Top 10 News Today: ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା BJD, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2231706

Top 10 News Today: ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା BJD, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top News Headlines from 02 May 2024: ବିଜେଡି ପକ୍ଷରୁ ଆଜି ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ପ୍ରାର୍ଥୀ ତାଲିକାରେ ଦେବଗଡ଼ ରାଣୀଙ୍କ ଟିକଟ କାଟି ତାଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନଙ୍କୁ ସ୍ଥାନୀତ କରାଯାଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

 

Top News Headlines from 02 May 2024
Top 10 News Today | Afternoon | 02 May 2024: H1. ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି  ଆସନ୍ତା କାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ। ଏହାକୁ ଆିରେ ରଖି ଆଜି ଅନେକ ହେବିଓ୍ୱେଟ୍‍ ନେତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଣ୍ଟା ବାଞ୍ଜିରୁ ଦ୍ୱିତୀୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ୩୦ ତାରିଖ ଦିନ ସେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। 
 
H2. ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ସାଂସଦ ଜୁଏଲ୍‍ ଓରାମ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବୁଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସମେତ ଅନେକ ନେତା ଆଜି ନିଜର ନାମାଙ୍କନ ଦାଖଲ କରିଛନ୍ତି।
 
H3. ବିଜେଡି ପକ୍ଷରୁ ଆଜି ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ପ୍ରାର୍ଥୀ ତାଲିକାରେ ଦେବଗଡ଼ ରାଣୀଙ୍କ ଟିକଟ କାଟି ତାଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନଙ୍କୁ ସ୍ଥାନୀତ କରାଯାଇଛି। ସେହିପରି କୋରେଇ ବିଧାନସଭା ଲାଗି  ସମ୍ବଲପୁର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମା’, ଖଣ୍ଡପଡ଼ା ଲାଗି ସାବିତ୍ରୀ ପ୍ରଧାନ  ଏବଂ ନୀଳଗିରି ଲାଗି ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। 
 
H4. ଏହି ପ୍ରାର୍ଥୀ ତାଲିକାରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଆଶାୟୀ ଅନୁଭବ ପଟ୍ଟନାୟକ। ତାଙ୍କପ୍ରତି ଦଳ ଅନ୍ୟାୟ କରିଛି କହି ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତା କାଲି ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି। 
 
H5. ରାଜ୍ୟରେ ଧାନ କିଣାକୁ ନେଇ ବ୍ୟାପକ ଦୁର୍ନୀତି ହୋଇଛି। ଗତ ୧୫ ବର୍ଷ ଭିତରେ ଯେତିକି ଦୁର୍ନୀତି ହୋଇଛି ତାହାର ପ୍ରମାଣ ସେସାଇଛି ସମ୍ପାଦକ ଏବଂ ସଭାପତିଙ୍କ ବ୍ୟାଙ୍କ ଆକାଉଣ୍ଟ ବା ସମ୍ପତ୍ତିକୁ ଦେଖିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏପରିକି ରାଜ୍ୟ ସରକାର ନକଲି ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ହେରଫେର କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ସାମଲ। ବିଜେପି ଶାସନକୁ ଆସିଲେ ଚାଷୀଙ୍କ ସମସ୍ତ ଧାନ କିଣିବ ଏବଂ ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍‍ ଦରରେ ୪୮ ଘଣ୍ଟା ଭିତରେ ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି ଶ୍ରୀ ସାମଲ ।
 
H6. ବିନା ମନ୍ତ୍ର, ବେଦୀ ଓ ହୋମରେ ତଥା ପାରମ୍ପରିକ ପ୍ରଥା ଅନୁସାରେ ବିବାହ ହୋଇ ନଥିଲେ ତାହା ବୈଧ ହେବ ନାହିଁ। ଏପରିକି କୋର୍ଟ ପଞ୍ଜିକରଣ ହୋଇଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱ ପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। ଏହାଦ୍ୱାରା ଯେଉଁ ପବିତ୍ର ପରମ୍ପରାକୁ କିଛି ବ୍ୟକ୍ତି ନାଚଗୀତ, ଖାଇବା ପିଇବା ବା ଆଡ଼ମ୍ବର ବୋଲି ଗ୍ରହଣ କରୁଥିଲେ ସେ ମନୋଭାବରେ ପରିବର୍ତ୍ତନ ହେବ। 
 
H7. ଓଡ଼ିଶାର ପ୍ରତି ଜିଲ୍ଲାସ୍ତରୀୟ ନ୍ୟାୟାଳୟ କାର୍ଯ୍ୟାଳୟର ସୂଚନା ପାଇବା  ପାଇଁ ଏଣିକି ଅନ୍‍ ଲାଇନ୍ ଯୋଗେ ଆବେଦନ କରାଯାଇପାରିବ। ସୂଚନା ଅଧିକାର ଆଇନକୁ ଅଧିକ କ୍ରିୟାଶୀଳ କରିବା ତଥା ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଏଠାରେ ଅନ୍‍ଲାଇନ୍‍ ଆର୍‍ଟିଆଇ ପୋର୍ଟାଲ୍‍ ଆରମ୍ଭ କରାଯାଇଛି। ହାଇକୋର୍ଟଙ୍କ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। 
 
H8. ଦୀର୍ଘଦିନ ଧରି ଲାଗିଥିବା ଟିକେଟ ପ୍ରଶ୍ନର ଆଜି ଉତ୍ତର ଆସିବ। ସନ୍ଧ୍ୟା ସୁଦ୍ଧା କଂଗ୍ରେସ ସଭାପତି ଆମେଠି ଓ ରାୟ ବରେଲିରୁ କିଏ ପ୍ରାର୍ଥୀ ହେବେ ତାହା ଘୋଷଣା କରିବେ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି।  ଉତ୍ତର ପ୍ରଦେଶର ଏହି ଦୁଇ ଆସନ କଂଗ୍ରେସ ଲାଗି ବହୁତ ଗୁରୁତ୍ୱପୂର୍ଣ୍ଣ ଆସନ ଭାବେ ବିବେଚିତ ହୋଇଥାଏ।  ଉଭୟ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଏଠାରୁ ପ୍ରାର୍ଥୀ ହେବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
 
H9. ବାଲିଗୁଡ଼ାରେ ଆଜି ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ଭି କାର୍ତ୍ତିକେୟ ପାଣ୍ଡିଆନ୍‍। ବିରୋଧୀ ଦଳଙ୍କ ମନୋବଳ ଭାଙ୍ଗିଯାଇଥିବା ସେ କହିଛନ୍ତି। ତାଙ୍କୁ ପ୍ରାର୍ଥୀ ମିଳୁ ନଥିବା କହିବା ସହ ବିରୋଧି ମିଛ ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପାଣ୍ଡିଆନ୍‍। 
 
H10. ବିନା ମନ୍ତ୍ର, ବେଦୀ ଓ ହୋମରେ ତଥା ପାରମ୍ପରିକ ପ୍ରଥା ଅନୁସାରେ ବିବାହ ହୋଇ ନଥିଲେ ତାହା ବୈଧ ହେବ ନାହିଁ। ଏପରିକି କୋର୍ଟ ପଞ୍ଜିକରଣ ହୋଇଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱ ପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। ଏହାଦ୍ୱାରା ଯେଉଁ ପବିତ୍ର ପରମ୍ପରାକୁ କିଛି ବ୍ୟକ୍ତି ନାଚଗୀତ, ଖାଇବା ପିଇବା ବା ଆଡ଼ମ୍ବର ବୋଲି ଗ୍ରହଣ କରୁଥିଲେ ସେ ମନୋଭାବରେ ପରିବର୍ତ୍ତନ ହେବ।