Shocking News: ଜଳନ୍ତା ଚୁଲିରେ ବସି ଭକ୍ତଙ୍କ ସହ କଥାବାର୍ତ୍ତା କରୁଛନ୍ତି ବାବା, ଭିଡ଼ିଓ ଭାଇରାଲ
Advertisement
Article Detail0/zeeodisha/odisha1625221

Shocking News: ଜଳନ୍ତା ଚୁଲିରେ ବସି ଭକ୍ତଙ୍କ ସହ କଥାବାର୍ତ୍ତା କରୁଛନ୍ତି ବାବା, ଭିଡ଼ିଓ ଭାଇରାଲ

Viral Video Baba: ସଦ୍ୟ ଜଣେ ବାବାଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବାବାଙ୍କୁ ଜଳନ୍ତା ନିଆଁ ଉପରେ ବସିଥିବାର ଦେଖିବାକୁ ମିଳିଛି।

Shocking News: ଜଳନ୍ତା ଚୁଲିରେ ବସି ଭକ୍ତଙ୍କ ସହ କଥାବାର୍ତ୍ତା କରୁଛନ୍ତି ବାବା, ଭିଡ଼ିଓ ଭାଇରାଲ

Baba Viral Video: ସାଧୁ, ସନ୍ଥ, ମୁନି, ଋଷି, ମହାତ୍ମା, ମହର୍ଷି, ବାବାଙ୍କ ଦେଶ ହେଇଛି ଭାରତ ବର୍ଷ। ଭାରତ ନିଜର ଆଧ୍ୟତ୍ମିକତା ପରିଚୟ ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା। ହେଲେ ଦେଶରେ ଏପରି ଅନେକ ବାବା ଅଛନ୍ତି ଯେଉଁମାନେ ନିଜର କାରନାମା ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମମୟରେ ବାବାଙ୍କ ସହ ଜଡ଼ିତ ଅଜବ ଧରଣର ମାମଲା ସାମ୍ନାକୁ ଆସୁଛି। କେହି ଗୋଟିଏ ଗୋଡରେ ଛିଡ଼ା ହୋଇଥିବାର ଦେଖାଯାଏ, ଆଉ କେହି ଖରାରେ  ଯୋଗ କରୁଥିବାର ଦେଖାଯାଏ। ଏହି ସମୟରେ ବର୍ତ୍ତମାନ ବାବାଙ୍କ ତାଲିକାରେ ଆଉ ଜଣେ ନୂଆ ବାବା ଯୋଡି ହୋଇଛନ୍ତି। ଯିଏ ଜଳନ୍ତ ଚୁଲି ଉପରେ ବସିଥିବାର ନଜର ଆସିଛନ୍ତି। ଏହି ବାବାଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ପୁରା ଘଟଣାକ୍ରମ ତାହା ଜାଣନ୍ତୁ। 

ସଦ୍ୟ ଜଣେ ବାବାଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବାବା ଏକ ଜଳନ୍ତା ଚୁଲି ଉପରେ ବସିଛନ୍ତି ଏବଂ ତଳେ ନିଆଁ ଜଳୁଛି। ଏହି ଜଳନ୍ତା ଚୁଲି ଲୁହାରେ ନିର୍ମିତ ହୋଇଥିବା ଜଣାପଡ଼ିଛି। ବାବା ଜଳନ୍ତା ଚୁଲିର ନିଆଁରେ ବସିଛନ୍ତି। ହେଲେ ଜଳନ୍ତ ନିଆଁ ଉପରେ ବସିବା ସତ୍ତ୍ୱେ ବାବାଙ୍କୁ କିଛି ଫରକ ପଡୁନାହିଁ। ବାବାଙ୍କ ନିକଟରେ ଅନେକ ଲୋକଙ୍କୁ ଦେଖିବାକୁ ମିଳିଛି।  ସମସ୍ତ ଭକ୍ତ ମଧ୍ୟ ତାଙ୍କ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳୁଛି। ବାବା ଜଣଙ୍କ ଧୋତି ପିନ୍ଧିବା ସହ ବିଡ଼ି ପିଉଥିବାର ଦେଖିବାକୁ ମିଳୁଛି। ଜଳନ୍ତା ନିଆଁ ଉପରେ ବସି ବାବା ଜଣଙ୍କ ତାଙ୍କ ଭକ୍ତଙ୍କ ସହ କଥା ହେଉଛନ୍ତି। ଲୋକେ ତାଙ୍କ ଚାରିପାଖରେ ଠିଆ ହୋଇଥିବାର ଦେଖିବାକୁ ମିଳୁଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ଭିଡିଓ @Liberal_India1 ନାମକ ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ପୋଷ୍ଟ ସେୟାର କରାଯାଇଛି। ଏହି ଭିଡିଓ ମହାରାଷ୍ଟ୍ର ଅକୋଲା ଅଞ୍ଚଳର ବୋଲି କୁହାଯାଉଛି। ଏହି ଭିଡ଼ିଓ ସେୟାର କରି କୁହାଯାଇଛି ଯେ, "ଜଳନ୍ତା ଚୁଲି ଉପରେ ମଟନ୍, ମିସାଲ୍, ଆଇସ୍କ୍ରିମ୍ ପରେ ବର୍ତ୍ତମାନ ଚୁଲି ଉପରେ ବସିଥିବାର ବାବା ବଜାରକୁ ଆସିଛି। ଭିଡିଓ ୬୨ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି।