ପାକିସ୍ତାନରୁ ଭାରତ ସୀମାକୁ ଆସିଲା ପାରା, ଗୋଡରେ ଲେଖାଥିଲା...
Advertisement

ପାକିସ୍ତାନରୁ ଭାରତ ସୀମାକୁ ଆସିଲା ପାରା, ଗୋଡରେ ଲେଖାଥିଲା...

pakistani pigeon came india: ଗୋଟିଏ ପାରା ପାକିସ୍ତାନରୁ ଭାରତ ସୀମାକୁ ଉଡି ଆସିବା ପରେ ଧରାପଡିଥିଲା । ତା ଗୋଡରେ କଳା ଅକ୍ଷରରେ ଲେଖାଯାଇଥିବା ସଂଖ୍ୟା । ଏଥିସହ ତା ପାଦରେ ଲାଲ୍ ରଙ୍ଗର ଟ୍ୟାଗ୍ ମଧ୍ୟ ଥିଲା ।

ପାକିସ୍ତାନରୁ ଭାରତ ସୀମାକୁ ଆସିଲା ପାରା, ଗୋଡରେ ଲେଖାଥିଲା...

Pakistani pigeon came india: ଭାରତ-ପାକିସ୍ଥାନ ସୀମାରୁ ଏକ ପାରା ଉଦ୍ଧାର କରିଛି ବିଏସଏଫ (BSF) ପାରାଟି ଗୋଡରେ ଟ୍ୟାଗ୍ ରହିଥିବା ଦେଖିବାକୁ ମିଳିଛି । ପାରାଟିର ଗୋଟିଏ ଗୋଡରେ କଳା ରଙ୍ଗର ଅକ୍ଷରରେ ଏକ ନାଲି ଟ୍ୟାଗ୍ ଅଛି । ବିଏସ୍ଏଫ୍ ଟିମ୍ ପାରାଟିକୁ ଉଦ୍ଧାର କରିବା ପରେ ଫରେଷ୍ଟ୍ ଡିପାର୍ଟମେଣ୍ଟକୁ ହସ୍ତାନ୍ତର କରିଛି । ଜୟସଲମର୍ ସୀମାରେ ଥିବା ମିଥାଡାଉ ଗାଁ ନିକଟରୁ ଏହି ପାରାଟି ଉଦ୍ଧାର ହୋଇଥିଲା ।

ବୁଧବାର ସନ୍ଧ୍ୟା ସମୟରେ ପାକିସ୍ତାନରୁ ପାରାଟି ଉଡିଆସି ଜୟସଲମର ମିଜାଲା ସୀମାରେ ପହଞ୍ଚିଥିଲା । ଉକ୍ତ ସମୟରେ ବିଏସଏଫ ଯବାନଙ୍କ ନଜରରେ ଏହା ପଡିବାରୁ ବିଏସଫ ଯବାନମାନେ ଏହି ପାରାଟିକୁ ଧରିନେଇଥିଲେ । ପାରାଟିର ରଙ୍ଗ ଧଳା ହୋଇଥିବା ସମୟରେ ତା ଗୋଡରେ ନମ୍ୱର ଲେଖା ଅଛି । କଳା ରଙ୍ଗରେ ୮୭୦୬୮୯ ନମ୍ୱର ଲେଖାଯାଇଥିବା ଦେଖିବାକୁ ମିଳିଛି । ତେବେ ଏହା କେଉଁ ନମ୍ୱର ସେନେଇ ଅଧିକ ଅନୁସନ୍ଧାନ କରୁଛି ବିଏସଏଫ । ଉକ୍ତ ନମ୍ୱରକୁ ନେଇ ଅନେକ ସନ୍ଦେହ ମଧ୍ୟ ବଢିଚାଲିଛି । ଏହା ଅନୁମାନ କରାଯାଉଛି ଯେ, ହୁଏତ କେହି ସୀମାରୁ ତଥ୍ୟ ହାସଲ ପାଇଁ ଏହି ପାରାଟିକୁ ବ୍ୟବହାର କରିଥାଇପାରନ୍ତି । ତେବେ ପ୍ରକୃତ ଘଟଣା କଣ ତାହା ଅନୁସନ୍ଧାନ ପରେ ସ୍ପଷ୍ଟ ହେବ । ବନ ବିଭାଗ ବର୍ତ୍ତମାନ ପାରାଟିର ଯତ୍ନ ନେବ ବୋଲି ସୂଚନା ମିଳିଛି ।

Also Read- ୧୦୦ ବର୍ଷର ସମସ୍ୟାର ସମାଧାନ ହେଲା ଶହେ ଦିନରେ: ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Also Read- ବାବା ମହାକାଳଙ୍କୁ ଦର୍ଶନ କଲେ ଅଭିନେତା ରାଜକୁମାରଙ୍କ ସହ ପତ୍ନୀ ଚିତ୍ରଲେଖା