TOP 10 NEWS TODAY: ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡ଼ି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement

TOP 10 NEWS TODAY: ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡ଼ି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

TOP 10 NEWS TODAY: ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡ଼ି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 27 March | Evening    

1.BJD MP Candidate 2024: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ବୁଧବାର (ମାର୍ଚ୍ଚ ୨୭) ଜାରି ହୋଇଥିବା ପ୍ରଥମ ତାଲିକାରେ ରାଜ୍ୟର ୭୨ ବିଧାନସଭା ଆସନ ଏବଂ ୧୫ ଲୋକସଭା ଆସନ ଲାଗି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜୁ ଜନତା ଦଳ। ଏକ ଭିଡିଓ ବାର୍ତ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ସମ୍ପର୍କରେ ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି।

2. IPL Match 2024: ମାର୍ଚ୍ଚ ୨୭ ବୁଧବାର ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ମୁହମୁହିଁ ହୋଇଛନ୍ତି ସନ ରାଇଜର୍ସ ହାଇଦ୍ରାବାଦ-ମୁମ୍ବାଇ ଇଣ୍ଡିଆନ୍ସ। ଚଳିତ ଆଇପିଏଲ ସଂସ୍କରଣରେ ପ୍ରଥମ  ଥର ଲାଗି ହାଇଦ୍ରାବାଦ ଟିମ୍ ସର୍ବାଧିକ ରନ୍ ସଂଗ୍ରହ କରିଛି। ବୁଧବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ ହାଇଦ୍ରାବାଦ ଟିମ୍ ଧାର୍ଯ୍ୟ ୨୦ ଓଭର ମ୍ୟାଚ ଖେଳି ୩ ୱିକେଟ ହରାଇ ମୋଟ ୨୭୭ ରନ୍ ସଂଗ୍ରହ କରିଛି। ୨୭୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୫ ଓଭର ଖେଳ ପର୍ଯ୍ୟନ୍ତ ୨ ୱିକେଟ ହରାଇ ୬୭ ରନ୍ ସଂଗ୍ରହ କରିଛି। 

3.Baltimore Bridge Collapse Latest Update: ମାର୍ଚ୍ଚ ୨୬ ତାରିଖ ମଙ୍ଗଳବାର ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଟିମୋର ସହରରେ ତାସ ମୁଠା ଭଳି ଭୁଷୁଡ଼ି ଯାଇଥିଲା ଏକ ପୋଲ। ସହରରେ ଅବସ୍ଥିତ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ଏକ କଣ୍ଟେନର ଜାହାଜ ସହ ଧକ୍କା ହେବା ପୋଲ ସମ୍ପୂର୍ଣ୍ଣ ଭୁଷୁଡି ଯାଇଥିଲା। ଏହି ଦୁର୍ଘଟଣାରେ ଉଦ୍ଧାରକାରୀ ଦଳକୁ ପ୍ରାରମ୍ଭିକ ସଫଳତା ମିଳିଛି। ଦୁର୍ଘଟଣା ପରେ ୬ ଜଣ ନିଖୋଜ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି। ନିଖୋଜ ରହିଥିବା ବାକି ଲୋକଙ୍କୁ ଖୋଜି ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି।

4.Nimmu Padam Darcha Road: ମାର୍ଚ୍ଚ ୨୫ ତାରିଖ ସୋମବାର ଲଦାଖ ଠାରେ ନିମ୍ମୁ-ପଦମ-ଦାରଚା ସଡ଼କକୁ ଯୋଡ଼ି ଦେଇଛି ସୀମା ସଡ଼କ ସଙ୍ଗଠନ (ବିଆରଓ)। ଏହି ରାସ୍ତା ମନାଲିକୁ କାର୍ଗିଲ-ଲେହ ରାଜପଥରେ ଦରଚା ଏବଂ ନିମୁ ଦେଇ ସଂଯୋଗ କରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ରାସ୍ତା ବର୍ତ୍ତମାନ ମନାଲି-ଲେହ ଏବଂ ଶ୍ରୀନଗର-ଲେହ ବ୍ୟତୀତ ତୃତୀୟ ସଂଯୋଗ। ଯାହା ଲଦାଖକୁ ଆଭ୍ୟନ୍ତରୀଣ ଅଞ୍ଚଳ ସହ ସହିତ ସଂଯୋଗ କରିବ।

5.Maharashtra Politics: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ବଡ଼ ପରିବର୍ତ୍ତନ। ବିରୋଧି ମହା ବିକାଶ ଅଘାଡ଼ି ମେଣ୍ଟରୁ (ଏମଭିଏ) ବାହାରି ଯାଇଛି ବଞ୍ଚିତ ବହୁଜନ ଅଘାଡି (ଭିବିଏ)। ଏମଭିଏ ମେଣ୍ଟରୁ ବାହାରି ଯିବା ସମ୍ପର୍କରେ ନିଜେ ଭିବିଏ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ଜଣାଇଛନ୍ତି। ମହା ବିକାଶ ଅଘାଡ଼ି ମେଣ୍ଟରେ ଭିବିଏ ସମେତ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ), ଏନସିପି (ଶରଦ ଚନ୍ଦ୍ର ପାୱାର ଗୋଷ୍ଠୀ), କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ସାମିଲ ଅଛନ୍ତି। ବୁଧବାର (୨୭ ମାର୍ଚ୍ଚ) ବଞ୍ଚିତ ବହୁଜନ ଅଘାଡି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ମୋଟ ୪୮ ଲୋକସଭା ଆସନ ମଧ୍ୟରୁ ୮ ସିଟ୍ ଲାଗି ପ୍ରାର୍ଥୀ ଘୋଷଣା କରିଛି ଭିବିଏ। 

6.Manmath Routray Join BJD: ଜଟଣୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବଂ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବୁଧବାର (୨୭ ମାର୍ଚ୍ଚ) ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡି ହାତ ଧରିଥିବା କହିଛନ୍ତି। ତାଙ୍କ ଯୋଗଦାନ ଲାଗି ଶଙ୍ଖ ଭବନରେ ଏକ ଉତ୍ସବ ଆୟୋଜନ ହୋଇଥିଲା। ଯେଉଁଥିରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମନ୍ମଥ ରାଉତରାୟ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।  

7.Billionaire number is growing rapidly in India: ଭାରତରେ ଦ୍ରୁତଗତିରେ ଅରବପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ବର୍ଷରେ ଦେଶରେ ୯୪ ଜଣ ନୂଆ ଅରବପତି ସୃଷ୍ଟି ହୋଇଛନ୍ତି। ଭାରତର ରୂପାନ୍ତରଣ ତଥା ନୂଆ ଅର୍ଥନୀତି ଏବଂ ରାଜନୈତିକ ବ୍ୟବସ୍ଥା ଏଥିଲାଗି ସହାୟକ ହେଉଛି। ଆମେରିକାକୁ ଛାଡ଼ିଦେଲେ ବିଶ୍ୱର କୌଣସି ରାଷ୍ଟ୍ର ଏହି ଅରବପତିଙ୍କ ସଂଖ୍ୟା ବୃଦ୍ଧିରେ ଭାରତ ସହ ସମକକ୍ଷ ନୁହଁନ୍ତି। ୨୦୨୪ ହୁରନ୍‍ ରିପୋର୍ଟ ଏହା ଦର୍ଶାଇଛି। ଏବେ ଭାରତରେ ସମୁଦାୟ ୨୭୧ ଜଣ ଅରବପତି ରହିଛନ୍ତି। ଯଦି ସମସ୍ତ ଭାରତୀୟ ଅରବପତିଙ୍କ ସମ୍ପତ୍ତିକୁ ଏକାଠି କରାଯାଏ ତେବେ ତାହା ୧ ଟ୍ରିଲିୟନ ଆମେରିକୀୟ ଡଲାର ହୋଇଯିବ। ଯାହା ମୋଟ ସମ୍ପତ୍ତିର ୭ ପ୍ରତିଶତ ବୋଲି ଇଣ୍ଡିଆନ୍‍ ଏକ୍ସପ୍ରେସ ପକ୍ଷରୁ ପ୍ରତାଶିତ ଏକ ରିପୋର୍ଟ ଦର୍ଶାଇଛି। 

8.Indian National Congress Income Tax: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ୧୩୫ କୋଟି ଟଙ୍କା ଗାଏବ ହୋଇଛି। ଦଳର ହିସାବ ବିହୀନ ୫୨୩ କୋଟି ୮୭ ଲକ୍ଷ ଟଙ୍କାର ଆୟକର ବାବଦକୁ ଆୟକର ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଦଳର କାର୍ଯ୍ୟାଳୟରେ ହୋଇଥିବା ଚଢ଼ାଉ ପରେ ଏହି ହିସାବ ବିହୀନ ଅର୍ଥ ଠାବ କରାଯାଇଥିଲା। ଯାହାର କୌଣସି ଠିକଣା ହିସାବ ଦେବାରେ ଦଳ ବିଫଳ ହୋଇଥିବା ଜଣାପଡ଼ିଛି।

9.Anti Women Comments: ମହିଳା ବିରୋଧୀ ମନ୍ତବ୍ୟ ଦେଇ ଫସିଯାଇଛନ୍ତି କଂଗ୍ରେସର ସୁପ୍ରିୟା ଶ୍ରୀନେତ ଏବଂ ବିଜେପି ସାଂସଦ ଦିଲ୍ଲୀପ ଘୋଷ। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିସନ। ନିକଟରେ ସୁପ୍ରିୟା ଶ୍ରୀନେତ କଙ୍ଗନା ରାଣାୱତଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ ତାଙ୍କୁ ନୋଟିସ୍ ପଠାଇଛନ୍ତି। ସେହିପରି ମମତା ବାନାର୍ଜୀଙ୍କ ଉପରେ ମନ୍ତବ୍ୟ ଦେଇଥିବାରୁ ବିଜେପି ସାଂସଦ ଦିଲ୍ଲୀପ ଘୋଷଙ୍କ ପାଖକୁ ମଧ୍ୟ ନୋଟିସ୍ ପଠାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଦିଲ୍ଲୀପ ଘୋଷଙ୍କୁ ଏ ସମ୍ପର୍କରେ ଜବାବ ମାଗିଛନ୍ତି।

10. Varun Gandhi did not contest the 2024 elections: ଦଳର ସାଂସଦ ବରୁଣ ଗାନ୍ଧୀଙ୍କୁ ମିଳିନାହିଁ ବିଜେପି ଟିକେଟ୍। ଦଳୀୟ ଟିକେଟ କଟିବା ପରେ ୨୦୨୪ ନିର୍ବାଚନ ଲଢିବେନି ବରୁଣ ଗାନ୍ଧୀ। ବରଂ ସେ ତାଙ୍କ ମାଆ ମାନେକା ଗାନ୍ଧୀଙ୍କ ପାଇଁ ସୁଲତାନପୁର ଆସନରେ ନିର୍ବାଚନ ପ୍ରଚାର କରିବେ। ବିଜେପି ବରୁଣ ଗାନ୍ଧୀଙ୍କୁ ପିଲଭିତ ଆସନରୁ ଟିକେଟ ନଦେଇ ଏଥର ତାଙ୍କ ସ୍ଥାନରେ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଜିତିନ ପ୍ରସାଦଙ୍କୁ ପ୍ରାର୍ଥୀ କରିଛି।