Top 10 News Headlines: ଦିନଯାକର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1933192

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines | 27th October 2023 | ଦିନଯାକର ୧୦ ପ୍ରମୁଖ ଖବର

 

Top 10 News Headlines Of 27th October 2023

Top 10 News Headlines Of 27th October 2023 | 1. Rashmi Ranjan Swain to be new J&K DGP: ଓଡ଼ିଆ ପୁଅ ତଥା ୧୯୯୧ ବ୍ୟାଚ୍‍ ଆଇପିଏସ୍‍ ଅଧିକାରୀ ରଶ୍ମିରଞ୍ଜନ ସ୍ୱାଇଁ ଜମ୍ମୁ ଓ କଶ୍ମୀରର ପରବର୍ତ୍ତୀ ଡିଜି ଭାବେ ଦାୟିତ୍ୱଗ୍ରହଣ କରିବେ । ଗୃହମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଦ ବିଜ୍ୟପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ବର୍ତ୍ତମାନ ସିଆଡି ଡିଜି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସ୍ୱାଇଁ ନଭେମ୍ବର ୧ ତାରିଖରୁ ତାଙ୍କ ଦାୟିତ୍ୱ ସହ ଜମ୍ମୁ ଓ କଶ୍ମୀରର ଭାରପ୍ରାପ୍ତ ଡିଜି ପୁଲିସ ଭାବେ କାର୍ଯ୍ୟ କରିବେ । ଏହା ତାଙ୍କର ଅତିରିକ୍ତ ଦାୟିତ୍ୱ ହେବ । 

2. World Cup 2023: PAK vs SA, ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାର ମାରାତ୍ମକ ବୋଲିଂ ସମ୍ମୁଖରେ ପାକିସ୍ତାନ ଦଳ ସମଗ୍ର ୫୦ ଓଭର ବ୍ୟାଟିଂ କରିପାରି ନାହିଁ । ମାର୍କୋ ଜାନସେନ୍ ଏବଂ ଟାବ୍ରେଜ୍ ଶାମସିଙ୍କ ଘାତକ ବୋଲିଂ ସାମ୍ନାରେ ପାକିସ୍ତାନ ଦଳ ୪୬.୪ ଓଭରରେ ୨୭୦ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ପାକିସ୍ତାନ ପାଇଁ ସର୍ବାଧିକ ସୌଦ ଶକିଲ ୫୨ ରନ ଓ ଅଧିନାୟକ ବାବର ଆଜମ ୫୦ ରନ ସ୍କୋର କରିଥିଲେ। ଏହାର ଜବାବରେ ଖବର ଲେଖିବା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ୮ ୱିକେଟେ ହରାଇ ୨୫୧ ରନ୍ କରିଛି ।

3. Tata Makes Made In India iPhone: ବିଶ୍ୱ ବଜାର ପାଇଁ ଭାରତୀୟ କମ୍ପାନୀ ଟାଟା ଭାରତରେ ଆଇଫୋନ୍ ତିଆରି କରିବାକୁ ଘୋଷଣା କରିଛି । କମ୍ପାନୀର ଏହି ନିଷ୍ପତ୍ତି ଭାରତୀୟ ଅର୍ଥନୀତିକୁ ମଜବୁତ କରିବ । ଭାରତରେ ଆଇଫୋନ୍ ପରି ଫୋନ୍ ଉତ୍ପାଦନ ଦେଶର ଅର୍ଥନୀତିକୁ ମଜବୁତ କରିବ । ଏହା ସହିତ ଆପଲର ଭାରତୀୟ ବଜାର ଆଡ଼କୁ ଗତି କରିବା ଚୀନ୍ ପାଇଁ ଏକ ବଡ଼ ଝଟକା ହେବ । କାରଣ, ଅଧିକାଂଶ ଆଇଫୋନ୍ ବିଶ୍ୱ ବଜାରରେ ବଜାର ପାଇଁ ଚାଇନାରେ ନିର୍ମିତ । ବାସ୍ତବରେ ବିଶ୍ୱ ବଜାର ପାଇଁ ଟାଟା ଉତ୍ପାଦନ ଆଇଫୋନ୍ ବିଷୟରେ ସୂଚନା ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପ୍ରଦାନ କରିଛନ୍ତି ।

4. PM Rozgar Mela: ୨୮ ଅକ୍ଟୋବର ୨୦୨୩ ଅର୍ଥାତ୍ ଶନିବାର ଦିନ ନିଯୁକ୍ତି ମେଳାରେ ସରକାରୀ ବିଭାଗରେ ୫୧,୦୦୦ ଯୁବ ବର୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତି ପତ୍ର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧ ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ମେଳାର ଏହି କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଥିରେ ନୂତନ ଭାବେ ନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ଦିଆଯିବ । ଏହି କାର୍ଯ୍ୟକ୍ରମରେ ପିଏମ ମୋଦୀ ମଧ୍ୟ ନବ ନିଯିକ୍ତମାନଙ୍କୁ ସମ୍ବୋଧିତ କରିବେ ।

5. Mukhtar Ansari 10 Year Jail: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମୁଖ୍ତାର ଅନସାରୀଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହିତ ମୁଖାର୍ ଅନସାରୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସେହିଭଳି ସୋନୁ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ଓ ଏଥିସହ ତାଙ୍କୁ ୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ହତ୍ୟା ଓ ହତ୍ୟା ଉଦ୍ୟମ ମାମଲାରେ ଗାଜିପୁର କୋର୍ଟ ଗୁରୁବାର (୨୬ ଅକ୍ଟୋବର) ମାଫିଆ ଓ ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

6. Noted Music Director From Odisha Swarup Nayak Passes Away: ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ ହୋଇଛି । ଦୀର୍ଘଦିନ ହେବ  ସ୍ୱରୂପ କ୍ୟାନ୍ସର ରୋଗରେ ପୀଡିତ ହୋଇ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଅନେକ ଓଡ଼ିଆ ଫିଲ୍ମ ସହିତ ମ୍ୟୁଜିକ ଭିଡିଓରେ ସେ ସଙ୍ଗୀତ ନିର୍ଦ୍ଦେଶନାର ଭାର ସମ୍ଭାଳିଥିଲେ । ସ୍ୱରୂପଙ୍କ ପରଲୋକରେ ଓଲିଇଡ ସମେତ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । କେବଳ ସଂଗୀତ ନିର୍ଦ୍ଦେଶନା ତାହା ନୁହେଁ ବରଂ ଅନେକ ଓଡ଼ିଆ ସିନେମାରେ ମଧ୍ୟ ସ୍ୱରୂପଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା ।

7. Asian Para Games 2023: Odisha CM Naveen Patnaik announces Rs 2 crore cash award: ପାରା ଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାର ପ୍ରମୋଦ ଭଗତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ନଗଦ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଚୀନ୍‌ରେ ଚାଲିଥିବା ଏସୀୟ ପାରା ଗେମ୍ସରେ ପାରା ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ SL3 ଇଭେଣ୍ଟରେ ପ୍ରମୋଦ ଭଗତ ଆଜି ସ୍ୱର୍ଣ୍ଣ ଜିତିଛନ୍ତି। ତାଙ୍କ ସାଥୀ ନୀତେଶ କୁମାରଙ୍କ ବିରୋଧରେ କଡ଼ା ସଂଘର୍ଷ ପରେ ପ୍ରମୋଦ ସ୍ୱର୍ଣ୍ଣ ପାଇଥିଲେ। 

8. Kremlin denies the death of Russian President Vladimir Putin: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୃତ୍ୟୁ ଦାବିକୁ କ୍ରେମଲିନ୍ ଅସ୍ୱୀକାର କରିଛନ୍ତି । ପୁଟିନଙ୍କ ମୃତ୍ୟୁ ଖବର ଉପରେ ପ୍ରତିକ୍ରିୟା ଦେଇ କ୍ରେମଲିନ୍ କହିଛନ୍ତି ଯେ ପୁଟିନ ମରି ନାହାଁନ୍ତି । ସେ ଯେପରି ପୂର୍ବରୁ ଥିଲେ, ଆଜି ମଧ୍ୟ ସେପରି ଅଛନ୍ତି । କହିକଖୁଛୁ ଯେ ନିକଟରେ କିଛି ଗଣମାଧ୍ୟମ ରିପୋର୍ଟରେ ଭାଲଡାଇ ପ୍ୟାଲେସରେ ୭୧ ବର୍ଷୀୟ ପୁଟିନଙ୍କ ମୃତ୍ୟୁ ହେବା ଖବର ଆସିଥିଲା ।

9. Lunar eclipse 2023: ୨୮ ମଧ୍ୟରାତ୍ରୀରେ ଭାରତ ଆକାଶରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ। ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏସିଆା, ୟୁରୋପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା, ଉତ୍ତରପୂର୍ବ ଉତ୍ତର ଆମେରିକା, ଭାରତ ମହାସାରକ, ଆଟ୍‍ଲାଣ୍ଟିକ୍‍ ମହାସାଗର, ଦକ୍ଷିଣ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏହି ଗ୍ରହଣ ଦେଖାଦେବ। ରାତି ୧ଟା ୫ ମିନିଟ୍‍ ସମୟରୁ ଚନ୍ଦ୍ରଗ୍ରହଣ ଆାମ୍ଭ ହେବ। ୧ ଘଣ୍ଟା ୧୯ ମିନିଟ୍‍ ସମୟ ଏହି ଗ୍ରହଣ ଲାଗି ରହିବ ବୋଲି ଭାରତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

10. Onion Price Hike: ବଜାରରେ ୧୫ ଟଙ୍କା ବଢ଼ିଛି ପିଆଜ ଦର। ଏହାଦ୍ୱାରା ଭୁବନେଶ୍ୱରରେ ଖୁଟି ବଜାରରେ ଦର ୫୫ରୁ ୬୦ ଟଙ୍କାରେ ପହଞ୍ଚିଛି। ନିୟମିତ ଭାବେ ଆନ୍ଧ୍ର ଓ କର୍ଣ୍ଣଟକରୁ ଓଡ଼ିଶାକୁ ପିଆଜ ଆସିଥାଏ। କିନ୍ତୁ ଏବେ ନାସିକ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଦର ବଢ଼ୁଥିବା କହିଛନ୍ତି ବ୍ୟବସାୟୀ।