Morning Top 10 News headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2079079

Morning Top 10 News headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Morning Top 10 News headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

ଦେଶ ପାଳୁଛି ୭୫ତମ ଦେଶ
ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ସମୟରେ ଇଣ୍ଡିଆ ଗେଟର କର୍ତ୍ତବ୍ୟ ପଥରେ ପରେଡରେ ଆୟୋଜନ କରାଯାଇଛି। ପରେଡ଼ ସହିତ ବିଭିନ୍ନ ରାଜ୍ୟର ରଙ୍ଗାୟତ ପ୍ରଜ୍ଞାପନ ମେଢ ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବାର ସୂଚନା ରହିଛି। ଦେଶରେ ୭୫ତମ ଗଣତନ୍ତ୍ର ଦିବସରେ ଫ୍ରାନସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେ ବୁଧବାର ପ୍ୟାରିସରୁ ଆସି ଭାରତରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାକ୍ରନ। ଆଝି ସେ କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସରେ ଯୋଗଦେବେ। 

ରାଜ୍ୟସ୍ତରୀୟ ପରେଡରେ ୬୪ କଣ୍ଟିଜେଣ୍ଟ
ଆଜି ୭୫ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀରୁ ପଲ୍ଲୀ ଯାଏଁ ଆଜି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବକୁ ପାଳନ କରାଯାଉଛି। ସେହିପରି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟସାଧାରଣତନ୍ତ୍ର ଦିବସ। ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏଥର ପରେଡର ନେତୃତ୍ୱ ନେବେ IPS ଅଫିସର ଏ.ବି. ଶିଳ୍ପା। ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେବ। ITBP, CRPF ,BSF, FIRE, ODRAF, ଓଡିଶା ହୋମ୍ ଗାର୍ଡ, RPF, SAINIK SCHOOL ପୁଲିସ ବ୍ୟାଣ୍ଡ ସମତେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ପରେଡ଼ରେ ସାମିଲ ହେବେ।

୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର
୨୦୨୪ ମସିହା ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ପଦ୍ମଶ୍ରୀ ଲାଗି ମନୋନୀତ ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ଅଛନ୍ତି। ଗଞ୍ଜାମ ଗୋପୀନାଥ ସ୍ୱାଇଁଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ଲୋକନାଟକ କୃଷ୍ଣ ଲୀଳାର ସଂଗୀତକାର ହେଉଛନ୍ତି ଗୋପୀନାଥ ସ୍ୱାଇଁ। ସେହିପରି ବରଗଡ଼ର ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ମିଳିବ। ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ।

କଂସ ବଦ୍ଧ, ଶେଷ ହେଲା ଧନୁଯାତ୍ରା
ମଞ୍ଚରୁ ପଡ଼ି ମଲା ମହାପ୍ରତାପୀ କଂସ। ଗତକାଲି ରାତିରେ କଂସ ବଧ ସହ ସରିଛି ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। କଂସ ବଧ ସହ ଧନୁଯାତ୍ରାରେ ଯବନିକା ପଡ଼ିଛି। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। କ୍ରୁର କଂସର ଶାସନରୁ ମଥୁରାକୁ ମୁକ୍ତି ମିଳିଛି। ଏହାପରେ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଭ୍ରମଣ କରିଛନ୍ତି। ଶ୍ରୀକୃଷ୍ଣଙ୍କ ସହ ଖରାପ ବ୍ୟବହାର ଓ କ୍ରୁର ଶାସନ ପାଇଁ ପାପ ମୁଣ୍ଡାଇଥିବା କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ଆଜି ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ପ୍ରଥମେ ମହୋଦଧିରେ ସ୍ନାନ କରିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ।

୫ ଜଣଙ୍କୁ ପଦ୍ମ ବିଭୂଷଣ-୧୭ ଜଣଙ୍କୁ ପଦ୍ମ ଭୂଷଣ-୧୧୦ ଜଣଙ୍କୁ ପଦ୍ମଶ୍ରୀ
ଚଳିତ ବର୍ଷ ପାଇଁ ପଦ୍ମ ସମ୍ମାନ ପାଇଁ ନାଁ ଘୋଷଣା ହୋଇଛି। ଏଥର ୫ ଜଣଙ୍କୁ ପଦ୍ମ ବିଭୁଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ଭାବେ ନାଁ ଘୋଷଣା କରାଯାଇଛି। ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ବରିଷ୍ଠ ଅଭିନେତ୍ରୀ ତଥା ଦେଶର ଜଣାଶୁଣା ନାଁ ବୈଜୟନ୍ତୀମାଲା, ବରିଷ୍ଠ ଅଭିନେତା ଚିରଞ୍ଜୀବି, ତାମିଲନାଡ଼ୁର ନୃତଶିଳ୍ପୀ ପଦ୍ମା ସୁବମର୍ଣ୍ଣୟମ୍ ଙ୍କୁ ପଦ୍ମ ବିଭୂଷଣ ମିଳିବ। ସେହିପରି ସମାଜସେବା ପାଇଁ ବିନ୍ଦେଶ୍ୱର ପାଠକଙ୍କୁ ମରଣତ୍ତୋର ଭାବେ ପଦ୍ମ ବିଭୁଷଣ ସମ୍ମାନ ଦିଆଯିବ। ସେହିପରି ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତି, ଜଣାଶୁଣା ବ୍ୟବସାୟୀ ସୀତାରାମ ଜିନ୍ଦଲ୍, ଗାୟିକା ଉଷା ଉଥପ୍ ଭଳି ୧୭ ଜଣଙ୍କ ନାଁ ପଦ୍ମ ଭୂଷଣ ପାଇଁ ଘୋଷଣା କରାଯାଇଛି। ଏହାବ୍ୟତୀତ ୧୧୦ ଜଣଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହୋଇଛି।

ଆଜି ଠାରୁ ବଦଳିବ ରାଜ୍ୟର ପାଣିପାଗ
ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ। ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ମୁଖ୍ୟତଃ ଶୁଖିଲା ପାଗ ରହିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ଲାଗି ରହିଥିବା ବର୍ଷା ଓ କୋହଲା ପାଗରୁ ନିସ୍ତାର ପାଇବେ ରାଜ୍ୟବାସୀ। ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବା ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ସମୟରେ ବି‌ଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ। ବର୍ତ୍ତମାନ ଯେହେତୁ ଜଳୀୟ ବାଷ୍ପର ମାତ୍ରା ଅଧିକ ରହିଛି, ଆକାଶ ନିର୍ମଳ ରହୁଛି ତେଣୁ ଘନ କୁହୁଡ଼ି ଦୃଶ୍ୟମାନ‌ ହେବାକୁ ପାଗ ଅନୁକୂଳ ରହିଛି।

ଶ୍ରୀମନ୍ଦିର ପ୍ରକଳ୍ପକୁ ଶଙ୍କରାଚାର୍ଯ୍ୟଙ୍କ ସମର୍ଥନ
ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଭଲ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ।ଯାହା ବି ହୋଇଛି ଭାବି ବିଚାରି ନିଶ୍ଚୟ ହୋଇଥିବ। ତୀର୍ଥରାଜ ମହୋଦଧୀଙ୍କର ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ଅଷ୍ଟାଦଶତମ ୧୮ବର୍ଷ ପୂର୍ତ୍ତି ଉତ୍ସବରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଆମେ ବିକାଶକୁ ସ୍ବାଗତ କରୁଛୁ।କିନ୍ତୁ ପରିବେଶର ସୁରକ୍ଷା ସହ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନା ରକ୍ଷା ହେବା ଆବଶ୍ୟକ। ଭାରତ ବିଶ୍ଵର ହୃଦୟ। ସନାତନ ଧର୍ମ ହିଁ ଶ୍ରେଷ୍ଟ।ଜୀବିକାକୁ ଉପେକ୍ଷା କରାନଯାଉ।ସନାତନ ଧର୍ମ ଅନୁସାରେ ଆମେ ଜୀବନ ଯାପନ କରିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି।

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବୃଆରୀ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ଆଇଆଇଏମ୍ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସ୍ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଗତ ବର୍ଷ ଡିସେମ୍ବର ୨୪ ତାରିଖରେ ଧାର୍ଯ୍ୟ ହୋଇଥିଲା। ହେଲେ ପରେ ଏହି ଗସ୍ତକୁ ବାତିଲ କରାଯାଇଥିଲା। ବର୍ତ୍ତମାନ ଫେବୃଆରୀ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର ଠାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ।  

ବିରାଟ ICC ODI Cricketer of the Year 2023
ଗୁରୁବାର ଦିନ ଆଇସିସି ଏହାର ଅନେକ ପ୍ରମୁଖ ପୁରସ୍କାର ବିଜେତା ନାମ ଘୋଷଣା କରିଛି। ଯେଉଁଥିରେ ଭାରତୀୟ ଦଳର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୨୦୨୩ ବର୍ଷ ପାଇଁ ଆଇସିସି "ICC ODI Cricketer of the Year 2023" ଭାବରେ ମନୋନୀତ ହୋଇଛନ୍ତି। କୋହଲି ଗତ ବର୍ଷ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରଦର୍ଶନ ଆଧାରରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇବାରେ ସକ୍ଷମ ହୋଇଥିଲେ। ଏହି ପୁରସ୍କାର ପାଇବା ପାଇଁ ଭାରତୀୟ କ୍ରିକେଟର ଶୁଭମନ ଗିଲ ଏବଂ ଦ୍ରୁତ ବୋଲର ମହମ୍ମଦ ଶାମି ଦୌଡ଼ରେ ସାମିଲ୍ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦଳର ଡାରିଲ ମିଚେଲ ମଧ୍ୟ ସାମିଲ ହୋଇଥିଲ। ହେଲ କୋହଲି ସମସ୍ତଙ୍କୁ ପଛରେ ପକାଇ ଦେଇ ଏହି ପୁରସ୍କାର ଜିତିଛନ୍ତି। ଏହି ପୁରସ୍କାର ୪ ଥର ଜିତିଥିବା ପ୍ରଥମ କ୍ରିକେଟର ହୋଇ ପାରିଛନ୍ତି।

IND vs ENG: ପ୍ରଥମ ଦିନ ଶେଷରେ ମଜବୁତ ସ୍ଥିତିରେ ଭାରତ
ହାଇଦ୍ରାବାଦରେ ଚାଲିଥିବା ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ପ୍ରଥମ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଦିନରେ ୨୪୬ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହା ପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଆଜି ଷ୍ଟମ୍ପ ଅପସାରଣ ବେଳକୁ ଗୋଟିଏ ୱିକେଟ୍ ହରାଇ ୧୧୯ ରନ୍ କରିଛି। ଅପରାଜିତ ଥିବା ଯଶସ୍ୱୀ ଜୈସ୍ୱାଲ ଓ ଶୁବମନ ଗିଲ୍‌ ଦଳର ଇନିଂସକୁ ଆଗେଇ ନେବେ। ତେବେ ପ୍ରଥମ ଦିନର ଶେଷ ସୁଦ୍ଧା ଭଲ ସ୍ଥିତିରେ ରହିଛି ଭାରତ।