Amarnath Yatra 2023: ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ଯାତ୍ରା, ଦର୍ଶନ କରିସାରିଲେଣୀ ୩ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ
Advertisement
Article Detail0/zeeodisha/odisha1791158

Amarnath Yatra 2023: ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ଯାତ୍ରା, ଦର୍ଶନ କରିସାରିଲେଣୀ ୩ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ

Shri Amarnath Cave Temple: ରେକର୍ଡ ଭାଙ୍ଗିଛି ଚଳିତ ବର୍ଷର ଅମରନାଥ ଯାତ୍ରା। ବିଗତ ୨୧ ଦିନ ମଧ୍ୟରେ ପ୍ରାୟ  ୩ ଲକ୍ଷ ୭ ହଜାର ୩୫୪ ଜଣ ତୀର୍ଥଯାତ୍ରୀ ବାବା ବର୍ଫାନୀଙ୍କ ଦର୍ଶନ କରିଛନ୍ତି।

 

Amarnath Yatra 2023: ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ଯାତ୍ରା, ଦର୍ଶନ କରିସାରିଲେଣୀ ୩ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ

Amarnath Yatra Shrine Board: ଚଳିତ ବର୍ଷ ଅମରନାଥ ଯାତ୍ରାରେ ସାମିଲ ହୋଇଥିବା ପ୍ରାୟ ୩ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ବାବା ବର୍ଫାନୀଙ୍କ ଦର୍ଶନ କରି ସାରିଛନ୍ତି। ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ଯାତ୍ରାରେ ସାମିଲ ହୋଇଥିବା ତୀର୍ଥଯାତ୍ରାଙ୍କ ସଂଖ୍ୟା ବିଗତ ୨୧ ଦିନ ମଧ୍ୟରେ ୩ ଲକ୍ଷ ୭ ହଜାର ୩୫୪ ଅତିକ୍ରମ କରିଛି। ଯାହା ବିଗତ କିଛି ବର୍ଷ ତୁଳନାରେ ସର୍ବାଧିକ। ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ବାବା ଅମରନାଥ ଯାତ୍ରା ଏଥର ୩୧ ଅଗଷ୍ଟରେ ଶେଷ ହେବ। ଅମରନାଥ ଯାତ୍ରା ଦାୟିତ୍ୱରେ ଅଧିକାରୀ କହିଛନ୍ତି, ଏହି ଆକଳନ ହେଉଛି ପ୍ରମାଣ ଯେ ସରକାର ସଡ଼କ ପରିବହନ, ହେଲିପ୍ୟାଡ୍ ସେବା, ପରିବହନ ସେବା ଏବଂ ଅନ୍ୟାନ୍ୟ ସେବା ଅଧୀନରେ ବିଦ୍ୟୁତ୍, ସ୍ୱାସ୍ଥ୍ୟ, ସଡ଼କ, ପରିମଳ ଭିତ୍ତିଭୂମି ସଠିକ୍ ଭାବରେ ବିକଶିତ କରିଛନ୍ତି।

ଚଳିତ ବର୍ଷ ଆୟୋଜିତ ହୋଇଥିବା ଅମରନାଥ ଯାତ୍ରାରେ ସାମିଲ ହୋଇଥିବା ତୀର୍ଥଯାତ୍ରୀଙ୍କୁ ଘରେ ଭଳି ଅନୁଭବ ଦେବା ପାଇଁ ଏଥର ପ୍ରାୟ ୩୦ ସରକାରୀ ବିଭାଗ ନିୟୋଜିତ ହୋଇଛି। ଆବାସ, ଖାଦ୍ୟ, ଜଳ, ସ୍ୱାସ୍ଥ୍ୟ ସେବା ଏଥ ତୀର୍ଥଯାତ୍ରୀଙ୍କ ମଧ୍ୟରେ ଏକ ସକରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଅନ୍ୟ ତୀର୍ଥଯାତ୍ରୀଙ୍କୁ ଅମରନାଥ ଯାତ୍ରାରେ ସାମିଲ ହେବାକୁ ଉତ୍ସାହିତ କରିଥିଲା। ଭକ୍ତଙ୍କ ପାଇଁ ଅମରନାଥ ଯାତ୍ରାକୁ ଏକ ସ୍ମରଣୀୟ ଅନୁଭୂତି କରିବା ପାଇଁ ଉପଲବ୍ଧ ଉତ୍ସ ଉତ୍କୃଷ୍ଟ ଭାବରେ ବ୍ୟବହାର କରାଯାଇ ଏକ ଚାପମୁକ୍ତ ଏବଂ ନିରବଚ୍ଛିନ୍ନ ଯାତ୍ରା ସୁନିଶ୍ଚିତ କରାଯାଇଥିଲା।

ଚଳିତ ବର୍ଷ ସରକାର ଯାତ୍ରୀ ଶିବିର ଠାରୁ ନେଇ ଅମରନାଥ ଗୁମ୍ଫାକୁ ଆଲୋକିତ କରିବା ପହଲଗାମ ଏବଂ ବାଲଟାଲ ଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ। ଯାହା ସନ୍ଧ୍ୟା ସମୟରେ ଯାତ୍ରା ଜାରି ରଖିବାରେ ସହାୟକ ହୋଇଥିଲା। ତୀର୍ଥଯାତ୍ରୀଙ୍କ ଚିକିତ୍ସା ପାଇଁ ଦୁଇଟି ଅତ୍ୟାଧୁନିକ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରାଯାଇଥିବା। ଯାହା ସ୍ଥାସ୍ଥ୍ୟସେବା ଭିତ୍ତିଭୂମି ପ୍ରତି ସରକାର ଦର୍ଶାଇଥିବା ଉଚ୍ଚ ସ୍ତରୀୟ ପ୍ରତିବଦ୍ଧତାର ଏକ ପ୍ରତୀକ। ପୂର୍ବରୁ ମହଜୁଦ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ, ପ୍ରତ୍ୟେକ ଶିବିରକୁ ବିଶେଷଜ୍ଞ ସ୍ୱାସ୍ଥ୍ୟ ଦଳ ପରିଚାଳନା କରୁଥିଲେ। ଯେଉଁମାନେ ପ୍ରତିଦିନ ଶହ ଶହ ତୀର୍ଥଯାତ୍ରୀଙ୍କୁ ଆବଶ୍ୟକ ରହିଥିବା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ  ସେମାନଙ୍କୁ ଔଷଧ ଏବଂ ପରାମର୍ଶ ପ୍ରଦାନ କରୁଥୁଲେ।

ଦିନକୁ ଦିନ ତୀର୍ଥଯାତ୍ରୀଙ୍କ ପ୍ରବାହ ବୃଦ୍ଧି ପାଉଥିବାରୁ ସରକାର ନିଶ୍ଚିତ କରିଛନ୍ତି ଯେ ଜାମୁ ଠାରୁ କାଶ୍ମୀର ବେସ୍ କ୍ୟାମ୍ପ ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯାଉଛି। ସୁଗମ ତଥା ଶାନ୍ତିପୂର୍ଣ୍ଣ କାର୍ଯ୍ୟ ପାଇଁ ଯାତ୍ରା ସମୟରେ ହେଉଥିବା ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସରକାର ଏକ ସମନ୍ୱିତ ନିୟନ୍ତ୍ରଣ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଯାହା ରେଡ଼ିଓ ଫ୍ରିକୁଏନ୍ସି ଆଇଡେନଣ୍ଟିଫିକେସନ (Radio Frequency Identification) ଆପଏଫଆଇଡ଼ି (RFID) ସହିତ ସଂଯୁକ୍ତ। ଏହି ତଥ୍ୟ ଚାଳିତ ବିଜ୍ଞାନ ପ୍ରକୃତ ଭିଡ଼ ନିୟନ୍ତ୍ରଣ ପରିଚାଳନା, ତୀର୍ଥଯାତ୍ରୀଙ୍କ ଅବସ୍ଥିତି ଜାଣିବା, ଟ୍ରାଫିକ୍ ଜାମ ଏଡାଇବା ଏବଂ ଅନ୍ୟାନ୍ୟ ପରିଚାଳନାରେ ବାସ୍ତବ ସମୟ ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରଖିବାରେ ସହାୟକ ହୋଇଥାଏ।

ଶୀତଳ ତାପମାତ୍ରା ସହିତ ମୁକାବିଲା କରିବାରେ ସ୍ଥାନୀୟ ଲୋକେ ତୀର୍ଥଯାତ୍ରୀଙ୍କୁ କାଶ୍ମୀରୀ କାହୱା ଏବଂ ଗରମ ପାଣି ପରିବେଷଣ କରୁଥିଲେ। ଚଳିତ ବର୍ଷ ତୀର୍ଥଯାତ୍ରା ଦେଶ ତଥା ବିଦେଶର ନାଗରିକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ପବିତ୍ର ଗୁମ୍ଫା ପରିଦର୍ଶନ କରିଥିବା ତୀର୍ଥଯାତ୍ରୀଙ୍କ ମଧ୍ୟରେ ଆମେରିକାର କାଲିଫର୍ନିଆ ପ୍ରଦେଶର ୨ ଜଣ ନାଗରିକ, ଜଣେ ୟୁକ୍ରେନ ମହିଳା, ୩୫ ନେପାଳ ନାଗରିକ ଏବଂ ୩୦ ମାଲେସିଆ ନାଗରିକ ସାମିଲ ଅଛନ୍ତି। ଚଳିତ ବର୍ଷ ସରକାର ଆଶା କରୁଛନ୍ତି ଯେ ୫ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଭଗବାନ ଶିବ ଗୁମ୍ଫା ପରିଦର୍ଶନ କରିବେ। ଯାହା ଅମରନାଥ ଯାତ୍ରା ଇତିହାସରେ ପବିତ୍ର ଗୁମ୍ଫା ପରିଦର୍ଶନ କରିବାରେ ସର୍ବାଧିକ ସଂଖ୍ୟକ ତୀର୍ଥଯାତ୍ରୀ ହେବର ରେକର୍ଡ କରିବ।