Pension Rules: ସରକାରୀ କର୍ମଚାରୀଙ୍କୁ ଝଟକା; ପେନସନକୁ ନେଇ ଏହି ବଡ଼ ନିଷ୍ପତ୍ତି ନେଲେ ସରକାର, ଜାରି ହେଲା ନୋଟିଫିକେଶନ!
Advertisement
Article Detail0/zeeodisha/odisha1473249

Pension Rules: ସରକାରୀ କର୍ମଚାରୀଙ୍କୁ ଝଟକା; ପେନସନକୁ ନେଇ ଏହି ବଡ଼ ନିଷ୍ପତ୍ତି ନେଲେ ସରକାର, ଜାରି ହେଲା ନୋଟିଫିକେଶନ!

Pension Rules: ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ଦ୍ୱାରା ନିୟମ ଜାରି କରାଯାଇଛି, ଯେଉଁଥିରେ ପେନସନ୍ ରାଶି ପ୍ରତ୍ୟାହାର କରିବା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ଆପଣ କେବଳ ଥରେ ହିଁ ଆପଣଙ୍କ ପେନସନ୍ ରାଶି ପ୍ରତ୍ୟାହାର କରିପାରିବେ ।

Pension Rules: ସରକାରୀ କର୍ମଚାରୀଙ୍କୁ ଝଟକା; ପେନସନକୁ ନେଇ ଏହି ବଡ଼ ନିଷ୍ପତ୍ତି ନେଲେ ସରକାର, ଜାରି ହେଲା ନୋଟିଫିକେଶନ!

7th Pay Commission Pension Rules: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ପେନସନ (Pension) କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ଦ୍ୱାରା ନିୟମ ଜାରି କରାଯାଇଛି, ଯେଉଁଥିରେ ପେନସନ୍ ରାଶି (Pension Amount) ପ୍ରତ୍ୟାହାର କରିବା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ଆପଣ କେବଳ ଥରେ ହିଁ ଆପଣଙ୍କ ପେନସନ୍ ରାଶି ପ୍ରତ୍ୟାହାର କରିପାରିବେ । DoPPW ରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଯଦି କୌଣସି କର୍ମଚାରୀ ତାଙ୍କ ବେସିକ ବେତନର ଏକ ଅଂଶ ପ୍ରତ୍ୟାହାର କରିନିଅନ୍ତି, ତେବେ ତାଙ୍କୁ ପୁନର୍ବାର ପେନସନ ପ୍ରତ୍ୟାହାର କରିବାକୁ ଦିଆଯାଉ ନାହିଁ ।

ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ତରଫରୁ ଏହି ପରିପ୍ରେକ୍ଷୀରେ ବିଜ୍ଞପ୍ତି ଜାରି କରି ସୂଚନା ପ୍ରଦାନ କରିଛି । ସିଭିଲ୍ ସର୍ଭିସେସ୍ ନିୟମ ୧୯୮୧ ଅନୁଯାୟୀ ସରକାରଙ୍କ ତରଫରୁ ଏକାଧିକ ଥର ପେନସନ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯାଏ ନାହିଁ । ଏହା ସହିତ ଆପଣ ଗୋଟିଏ ଥରରେ ମୋଟ ପେନସନର ମାତ୍ର ୪୦ ପ୍ରତିଶତ ପ୍ରତ୍ୟାହାର କରିପାରିବେ । ଥରେ ପ୍ରତ୍ୟାହାର ଉପରେ ସରକାର କହିଛନ୍ତି ଯେ ଆପଣ ଥରେ ମାତ୍ର ୪୦ ପ୍ରତିଶତ ରାଶି ପ୍ରତ୍ୟାହାର କରିପାରିବେ । ଏହା ବ୍ୟତୀତ ଯଦି କୌଣସି କର୍ମଚାରୀଙ୍କ ପେନସନ ସଂଶୋଧିତ ହୁଏ, ତେବେ ଏହି ପରିସ୍ଥିତିରେ ଆପଣ ଆପଣଙ୍କର ବକେୟା ପ୍ରତ୍ୟାହାର କରିପାରିବେ ।

DoPPW ତରଫରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସେହି କର୍ମଚାରୀମାନେ ଯେଉଁମାନେ ଜାନୁୟାରୀ ୧, ୨୦୧୬ରୁ ଅଗଷ୍ଟ ୪, ୨୦୧୬ ମଧ୍ୟରେ ଅବସର ନେଇଛନ୍ତି, ସେମାନେ CCS ର ନିୟମ ୧୦ ଅନୁଯାୟୀ ପେନସନ୍ ସଂଶୋଧନ ଉପରେ ଅତିରିକ୍ତ ରିହାତି ପାଇବେ । ଯଦିଓ ୪୦ ପ୍ରତିଶତ ନିୟମ ଏଠାରେ ସରକାର ତରଫରୁ କାର୍ଯ୍ୟକାରୀ କରାଯାଇଛି ।

ସେପଟେ କେନ୍ଦ୍ର କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (Dearness Allowance) ଓ ବୋନସ୍ (Bonus) ଦେବା ପରେ ବର୍ତ୍ତମାନ ସରକାର (Central Govt) ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ବାସ୍ତବରେ କେନ୍ଦ୍ର ସରକାର (Central Government) କର୍ମଚାରୀଙ୍କ ପାଇଁ କଡ଼ା ଚେତାବନୀ ଜାରି କରିଛନ୍ତି । ଯଦି କର୍ମଚାରୀମାନେ ଏହାକୁ ଅଣଦେଖା କରନ୍ତି ତେବେ ଅବସର ପରେ ସେମାନଙ୍କୁ ପେନସନ୍ ଓ ଗ୍ରାଚ୍ୟୁଇଟିରୁ ବଞ୍ଚିତ ହେବାକୁ ପଡ଼ିବ । କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ସରକାର ଚେତାବନୀ ଜାରି କରିଛନ୍ତି । ଯଦି ଜଣେ କର୍ମଚାରୀ (Central Government Employee) କାର୍ଯ୍ୟରେ ଅବହେଳା କରନ୍ତି, ତେବେ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଅବସର ପରେ ତାଙ୍କ ପେନସନ (Pension) ଓ ଗ୍ରାଚ୍ୟୁଇଟି (Gratuity) ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ କେନ୍ଦ୍ର କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ । କିନ୍ତୁ ରାଜ୍ୟମାନେ ଏହାକୁ ମଧ୍ୟ ଲାଗୁ କରିପାରିବେ । 

ଏହା ବି ପଢ଼ନ୍ତୁ:-ଆକ୍ସନ୍ ମୋଡରେ ଅଧିନାୟକ ରୋହିତ ଶର୍ମା, ଦ୍ୱିତୀୟ ଦିନିକିଆରେ ଏହି ୩ ଫ୍ଲପ୍ ଖେଳାଳୀଙ୍କୁ ଚୂଡ଼ାନ୍ତ ଏକାଦଶରୁ କରିବେ ବାହାର!

ଏହା ବି ପଢ଼ନ୍ତୁ:-BCCIକୁ ଗୁହାରୀ କଲେ ରମିଜ ରାଜା, ଜାଣନ୍ତୁ କ'ଣ ରହିଛି ପୂରା ଘଟଣା

ଏହା ବି ପଢ଼ନ୍ତୁ:-ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍! ଏହି ଫୋନ୍ ଆପଣଙ୍କୁ କରିଦେବ ଖୁସ୍

 

ନିକଟ ଅତୀତରେ କେନ୍ଦ୍ର ସରକାର ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍ (ପେନସନ) ନିୟମ ୨୦୨୧ ଅନୁଯାୟୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର ସରକାର ନିକଟ ଅତୀତରେ CCS (ପେନସନ) ନିୟମ ୨୦୨୧ର ନିୟମ ୮ରେ ପରିବର୍ତ୍ତନ କରିଛନ୍ତି, ଯେଉଁଥିରେ ନୂତନ ବ୍ୟବସ୍ଥା ଯୋଡି ଦିଆଯାଇଛି । ଯଦି କର୍ମଚାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅବସର ପରେ ସେମାନଙ୍କ ଗ୍ରାଚ୍ୟୁଇଟି ଓ ପେନସନ ବନ୍ଦ ହୋଇଯିବ ।