AIMIM President Asaduddin Owaisi: ପାଲେଷ୍ଟାଇନ ସମର୍ଥନରେ ଆସିଲେ ଅସାଦୁଦ୍ଦିନ ଓୱେସୀ; କହିଲେ...
Advertisement
Article Detail0/zeeodisha/odisha1913810

AIMIM President Asaduddin Owaisi: ପାଲେଷ୍ଟାଇନ ସମର୍ଥନରେ ଆସିଲେ ଅସାଦୁଦ୍ଦିନ ଓୱେସୀ; କହିଲେ...

Asaduddin Owaisi on Israel-Palestine Conflict: ପ୍ରାୟ ସପ୍ତାହେ ଧରି ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ପାଲେଷ୍ଟାଇନ ସମର୍ଥନରେ ଆସିଛନ୍ତି ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ୱୱେସୀ।

AIMIM President Asaduddin Owaisi: ପାଲେଷ୍ଟାଇନ ସମର୍ଥନରେ ଆସିଲେ ଅସାଦୁଦ୍ଦିନ ଓୱେସୀ; କହିଲେ...

Hyderabad MP Asaduddin Owaisi Supports Palestine: ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହାମାସ ଏବଂ ଇସ୍ରାଏଲ ମଧ୍ୟରେ ପ୍ରାୟ ସପ୍ତାହେ ଧରି ଜାରି ରହିଛି ଯୁଦ୍ଧ। ଗତ ଅକ୍ଟୋବର ୭ ତାରିଖ ଶନିବାରୁ ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଅନେକ ଧନ ଜୀବନ ହାନି ହୋଇଥିବାର ଖବର ଆସିଛି। ଯାହାର ଫଟୋ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଯୁଦ୍ଧରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି ପାଲେଷ୍ଟାଇନ ସମର୍ଥନରେ ଆସିଛନ୍ତି। ପାଲେଷ୍ଟାଇନ ଉଦ୍ଦେଶ୍ୟରେ ସମର୍ଥନ ଦେଇ ଏଆଇଏମ୍ଆଇଏମ୍ ମୁଖ୍ୟ ଏକ ସୋସିଆଲ ମିଡ଼ିଆ ପୋଷ୍ଟ କରିଛନ୍ତି।

ଏହି ପ୍ରସଙ୍ଗରେ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ୱୱେସୀ (Hyderabad MP Asaduddin Owaisi) ଏକ ସୋସିଆଲ ମିଡ଼ିଆ ପୋଷ୍ଟ କରିଛନ୍ତି। ଏନେଇ ଏଆଇଏମ୍ଆଇଏମ୍ ମୁଖ୍ୟ (AIMIM President Asaduddin Owaisi) କହିଛନ୍ତି ଯେ, "ପାଲେଷ୍ଟାଇନ ଜିନ୍ଦାବାଦ, ହିଂସା ମୁର୍ଦ୍ଦାବାଦ" (ମୁଖ୍ୟତଃ ଇସ୍ରାଏଲ୍ କିମ୍ବା ଅନ୍ୟ କୌଣସି ଗୋଷ୍ଠୀ/ସଙ୍ଗଠନ ଦ୍ୱାରା କରାଯାଉଥିବା ହିଂସା)। ଏହା ସହିତ ସେ ଲେଖିଛନ୍ତି, "ମସଜିଦ ଅଲ ଆକ୍ସା ଆଜାଦ ହୋଇ ରହିବ। " ଆପଣଙ୍କୁ କହିରଖୁଛୁ ଯେ ଜେରୁସେଲମ୍ ଠାରେ ଅବସ୍ଥିତ ଅଲ ଅକ୍ସା ମସଜିଦ ମକ୍କା ଏବଂ ମଦିନା ପରେ ଇସଲାମ ଧର୍ମର ତୃତୀୟ ପବିତ୍ର ସ୍ଥାନ ଭାବରେ ପରିଗଣିତ ହୋଇଥାଏ।

ଏହା ପ୍ରଥମ ଘଟଣା ନୁହେଁ ଯେ ଯେତେବେଳେ ହାଇଦ୍ରାବାଦ ସାଂସଦ ଖୋଲାଖୋଲି ଭାବେ ପାଲେଷ୍ଟାଇନ (Hyderabad MP Asaduddin Owaisi Supports Palestine) ସମର୍ଥନରେ ଆସିଛନ୍ତି। ଏହା ପୂର୍ବରୁ ଗତ ସୋମବାର ଏଆଇଏମ୍ଆଇଏମ୍ ମୁଖ୍ୟ କହିଥିଲେ ଯେ ଭାରତ ଐତିହାସିକ ରୂପରେ ପାଲେଷ୍ଟାଇନ ସହିତ ଛିଡ଼ା ହୋଇ ରହିଥିଲା। କଂଗ୍ରେସ କ୍ଷମତାକୁ ଆସିବା ପରେ ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତୀୟ ବୈଦେଶିକ ନୀତିରେ (Indian Foreign Policy on Palestine Issue) ପରିଦର୍ତ୍ତନ ଆସିବାର ଦାବି କରିଛନ୍ତି ଅସାଦୁଦ୍ଦିନ ଓୱେସି। 

ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ଅସାଦୁଦ୍ଦିନ ୱୱେସୀ କହିଛନ୍ତି ଯେ ଜଣେ ସ୍ୱର୍ଗତଃ ବିଜେପି ନେତା ଯିଏ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ, ସେ ଥରେ ପାଲେଷ୍ଟାଇନ ବିଷୟରେ କହିଥିଲେ ଯେ ଆରବ ଦେଶର (Israel Captured Arab Country Land) ଜମି ଦଖଲ କରାଯାଇଛି। ପାଲେଷ୍ଟାଇନ ସହିତ ରହିଥିବା ଏକତା ଦୃଷ୍ଟିରୁ ଆମେ ଏକ ଡାକ ଷ୍ଟାମ୍ପ ଜାରି କରିଛୁ। ଆରମ୍ଭରୁ ଆମର ବୈଦେଶିକ ନୀତି ପାଲେଷ୍ଟାଇନ ସପକ୍ଷରେ ରହିଛି। ହେଲେ କଂଗ୍ରେସ କ୍ଷମତାକୁ ଆସିବା ପରେ ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତୀୟ ବୈଦେଶିକ ନୀତି ବଦଳି ଯାଇଥିଲା।

ନାଁ ନନେଇ ଏଆଇଏମ୍ଆଇଏମ୍ ମୁଖ୍ୟ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ବରିଷ୍ଠ ବିଜେପି ନେତା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଏକ ଭାଇରାଲ ଭିଡିଓ ବିଷୟରେ କହିଛନ୍ତି। ଯେଉଁଥିରେ ସେ ପାଲେଷ୍ଟାଇନ ସପକ୍ଷରେ କହିଥିଲେ।

ହାଇଦ୍ରାବାଦ ସାଂସଦ ଇସ୍ରାଏଲ୍-ପାଲେଷ୍ଟାଇନ ମଧ୍ୟରେ ୧୯୯୩ ଏବଂ ୧୯୯୫ ମସିହାରେ ଓସଲୋ ଚୁକ୍ତିନାମା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏନେଇ ସେ କହିଛନ୍ତି ୧୯୯୦ ଦଶକରେ ଓସଲୋ ଚୁକ୍ତିନାମା (Oslo Accords 1993) ସୃଷ୍ଟି ହୋଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ୱେଷ୍ଟବ୍ୟାଙ୍କ ଏବଂ ଗାଜା ଷ୍ଟ୍ରିପ୍ (West Bank and Gzaa Strip) ଅଞ୍ଚଳକୁ ନେଇ ପାଲେଷ୍ଟାଇନ ନାମରେ ଏକ ସ୍ୱାଧିନ ପାଲେଷ୍ଟାଇନ ରାଷ୍ଟ୍ର (Independent State of Palestine) ଗଠନ କରାଯିବ। ବର୍ତ୍ତମାନ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାକୁ ୩୦ ବର୍ଷ ପୂରଣ ହୋଇସାରିଲାଣି। ସମଗ୍ର ବିଶ୍ୱ ସମୁଦାୟ ଜାଣିଛି ଯେ ଅଲ-ଅକ୍ସା ମସଜିଦ ସେଠାରେ ରହିଛି। ମାତ୍ର ବିଗତ ୧୬ ବର୍ଷ ଧରି ଗାଜା ଷ୍ଟ୍ରିପ୍ ଅବରୋଧ ହୋଇରହିଛି। ବର୍ତ୍ତମାନ ଗାଜା ଷ୍ଟ୍ରିପ୍ ଅଞ୍ଚଳ ଏକ ମୁକ୍ତକାଶ କାରାଗାର ପାଲଟିଯାଇଛି।

ଅକ୍ଟୋବର ୭ ତାରିଖ ଶନିବାର ଗାଜା ଷ୍ଟ୍ରିପ୍ ଅଞ୍ଚଳରୁ ହାମାସ ପକ୍ଷରୁ ଇସ୍ରାଏଲ ଉପରେ ଏକ ଆଶ୍ଚର୍ଯ୍ୟଜନକ ଆକ୍ରମଣ କରିଥିଲା। ଯେଉଁଥିରେ ଦେଶର ଦକ୍ଷିଣ ଏବଂ ମଧ୍ୟ ଭାଗରେ ଇସ୍ରାଏଲ ନାଗରିକଙ୍କ ଉପରେ ନିରବିଚ୍ଛିନ୍ନ ରକେଟ ଆକ୍ରମଣ କରାଯାଇଥିଲା। ଏହା ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କଲା। ପ୍ରାୟ ୭ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଇସ୍ରାଏଲ ଏବେ ଗାଜା ଷ୍ଟ୍ରିପ୍ ଅଞ୍ଚଳ ହମାସ ବିରୋଧରେ ଭାରୀ ପଡ଼ିବାରେ ଲାଗିଛି।