Anubhav Mohanty: ପ୍ରଚାର ମୈଦାନରେ ବି ଅନୁଭବଙ୍କ ପିଛା ଛାଡି଼ଲାନି ବର୍ଷା!
Advertisement
Article Detail0/zeeodisha/odisha2254590

Anubhav Mohanty: ପ୍ରଚାର ମୈଦାନରେ ବି ଅନୁଭବଙ୍କ ପିଛା ଛାଡି଼ଲାନି ବର୍ଷା!

Anubhav Mohanty: ଏକ ଖୋଲା ଜିପରେ ଅଭିନେତା ଅନୁଭବଙ୍କ ସମେତ ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ଭୋଟ ଭିକ୍ଷା କରିଥିଲେ। ଏଥିରେ ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ରଙ୍କ ସମେତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବହୁ ଭାଜପା ନେତା ଓ କର୍ମୀ ସାମିଲ ହୋଇଥିଲେ। 

 

Anubhav Mohanty: ପ୍ରଚାର ମୈଦାନରେ ବି ଅନୁଭବଙ୍କ ପିଛା ଛାଡି଼ଲାନି ବର୍ଷା!

Anubhav Mohanty: ଆସନ୍ତାକାଲି ଓଡ଼ିଶାରେ ପଡ଼ିବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ଅଭିନେତାଙ୍କ ଠାରୁ ଆରମ୍ଭ କରି ନେତା ଓ ହେଭିୱେଟ୍ ମାନେ ପ୍ରଚାର ମୈଦାନରେ ଜୋରସୋରରେ କ୍ୟାମ୍ପେନ କରିଛନ୍ତି । ଏହିକ୍ରମରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ମଧ୍ୟ ପଛରେ ପଡ଼ିନାହାଁନ୍ତି। ସାଧାରଣ ନିର୍ବାଚନ ପ୍ରଚାରର ଶେଷ ଦିନରେ ଭଞ୍ଜନଗର ବିଜେପି ପକ୍ଷରୁ ଶନିବାର ଭଞ୍ଜନଗର ସହରରେ ବିଶାଳ ରୋଡ଼ ଶୋ ଅନୁଷ୍ଠିତ ହୋଇଯାଇଛି। ଏହି ରୋଡ ଶୋରେ ଦଳର ତାରକା ପ୍ରଚାରକ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି । 

ରୋଡ ଶୋ ସମୟରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ଅନୁଭବ(Anubhav Mohanty) ବର୍ଷାରେ ଭିଜି ଭିଜି ପ୍ରଚାର କରିଛନ୍ତି। ବିଜେପିର ତାରକା ପ୍ରଚାରକ ତଥା ସାଂସଦ ଅନୁଭବ ଶନିବାର ଅପରାହ୍ଣରେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସ୍ଥିତ ହେଲିପ୍ୟାଡରେ ଓହ୍ଲାଇଥିଲେ। ସେଠାରେ ଦଳୀୟ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ବାଉଁଶଲୁଣ୍ଡି ସ୍ଥିତ ବାଇପାସ୍ ଛକରି ଶହ ଶହ କର୍ମୀଙ୍କୁ ନେଇ ଏକ ବିଶାଳ ରୋଡ ଶୋ ସହର ଅଭିମୁଖେ ବାହାରିଥିଲା। 

ବାଉଁଶଲୁଣ୍ଡି, ମୁଖ୍ୟ ସଡ଼କ, ରେଡକ୍ରସ ରୋଡ ଛକ, ତହସିଲ ଛକ, ବସଷ୍ଟାଣ୍ଡ, ମହାବୀର ଛକ, ଆରଏମସି ଛକ ଦେଇ ବେଲଗୁଣ୍ଠା ରୋଡ ପର୍ଯ୍ୟନ୍ତ ରୋଡ ଶୋ ହୋଇଥିଲା। ଏକ ଖୋଲା ଜିପରେ ଅଭିନେତା ଅନୁଭବଙ୍କ ସମେତ ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ଭୋଟ ଭିକ୍ଷା କରିଥିଲେ। ଏଥିରେ ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ରଙ୍କ ସମେତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବହୁ ଭାଜପା ନେତା ଓ କର୍ମୀ ସାମିଲ ହୋଇଥିଲେ। 

ସୂଚନାଯୋଗ୍ୟ, ଗତ କିଛିଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ଅନୁଭବ ମହାନ୍ତି । ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ)ଜାରି କରାଯାଇଥିଲା ହେଲେ ଏଥିରେ ସେ ଗୁରୁବାର ଆଶ୍ୱସ୍ତି ପାଇଛନ୍ତି। କଟକ ଜେଏମ୍‌ଏଫ୍‌ସି କୋର୍ଟ ଅନୁଭବଙ୍କ ନାଁରେ ଜାରି କରିଥିବା ଏହି ଏନ୍‌ବିଡବ୍ଲ୍ୟୁ(NBW) ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଅନୁଭବ ଆସନ୍ତା ୨୩ ତାରିଖ ମଧ୍ୟରେ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଆସନ୍ତା ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ(Varsha Priyadarshini) ପକ୍ଷରୁ ରୁଜୁ ନିର୍ଯାତନା ମାମଲାରେ ଅନୁଭବ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ନ ହୋଇ ବାରମ୍ବାର ମହଲତ ନେଇଥିଲେ। ଗତ ୧୩ ତାରିଖରେ ଅନୁଭବ କୋର୍ଟରେ ହାଜର ନ ହୋଇ ତାଙ୍କ ଓକିଲଙ୍କ ଜରିଆରେ ଏକ ପିଟିଶନ ଦାଖଲ କରି ପୁଣି ଅଧିକ ସମୟ ମାଗିଥିଲେ। ବାରମ୍ବାର ଏପରି ସମୟ ମାଗିବା ଦ୍ୱାରା ଶୁଣାଣି ବିଳମ୍ବିତ ହେଉଥିବାରୁ କୋର୍ଟ ଅନୁଭବଙ୍କ ପିଟିଶନକୁ ଖାରଜ କରିବା ସହ ତାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ।

Also Read: Virushka News: ଭାରତ ଛାଡ଼ିବେ ବିରାଟ-ଅନୁଷ୍କା, ଗୋଟିଏ ଭିଡିଓରୁ ପୂରା ଦେଶରେ ହଙ୍ଗାମା !

Also Read: Shamita Shetty: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ଶମୀତା ସେଟ୍ଟୀଙ୍କୁ ଭୟଙ୍କର ରୋଗ