Top 10 News Today: ବିଜେଡିରେ ମିଶିଲେ ଲେଖାଶ୍ରୀ ଏବଂ ଗଣେଶ୍ୱର, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2193298

Top 10 News Today: ବିଜେଡିରେ ମିଶିଲେ ଲେଖାଶ୍ରୀ ଏବଂ ଗଣେଶ୍ୱର, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ବିଜେଡିରେ ମିଶିଲେ ଲେଖାଶ୍ରୀ ଏବଂ ଗଣେଶ୍ୱର, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ବିଜେଡିରେ ମିଶିଲେ ଲେଖାଶ୍ରୀ ଏବଂ ଗଣେଶ୍ୱର, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

01- ବିଜେଡିରେ ଯୋଗ ଦେଲେ ପୂର୍ବତନ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଆଜି ଶଙ୍ଖ ଧରିଛନ୍ତି ଲେଖାଶ୍ରୀ । ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିବା କହିଛନ୍ତି । ବର୍ଷ ବର୍ଷ ଧରି ମୁଁ ବିଜେପିକୁ ସର୍ବଶ୍ୱ ଦେଇଛି, ଓଡ଼ିଶାବାସୀଙ୍କ ସେବା କରିବାର ଇଚ୍ଛା ଥିଲା ତାହା ବିଜେପି ପୂରଣ କରିବାକୁ ଦେଲାନି ।

02- ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା । ଶଙ୍ଖ ଭବନରେ ଶୀର୍ଷ ନେତୃବୃନ୍ଦଙ୍କ ଗହଣରେ ବିଜେଡିରେ ସାମିଲ ହୋଇଛନ୍ତି । ଦୀର୍ଘ ବର୍ଷ ଧରି କଂଗ୍ରେସ ପାଇଁ ସକ୍ରିୟ ଭାବେ କାର୍ଯ୍ୟଭାର ତୁଲାଇଥିଲେ । କଂଗ୍ରେସରୁ ସେ ବିଧାୟକ ଓ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ କିଛି ଦିନ ହେବ ଦଳରେ ତାଙ୍କୁ ଅଣଦେଖା କରାଯିବା ସହ ଟିକେଟ ନମିଳିବାରୁ ସେ ଦଳ ଛାଡିଥିବା କହିଥିଲେ ।

03- ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇ ବର୍ତ୍ତମାନ ଜେଲରେ ଥିବା ସମୟରେ ତାଙ୍କୁ ବିରୋଧ କରିଛନ୍ତି ପୂର୍ବତନ ଆପ୍‌ ନେତା ସନ୍ଦୀପ କୁମାର । କେଜ୍ରିୱାଲ ଜେଲରେ ରହି କିପରି ସରକାର ଚଳାଉଛନ୍ତି ସେ ନେଇ ସେ ପ୍ରଶ୍ନ କରିଛନ୍ତି । ଏଥିସହ ସେ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛନ୍ତି । ଅନ୍ୟପଟେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସନ୍ଦୀପ । ତେବେ ପୂର୍ବରୁ ମଧ୍ୟ ସନ୍ଦୀପ ହାଇକୋର୍ଟରେ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯାହାକୁ ହାଇକୋର୍ଟ ଖାରଜ କରିଦେଇଥିଲେ ।

04- ୨ ବିଚାରାଧୀନ କଏଦୀ ଭବାନୀପାଟଣା ଜେଲ୍ରୁ ଫେରାର ହେବାରେ ସଫଳ ହୋଇଛନ୍ତି । ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ମାଝି ବୋଲି ଜଣାପଡିଛି । ଉଭୟଙ୍କ ନାମରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ବିଚାରାଧୀନ କଏଦୀ ଭାବେ ଜେଲରେ ରହିଥିବା ସମୟରେ ସେମାନେ ଜେଲ ମଧ୍ୟରୁ କିପରି ଫେରାର ହେବାରେ ସକ୍ଷମ ହେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

05- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଚୋରି ହୋଇଥିବା କାର ମିଳିଛି । ଗତ ମାର୍ଚ୍ଚ ୧୯ ତାରିଖ ଦିନ ଦିଲ୍ଲୀ ଗୋବିନ୍ଦପୁରୀରୁ ନଡ୍ଡାଙ୍କ ଫର୍ଚୁନର କାର ଚୋରି ହୋଇଥିଲା । କାରଟିକୁ ବନାରସରୁ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । କାର୍ ଚୋରି ମାମଲାରେ ୨ଜଣ ଅଭିଯୁକ୍ତ ବଡକଲର ଶାହିଦ ଓ ଶିବାଙ୍ଗ ତ୍ରିପାଠୀଙ୍କୁ ପୋଲିସ ଗିରଫ କରିବା ସହ ପଚରାଉଚରା କରୁଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଚୋରଙ୍କୁ କାବୁ କରିଥିବା କୁହାଯାଉଛି । କାର୍ ଚୋରି କରିବା ପରେ ସେହି କାରରେ ଅଭିଯୁକ୍ତମାନେ ବିଭିନ୍ନ ସହର ବୁଲିଥିଲେ ।

06- ଜଗତସିଂହପୁରର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଅନୁପମ ସାହା ।୨୦୧୨ ବ୍ୟାଚର ଏହି ବରିଷ୍ଠ ଆଇଏଏସ ଅଫିସର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ସହ ମୋ ସ୍କୁଲ ଅଭିଯାନର ସେକ୍ରେଟାରୀ,ଶ୍ରମ କମିଶନର ଓ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବରେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।ଆଜି ଶ୍ରୀ ସାହା ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ବରିଷ୍ଠ ଅଧିକାରୀ ଓ କାର୍ଯ୍ୟାଳୟର କର୍ମଚାରିମାନେ ଜିଲ୍ଲପାଳଙ୍କୁ ସ୍ୱାଗତ କରିଥିଲେ ।

07- ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବାରେ ଲାଗିଥିବା ବେଳେ, ସ୍କୁଲ ଛାତ୍ରୀଛାତ୍ରୀଙ୍କ ସୁରକ୍ଷାକୁ ନଜର ରଖି ସ୍କୁଲ ଯିବା ଆସିବା  ସମୟରେ ପରିବର୍ତ୍ତନ କରାଯାଇଛି। ରାଜ୍ୟର ୫ଟି ଜିଲ୍ଲାରେ  ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ସ୍କୁଲ୍ ଟାଇମ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ବେଳେ ଏବେ ଅନୁଗୁଳ, ସୁନ୍ଦରଗଡ, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲାରେ ସ୍କୁଲ ସମୟ ବଦଳିଛି । ସକାଳ ୬.୩୦ରୁ ସାଢେ ୧୦ଟା ଯାଏଁ  ପାଠପଢା ଚାଲିବା ନେଇ ସ୍ଥିର କରାଯାଇଛି। 

08- ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । କଙ୍ଗନା ଗୋମାଂସ ବା ବିଫ୍‌ ଖାଉଛନ୍ତି ଯାହାର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । କିନ୍ତୁ ସବୁ ଜାଣି ମଧ୍ୟ ବିଜେପି କିପରି ତାଙ୍କୁ ଦଳୀୟ ଟିକେଟ ଦେଲା ସେନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ବିଜୟ ବଡେଟ୍ଟିଓ୍ୱାର । ତେବେ ଏହି ପ୍ରଶ୍ନର ଉତ୍ତର ରଖି ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ କହିଛନ୍ତି ଯେ, କଂଗ୍ରେସର ଅଭିଯୋଗ 'ମଇଳା ସଂସ୍କୃତି'କୁ ଦର୍ଶାଉଛି। ଏପରି ବକ୍ତବ୍ୟ ଦଳର ପରାଜୟବାଦୀ ମାନସିକତାକୁ ପ୍ରତିଫଳିତ କରେ ବୋଲି ସେ କହିଛନ୍ତି ।

09-  ବ୍ରିଟେନରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ପତ୍ନୀଙ୍କୁ ଛୁରୀ ଭୁଷି ହତ୍ୟା କରିବା ପରେ ତାଙ୍କ ମୃତ ଶରୀରକୁ ୨୨୪ ଖଣ୍ଡ କରି କାଟିବା ସହ ନଦୀକୁ ଫିଙ୍ଗି ଦେଇଛନ୍ତି ଅଭିଯୁକ୍ତ ସ୍ୱାମୀ । ୨୦୨୧ ମସିହାରେ ୨୮ ବର୍ଷୀୟ ନିକୋଲସ ମେଟସନ୍‌ ୨୬ ବର୍ଷୀୟ ହୋଲି ବ୍ରେମଲିଙ୍କୁ ବିବାହ କରିଥିଲେ । ଏହି ହତ୍ୟା ଘଟଣାରେ ପୋଲିସ ଶୁକ୍ରବାର ଦିନ ମେଟସନଙ୍କ ସମେତ ତାଙ୍କ ବନ୍ଧୁ ଜେଶୁଆ ହ୍ୟାନକକ୍‌କୁ ଗିରଫ କରିଛି। ତେବେ କେଉଁ କାରଣରୁ ପତ୍ନୀଙ୍କୁ ହତ୍ୟା କଲେ ସେନେଇ କୌଣସି ସୂଚନା ମିଳିନାହିଁ । କୁହାଯାଉଛି ଯେ, ବିବାହ ପରେ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା ଓ ତାହା ପରବର୍ତ୍ତି ସମୟରେ ଝଗଡାର ରୂପ ନେଇଥିଲା ।

10- ଏପ୍ରିଲ୍ ୭ ଏବଂ ୮ ତାରିଖରେ କିଛି ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ହୋଇପାରେ । ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲା ସମେତ କେନ୍ଦୁଝର ଖୋର୍ଦ୍ଧା, ମୟୁରଭଞ୍ଜ, ଦେଓଗଡ, ନୟାଗଡ, ବୌଦ୍ଧ ଜିଲ୍ଲାକୁ ବଜ୍ରପାତ ହେବା ନେଇ ଆଲର୍ଟ ଜାରି କରାଯାଇଛି । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କିମି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Also Read- Surya Gochar 2024: ସୂର୍ଯ୍ୟ ପରାଗର ୫ ଦିନ ପରେ ଫିଟିବ ୩ ରାଶିର ଭାଗ୍ୟ

Also Read- ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ସାଇବର ନିରାପତ୍ତା କାର୍ଯ୍ୟକ୍ରମ