରେ ପଥରଚେପା ପଡ଼ିଆଠାରେ ଶ୍ରୀ ମୋଦୀ ବିଜେପି ପ୍ରାର୍ଥୀଙ୍କ ଲାଗି ଉଦବୋଧନ ଦେବେ। ଶେଷରେ ଅପରାହ୍ଣ ୨ଟା ବେଳେ ବରଗଡ଼ର ଟୋଲ୍‍ଗେଟ୍‍ ନିକଟସ୍ଥ ବରାହଗୁଡ଼ା ଜାତୀୟରାଜପଥ ଉପରେ ଜନ ସମାଗମକୁ ବିଜେପି ସପକ୍ଷରେ ଭୋଟ ଦେବାକୁ ଉତ୍ସାହିତ କରିବେ।
 
H4. 2 Hours Road Show: ରାଜଭବନରେ ରାତ୍ରୀଯାପନ କଲେ ପ୍ରଧାନମନ୍ତ୍ରୀ
ଶ୍ରୀ ମୋଦୀ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବା ପରେ ଏବେ ରାଜଭବନରେ ଅବସ୍ଥାନ କରିଛନ୍ତି। ସେ ଗତ ସନ୍ଧ୍ୟାରେ ଭୁବନେଶ୍ୱରରେ ଏକ ରୋଡ୍‍ ଶୋ’ରେ ଯୋଗ ଦେଇଥିଲେ। ଲୋକଙ୍କୁ ବିଜେପିର ଚିହ୍ନ ପଦ୍ମ ଫୁଲ ଦେଖାଇ ଭୋଟ୍‍ ଦେବାକୁ ନିବେଦନ କରିଥିଲେ। ତାଙ୍କ ସାଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଶ୍ରୀ ମୋଦୀଙ୍କ ସୁ ସଜ୍ଜ୍ଜିତ ପ୍ରଚାର କାର ଦ୍ୱାରା ଶୋଭାଯାତ୍ରାରେ ଯୋଗ ଦେଇଥିଲେ।  ମାଷ୍ଟର କ୍ୟାଣ୍ଟିନଠାରୁ ବାଣୀବିହାରଯାଏ ଏହି ଶୋଭାଯାତ୍ରା ଚାଲିଥିଲା। ପ୍ରାୟ ୨ ଘଣ୍ଟା ଶୋଭାଯାତ୍ରାରେ ରହିବା ପରେ ଶ୍ରୀ ମୋଦୀ ରାଜଭବନରେ ରାତ୍ରୀଯାପନ ପାଇଁ ଯାଇଥିଲେ।
 
H5. BJP Govt helped Bhubaneswar to become an hub for Education: ଶିକ୍ଷା କ୍ଷେତ୍ରରେ ଯଥେଷ ଉନ୍ନତି ହୋଇଛି: ପ୍ରଧାନମନ୍ତ୍ରୀ
ବିଜେପି ସରକାର ସମୟରେ ଓଡ଼ିଶା ଓ ଭୁବନେଶ୍ୱରରେ ଶିକ୍ଷାକ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଆଇଆଇଟିକୁ ନୂଆ କ୍ୟାମ୍ପସ, ନାଇଜରର ପ୍ରତିଷ୍ଠା ପ୍ରଭୃତି ଏଥିରେ ଉଲ୍ଲଖନୀୟ। ଅପରପକ୍ଷେ ବିଜେଡି ସରକାର ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛି ତଥା ସ୍ଥାଣୁ ପାଲଟିଛି ବୋଲି କହିଛନ୍ତି ଶ୍ରୀ ମୋଦୀ। ସେମାନେ ଓଡ଼ିଶାର ମହାନ ସଂସ୍କୃତି ଓ ଲୋକାଚାରକୁ ସମ୍ପୂର୍ଣ୍ଣ ଭାବେ ଭୁଲ ବୁଝିଛନ୍ତି। ଭୁବନେଶ୍ୱର ଏବଂ ଓଡ଼ିଶା ରେକର୍ଡ ସଂଖ୍ୟାରେ ବିଜେପିକୁ ସମର୍ଥନ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ େବାଲି କହିଛନ୍ତି େମାଦୀ। 

H6. Pandian will Leave Politics: ରାଜନୀତି ଛାଡିବେ ପାଣ୍ଡିଆନ
ନବୀନ ପଟ୍ଟନାୟକ ଏଥର ନଜିତିଲେ ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ରାଜନୀତିରୁ ସନ୍ନ୍ୟାସ ନେବେ। ବିରୋଧି ଦଳ ଯେଉଁ ପରିବର୍ତ୍ତନ ହାଓ୍ୱା ବହିବା କଥା କହୁଛନ୍ତି ତାହାକୁ ମିଛ ବୋଲି କହିବା ସହ ସେ ଏହି ଘୋଷଣା କରିଛନ୍ତି। ଏହାସହ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବି ଟାର୍ଗେଟ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି କେହି ଅଶାଳୀନ ଭାଷା ପ୍ରୟୋଗ କଲେ ସେ ସହିବେ ନାହିଁ। ସାମାନ୍ୟ ଜାତୀୟ ରାଜପଥ ୧୦କୁ ଠିକଣା କରି ନଥିବା କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଶ୍ରଦ୍ଧା ଜଣାପଡ଼ୁଛି ବୋଲି ସେ କହିଛନ୍ତି। 

H7. Delhi CM Thanks Hanuman: ମୁକୁଳିଲେ କେଜରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆଜିଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ଜେଲ୍‍ରୁ ଜାମିନରେ ମୁକୁଳିବା ପରେ ଶ୍ରୀ କେଜ୍ରିଓ୍ୱାଲ୍‍ ଭଗବାନ ଶ୍ରୀ ହନୁମାନଙ୍କୁ ଶ୍ରେୟ ଦେଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରା ଛନ୍ଦି ହୋଇଥିବା ଶ୍ରୀ କେଜ୍ରିଓ୍ୱାଲ ଗତକାଲି ୨୧ ଦିନ ଲାଗି ଜାମିନ ପ୍ରଦାନ କରିଛନ୍ତି। 

H8. 9 Filghts diverted in Delhi: ୯ ବିମାନର ଦିଗ ବଦଳିଲା 
ଦିଲ୍ଲୀରେ ଝଡ଼ ତୋଫାନ ହେତୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୯ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି। ଏହା ସହ  ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିବାରୁ ଯାନ ବାହାନ ଚଳାଚଳ ବାଧା ପାଇଛି। ଶୁକ୍ରବାର ରାତି ୯ଟାରେ ଏହିଭଳି ଦୁର୍ଘଟଣା ଘଟିଥିଲା। 

H9. Panel to Study engagement of CISF in parliamentary Security: ସଂସଦର ସୁରକ୍ଷା ଦାୟିତ୍ୱ
ସଂସଦର ସମସ୍ତ ସୁରକ୍ଷା ବ୍ୟବସ୍ଥା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ( ସିଆଇଏସ୍‍ଏଫ୍‍) ହସ୍ତାନ୍ତର କରାଯିବ ନା ୧୦୦ ବର୍ଷର ପୁରୁଣା ସଂସଦୀୟ ସୁରକ୍ଷା ବାହିନୀ ବି ଏହାର ଅଂଶ ବିଶେଷ ହୋଇ ରହିବ। ଏ ବିଷୟରେ ଏକ ପ୍ୟାନେଲ୍‍ ଅନୁଧ୍ୟାନ କରିବ। ଭିଭିଆଇପିଙ୍କ ପାସ୍‍, ଗାଡ଼ି ଚଳାଚଳ, ଅଫିସିଆଲ ଓ ମିଡିଆଙ୍କୁ ପାସ୍‍ ପ୍ରଦାନ ଆଦି ବ୍ୟବସ୍ଥା ଏଥିରେ ଅନ୍ତର୍ଭୁକ୍ତ। ଡିସେମ୍ବର ୧୩ ତାରିଖରେ ଘଟିଥିବା ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ପରେ ସଂସଦ ପକ୍ଷରୁ ୧୫୦ ଜଣ ନିୟୋଜିତ ଦିଲ୍ଲୀ ପୁଲିସ ଅଧିକାରୀଙ୍କୁ ବାହାର କରାଯାଇ ସିଆଇଏସ୍‍ଏଫ୍‍କୁ ସୁରକ୍ଷାରେ ନିୟୋଜିତ କରାଯାଉଛି। 

H10. Total 305 Candidates for 2nd phase poll in Odisha: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୩୦୫ ପ୍ରାର୍ଥୀ
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଭାବେ ୩୦୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି। ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନ ଲାଗି ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଲୋକସଭା ଆସନଗୁଡ଼ିକ ଲାଗି ୪୦ଜଣ ଏବଂ ବିଧାନସଭା ପାଇଁ ୨୬୫ଜଣ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ନିର୍ବାଚନ ଅଧିକାରୀଙ୍କ ପାଖରୁ ମିଳିଥିବା ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ଲଢ଼ୁଥିବା ହିଞ୍ଜିଳିରୁ ୧୦ଜଣ ଏବଂ କଣ୍ଟାବାଞ୍ଜିରୁ ୧୧ଜଣ ପ୍ରାର୍ଥୀ ହୋଇଛନ୍ତି।