Airtel 5G Plus: ହୋଲି ପୂର୍ବରୁ ଏୟାରଟେଲର ବଡ଼ ଧମାକା! ଏକାସାଙ୍ଗରେ ୧୨୫ଟି ସହରରେ ଆରମ୍ଭ ହେଲା 5G ସେବା, ଏଠାରେ ଚେକ୍ କରନ୍ତୁ ନିଜ ସହରର ନାମ
Advertisement

Airtel 5G Plus: ହୋଲି ପୂର୍ବରୁ ଏୟାରଟେଲର ବଡ଼ ଧମାକା! ଏକାସାଙ୍ଗରେ ୧୨୫ଟି ସହରରେ ଆରମ୍ଭ ହେଲା 5G ସେବା, ଏଠାରେ ଚେକ୍ କରନ୍ତୁ ନିଜ ସହରର ନାମ

Airtel 5G Plus: ଭାରତୀ ଏୟାରଟେଲର ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ରଣଦୀପ ସେଖୋନ୍ କହିଛନ୍ତି ଯେ, 5G ଇଣ୍ଟରନେଟ୍ ଜଗତରେ ପରିବର୍ତ୍ତନ ଆଣିଛି ଓ ସଂଯୋଗ ଏବଂ ଯୋଗାଯୋଗର ଏକ ନୂତନ ଯୁଗ ସୃଷ୍ଟି କରିଛି । ଯାହା ଦେଶ ପାଇଁ ବଡ଼ ପରିବର୍ତ୍ତନକାରୀ ଆଣିବ । ପ୍ରକାଶ ଯେ, ଜମ୍ମୁଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରମୁଖ ସହରରେ ଏୟାରଟେଲର 5G ସେବା ଉପଲବ୍ଧ ଅଛି ।

Airtel 5G Plus: ହୋଲି ପୂର୍ବରୁ ଏୟାରଟେଲର ବଡ଼ ଧମାକା! ଏକାସାଙ୍ଗରେ ୧୨୫ଟି ସହରରେ ଆରମ୍ଭ ହେଲା 5G ସେବା, ଏଠାରେ ଚେକ୍ କରନ୍ତୁ ନିଜ ସହରର ନାମ

Airtel 5G Plus Service: ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ (Bharti Airtel) ୧୨୫ଟି ସହରରେ ନିଜର 5G ସେବା ଆରମ୍ଭ କରିବାକୁ ଘୋଷଣା କରିଛି । କମ୍ପାନୀ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ, ଏତେ ପରିମାଣରେ 5G  ସେବା ଆରମ୍ଭ କରିବା ସହିତ ବର୍ତ୍ତମାନ ଏୟାରଟେଲ 5 ଜି ପ୍ଲସ୍ (Airtel 5G Plus) ସେବା ଦେଶର ୨୬୫ରୁ ଅଧିକ ସହରର ଗ୍ରାହକଙ୍କ ନିକଟରେ ପହଞ୍ଚିଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ ସହର ଓ ଗୁରୁତ୍ୱପୂର୍ଣ୍ଣ ଗ୍ରାମାଞ୍ଚଳରେ ଏହି ସେବାକୁ ବିସ୍ତାର କରିବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି କୁହାଯାଇଛି । ଭାରତୀ ଏୟାରଟେଲର ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ (CTO) ରଣଦୀପ ସେଖୋନ୍ କହିଛନ୍ତି ଯେ, 5G ଇଣ୍ଟରନେଟ୍ ଜଗତରେ ପରିବର୍ତ୍ତନ ଆଣିଛି ଓ ସଂଯୋଗ ଏବଂ ଯୋଗାଯୋଗର ଏକ ନୂତନ ଯୁଗ ସୃଷ୍ଟି କରିଛି । ଯାହା ଦେଶ ପାଇଁ ବଡ଼ ପରିବର୍ତ୍ତନକାରୀ ଆଣିବ । ପ୍ରକାଶ ଯେ, ଜମ୍ମୁଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରମୁଖ ସହରରେ ଏୟାରଟେଲର 5G ସେବା ଉପଲବ୍ଧ ଅଛି ।

ଏଠାରେ ଆପଣଙ୍କ ସହରର ସ୍ଥିତି ଚେକ୍ କରନ୍ତୁ...

ଏୟାରଟେଲ 5G ସେବା କିପରି କରିବେ ଯାଞ୍ଚ

ଏୟାରଟେଲ ୟୁଜର୍ସ (Airtel Users) 5G ନେଟୱାର୍କ (5G Network) ର ଉପଲବ୍ଧତା ଓ ସ୍ମାର୍ଟଫୋନର କମ୍ପ୍ୟାଟିବିଲିଟି ଏୟାରଟେଲ ଥ୍ୟାନକ୍ସ ଆପରେ ଚେକ୍ କରିପାରିବେ । ଏୟାରଟେଲ ୟୁଜର୍ସଙ୍କୁ ଆଶ୍ୱାସନା ଦେଇଛି ଯେ, 5G ନେଟୱାର୍କ ବ୍ୟବହାର କରିବା ପାଇଁ ସେମାନଙ୍କୁ ଏକ ନୂଆ ଏୟାରଟେଲ 5G ସିମ୍ କିଣିବା ଆବଶ୍ୟକ ନାହିଁ । ପୂର୍ବରୁ ଥିବା 4G ସିମ୍ ସ୍ମାର୍ଟଫୋନ୍ ଏୟାରଟେଲ୍ 5G ନେଟୱାର୍କ କଭରେଜ୍ ଅଞ୍ଚଳରେ ଆସିବା ମାତ୍ରେ ସ୍ୱୟଂଚାଳିତ ଭାବରେ 5G ସହିତ ସଂଯୋଗ ହେବ ।

ଏୟାରଟେଲ 5G ଏହି ସ୍ମାର୍ଟଫୋନକୁ କରିଥାଏ ସପୋର୍ଟ

ପ୍ରାୟ ସମସ୍ତ ପ୍ରମୁଖ ସ୍ମାର୍ଟଫୋନ୍ ବ୍ରାଣ୍ଡ ଏୟାରଟେଲର 5G ନେଟୱାର୍କ ପାଇଁ ସିଷ୍ଟମ୍ ଅପଡେଟ୍ ଜାରି କରିଛି । Realme, Xiaomi, Oppo, Vivo, iQOO, Apple, OnePlus, Samsung, Nothing Phone 1, Nokia, Lava, Tecno, Infinix and Motorola ର 5G ହ୍ୟାଣ୍ଡସେଟଗୁଡିକ ସଫ୍ଟୱେୟାର ଅପଡେଟ୍ ମିଳିଯାଇଛି । ଜାନୁଆରୀ ୨୦୨୩ରେ Google Pixel 6A, Pixel 7 ଓ Pixel 7 Proକୁ ମଧ୍ୟ ଅପଡେଟ୍ କରିଛି ।

ଅଧିକ ପଢ଼ନ୍ତୁ:-ଏହି ଭାରତୀୟ ଖେଳାଳି ପୁଣି ଥରେ ପଡ଼ିଆରେ ଆସିବେ ନଜର, ସାଥୀ ଖେଳାଳିଙ୍କ ପତ୍ନୀଙ୍କୁ କରିଥିଲେ ଗର୍ଭବତୀ!

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକାଥରେ ମିଳିବ ୨-୨ଟି ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ବଢ଼ିବା ସହ ବେସିକ୍ ଦରମାରେ ହେବ ବୃଦ୍ଧି!

ଅଧିକ ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ଶୁଭମାନ ଗିଲ; ଜାଣନ୍ତୁ ତାଙ୍କର କ'ଣ ରହିଛି ଶିକ୍ଷାଗତ ଯୋଗ୍ୟତା

ସେପଟେ କିପରି ପାଇବେ Jio Welcome Offer?

Jio Welcome Offer ପାଇଁ ୟୁଜର୍ସମାନଙ୍କୁ ଇନଭାଇଟ୍ ପଠାଇବାର ଅଛି ।  କିଛି ୟୁଜର୍ସଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନର ବିକଳ୍ପ ଦେଖାଯାଉଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ My Jio ଆପକୁ ଯିବାକୁ ପଡ଼ିବ । ଏଠାରେ ଆପଣ ନିଜେ ହୋମ ସ୍କ୍ରିନରେ Jio Welcome Offer ର ବିକଳ୍ପ ପାଇବେ । ଯଦି ଆପଣ Jio Welcome Offerର ବ୍ୟାନର ଦେଖୁଛନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଅନ୍ୟ ପଟେ, ଯଦି ବିକଳ୍ପ ଦେଖାଯାଉ ନାହିଁ, ତେବେ ପେଜକୁ ରିଫ୍ରେଶ କରନ୍ତୁ । Jio Welcome Offerର ପେଜରେ କ୍ଲିକ୍ କରିବା ମାତ୍ରେ ଆପଣ ଅନ୍ୟ ଏକ ପେଜରେ ପହଞ୍ଚିବେ, ଯେଉଁଥିରେ Jio True 5G ସମ୍ବନ୍ଧୀୟ ସୂଚନା ରହିବ ।

ଏହି ଉପାୟରେ ଆପଣ ଆପଣଙ୍କର ଆଗ୍ରହକୁ ପଞ୍ଜିକରଣ କରିପାରିବେ । ଏହା ପରେ ୟୁଜର୍ସମାନଙ୍କୁ Jio ରୁ କନ୍ଫର୍ମେଶନ ଆସିବାର ଅପେକ୍ଷା କରିବାକୁ ପଡିବ । ଏହି ଉପାୟରେ ଆପଣ Jio Welcome Offer ପାଇଁ ନିଜ ନମ୍ୱରକୁ ରେଜିଷ୍ଟ୍ରେସନ କରିପାରିବେ । ମନେରଖନ୍ତୁ ଯେ, Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ ।