TOP 10 NEWS TODAY: ପାଳିତ ହେଲା ଛେନାପୋଡ଼ ଦିବସ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2200049

TOP 10 NEWS TODAY: ପାଳିତ ହେଲା ଛେନାପୋଡ଼ ଦିବସ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

TOP 10 NEWS TODAY: ପାଳିତ ହେଲା ଛେନାପୋଡ଼ ଦିବସ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 11 April | Evening 

1.Chhena Poda Day: ଅପ୍ରେଲ ୧୧ ତାରିଖ ଆଜି ହେଉଛି ଛେନାପୋଡ଼ ଦିବସ। ସର୍ବପ୍ରଥମେ ଗତ ୨୦୨୨ ଅପ୍ରେଲ ୧୧ ତାରିଖରୁ ଛେନାପୋଡ଼ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା। ୧୯୩୧ ମସିହା ଆଜିର ଦିନରେ ନୟାଗଡ଼ ଜିଲ୍ଲାର ସାତପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଛେନାପୋଡ଼ର ଜନକ ସୁଦର୍ଶନ ସାହୁ। ଏହି ଅବସରରେ ଆଜି ପାଳିତ ହୋଇଯାଇଛି ଛେନାପୋଡ଼ ଦିବସ। ଛେନାରୁ ପ୍ରସ୍ତୁତ ହେଉଥିବା ଏହି ମିଠା ଦେଶ ବିଦେଶରେ ବେଶ ପ୍ରସିଦ୍ଧି ଲାଭ କରିଛି।

2.Eid al-Fitr 2024: ଅପ୍ରେଲ ୧୧ ତାରିଖ ଗୁରୁବାର ପାଳିତ ହୋଇଯାଇଛି ଇଦ-ଉଲ-ଫିତର। ଇସଲାମ ଧର୍ମର ନବମ ମାସ ରମଜାନ ସମାପ୍ତ ହେବା ପରେ ଇଦ୍-ଉଲ୍-ଫିତର ପର୍ବ ଦଶମ ଶବ୍ବାଲ ମାସର ପ୍ରଥମ ଦିନରେ ପାଳନ କରାଯାଏ। ଏହି ପର୍ବ ସମ୍ପର୍କରେ ମାନ୍ୟତା ରହିଛି ଯେ ଇସଲାମୀୟ ଧର୍ମଗ୍ରନ୍ଥ "ପବିତ୍ର କୁରାନ" ପ୍ରଥମ ଥର ପାଇଁ ରମଜାନ ମାସ ଶେଷରେ ପୃଥିବୀ ପୃଷ୍ଠକୁ ଆସିଥିଲା।  

3.Gujarat Religion Conversion Circular: ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ସରକାର। ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ପ୍ରଥମେ ପ୍ରଶାସନ ପାଖରୁ ଅନୁମତି ନେବାକୁ ହେବ। ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ଗୁଜୁରାଟ ସରକାର ୨୦୦୩ ଗୁଜୁରାଟ ଧାର୍ମିକ ସ୍ୱାଧିନତା ଆଇନ ନାମରେ ଏକ ନିର୍ଦ୍ଦେଶନାମା ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି।

4.Arvind Kejriwal Files Plea against his Arrest: ଦିଲ୍ଲୀସ୍ଥିତ ତିହାର ଜେଲ ଠାରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଠାରେ ଏକ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସହମତ ହୋଇଛନ୍ତି। ଆସନ୍ତା ୧୫ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଅରବିନ୍ଦ କେଜ୍ରିୱାଲ ତାଙ୍କ ଗିରଫକୁ ବେଆଇନ ବୋଲି ଦର୍ଶାଇ ଦିଲ୍ଲୀ ହାଇକୋର୍ଟ ଠାରେ ଏକ ପିଟିସନ ଦାଖଲ କରିଥିଲେ। ଯାହାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରିଥିଲେ। ଦିଲ୍ଲୀ ହାଇକୋର୍ଟ ପାଖରୁ ଝଟକା ପାଇବା ପରେ ଏବେ ଅରବିନ୍ଦ କେଜ୍ରିୱାଲ ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

5.Pamban Railway Bridge Curve Test: ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଭାରତୀୟ ରେଳବାଇ କରିବ ପମ୍ବନ୍ ରେଳ ପୋଲର ପରୀକ୍ଷଣ। ରେଳ ବିକାଶ ନିଗମ ଲିମିଟେଡ଼ ପକ୍ଷରୁ ଦେଶରେ ପ୍ରଥମ ଥର ପାଇଁ ଏପରି ପୋଲ ନିର୍ମାଣ କରାଯାଇଛି ଯାହା ସମ୍ପୂର୍ଣ୍ଣ ଭାବରେ ଅବସ୍ଥିତ ରହିଛି। ପମ୍ବନ୍ ରେଳ ପୋଲ ଦେଶର ମୁଖ୍ୟ ଭୂଭାଗକୁ ରାମେଶ୍ୱରମ୍ ଦ୍ୱୀପ ସହିତ ସଂଯୋଗ କରୁଥିବା ଏକ ସେତୁ। 

6. BJD MLA Candidate List 2024: ଗୁରୁବାର (ଅପ୍ରେଲ ୧୧) ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜୁ ଜନତା ଦଳ। ଚତୁର୍ଥ ପର୍ଯ୍ୟାୟରେ ବିଜେଡ଼ି ୯ ବିଧାନସଭା ଆସନ ସହ ବାଲେଶ୍ୱର ଲୋକସଭା ଆସନ  ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ବିଭିନ୍ନ ଆସନରୁ ନିର୍ବାଚନ ଲଢିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। 

7. Vietnam Billionaire gets Death Sentence: ଭିଏତନାମରେ ଜଣେ କୋଟିପତି ବ୍ୟବସାୟୀଙ୍କୁ ମିଳିଛି ମୃତ୍ୟୁ ଦଣ୍ଡ। ଦେଶର ହୋଇଥିବା ସବୁଠାରୁ ବଡ ଠକେଇ ମାମଲାରେ ଭିଏତନାମ ରିଏଲ୍ ଇଷ୍ଟେଟ୍ ଟାଇକୁନ୍ ଟ୍ରୁଙ୍ଗ୍ ମାଇ ଲାନ୍ ଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ଠକେଇ ମାମଲାରେ ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ହୋ ଚି ମିନ୍ ସିଟି ସହର ସ୍ଥିତ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ୧୨ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଜାଲିଆତି କରିଥିବାର ଅଭିଯୋଗ ହୋଇଛି। ଭିଏତନାମ ରିଏଲ୍ ଇଷ୍ଟେଟ୍ ଟାଇକୁନ୍ ଟ୍ରୁଙ୍ଗ୍ ମାଇ ଲାନ୍ ଙ୍କ ଦ୍ୱାରା ହୋଇଥିବା ଜାଲିଆତି ଗତ ୨୦୨୨ ବର୍ଷରେ ଦେଶର ମୋଟ ଜିଡିପି ପରିମାଣର ପ୍ରାୟ ୩ ପ୍ରତିଶତ ବୋଲି କୁହାଯାଉଛି।

8. CBI Arrest BRS Leader K Kavitha: ଦିଲ୍ଲୀ ଅବକାରୀ ନିୟମ ଦୁର୍ନୀତି ସହ ଜଡି଼ତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ.କବିତାଙ୍କୁ ଗୁରୁବାର ସିବିଆଇ ଗିରଫ କରିଛି। ବିଆରଏସ ନେତ୍ରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ହେପାଜତରୁ ଗିରଫ କରିଛି ସିବିଆଇ। ସେ ବର୍ତ୍ତମାନ ଦିଲ୍ଲୀ ସ୍ଥିତ ତିହାର ଜେଲ ଠାରେ ନ୍ୟାୟିକ ହେପାଜତରେ ଅଛନ୍ତି।

9. Weather Update:କାଳବୈଶାଖୀ ବର୍ଷା କାରଣରୁ ଆଶ୍ବସ୍ତି ପାଇଛନ୍ତି ରାଜ୍ୟବାସୀ। କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ତଳ ମୁହାଁ ରହିଥିବା ବେଳେ ଲଗାତର ତୃତୀୟ ଦିନରେ କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିନାହିଁ। ହେଲେ ଗୁରୁବାର (ଅପ୍ରେଲ ୧୧) ଠାରୁ ତାତି ଆହୁରି ବଢିବ। ବିଗତ କିଛି ଦିନ ରାଜ୍ୟରେ ପାଗ କୋହଲା ରହିଥିବା ବେଳେ ପୁଣି ଥରେ ତାତି ବଢିବ। ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ୬-୮ ଡିଗ୍ରୀ   ସେଲସିୟସ୍‌ ବଢିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ଆକଳନ କରାଯାଇଛି।

10.Today IPL Match 11 April 2024: ଗୁରୁବାର ୱାନଖେଡ ଷ୍ଟାଡିୟମ୍ ଠାରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଆଜି ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟି କରି ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭର ରେ ୮ ୱିକଟେ ୧୯୬ ରନ୍ ସ୍କୋର କରିଛି। ୧୯୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୩ ଓଭର ଖେଳ ପର୍ଯ୍ୟନ୍ତ କୌଣସି ୱିକେଟ ନ ହରାଇ ୨୩ ରନ୍ ସ୍କୋର କରିଛି।