Business Tips: ଧନୀ ହେବାକୁ ଚାହାନ୍ତି କି? ସାବୁନ ତିଆରି କରି ହୁଅନ୍ତୁ ଲକ୍ଷପତି
Advertisement
Article Detail0/zeeodisha/odisha1821761

Business Tips: ଧନୀ ହେବାକୁ ଚାହାନ୍ତି କି? ସାବୁନ ତିଆରି କରି ହୁଅନ୍ତୁ ଲକ୍ଷପତି

Business Idea: ରୋଜଗାର ପାଇଁ ବ୍ୟବସାୟ କରିବାକୁ ଚାହୁଁଛନ୍ତି ଯଦି ଆପଣ ସାବୁନ ବ୍ୟବସାୟ କରିବାକୁ ପ୍ରସ୍ତୁତ ହୁଅନ୍ତୁ । ଏହି ବ୍ୟବସାୟରେ ଆପଣ ହୋଇଯିବେ ଧନୀ !

Business Tips: ଧନୀ ହେବାକୁ ଚାହାନ୍ତି କି? ସାବୁନ ତିଆରି କରି ହୁଅନ୍ତୁ ଲକ୍ଷପତି

Business Idea: ଟଙ୍କା ରୋଜଗାର ପାଇଁ ଅନେକ ଲୋକ ବିଭିନ୍ନ ପନ୍ଥା ଆପଣାଇଥାନ୍ତି । କେହି ଚାକିରି କରିବାକୁ ପସନ୍ଦ କରୁଥିବା ସମୟରେ କିଛି ବ୍ୟକ୍ତି ଚାକିରି (Job) ନକରି ନିଜର କିଛି ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି । କାରଣ ବର୍ତ୍ତମାନ ପରିସ୍ଥିତିରେ ସ୍ୱାବଲମ୍ୱୀ ହେବାପାଇଁ ଅନେକ ଲୋକଙ୍କର ଇଚ୍ଛା ରହିଛି । ତେଣୁ ଆପଣ ଯଦି ନିଜ ବ୍ୟବସାୟକୁ ଟଙ୍କା ରୋଜଗାରର ମାଧ୍ୟମ କରିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଏକ ଭଲ ବ୍ୟବସାୟ ବିଷୟରେ କହିବୁ । ଯାହାଦ୍ୱାରା ଆପଣ ଖୁବ ସହଜରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ସକ୍ଷମ ହେବେ ।

ଆଜିର ସମୟରେ ପ୍ରାୟ ପ୍ରତ୍ୟେକ ଘରେ ଲୋକମାନେ ସାବୁନ ବ୍ୟବହାର କରିଥାନ୍ତି । ତେଣୁ ଆପଣ ସାବୁନ ବ୍ୟବସାୟ ଆରମ୍ଭ କରି ନିଜ ବ୍ୟବସାୟରେ ଭଲ ଲାଭ ପାଇପାରିବେ । ଏହି ବ୍ୟବସାୟରେ କ୍ଷତି ହେବାର କମ୍ ସମ୍ଭାବନା ରହିଛି । କାରଣ ପ୍ରତିଦିନ ଲୋକଙ୍କ ବ୍ୟବାହାର କାରଣ ପାଇଁ ଏହାର ଚାହିଦା ବର୍ଷସାରା ରହିଥାଏ ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ସହାୟତାରେ ବ୍ୟବସାୟ ଆରମ୍ଭ କରିପାରିବେ
ଆପଣଙ୍କ ପାଇଁ ଖୁସିର କଥା ଏହା ଯେ, ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣ ସହଜରେ ସରକାରୀ ଯୋଜନାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ପାଇପାରିବେ । ଏପରି ଯୋଜନା ମାଧ୍ୟମରେ ଆପଣ ନିଜ ବ୍ୟବସାୟର ମୋଟ ରାଶିଠାରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ପାଇପାରିବେ ।

ଘରେ ରହି ବ୍ୟବସାୟ ଆରମ୍ଭ କରିପାରିବେ 
ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କୁ ଅଳ୍ପ କିଛି ସ୍ଥାନର ଆବଶ୍ୟକତା ରହିଛି । ଯଦି ନିଜର ବ୍ୟବସାୟକୁ ଆପଣ ଛୋଟ ଆକାରରେ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅତି କମରେ ୭୫୦ ବର୍ଗଫୁଟର ସ୍ଥାନ ଆବଶ୍ୟକ ପଡିବ । ଯଦି ଆପଣଙ୍କ ନିଜର ବଡ ଘର ଥାଏ ଓ ବ୍ୟବସାୟ ପାଇଁ ଅଧିକ ସ୍ଥାନ ଥାଏ ତେବେ ନିଜ ଘର ହିଁ ବ୍ୟବସାୟ କରିବା ପାଇଁ ଉପଯୁକ୍ତ ସ୍ଥାନ ହେବ । ବ୍ୟବସାୟ ଆରମ୍ଭ କରିବା ପାଇଁ ସାବୁନ ତିଆରି ମେସିନ ଆପଣଙ୍କୁ ଆଣିବାକୁ ପଡିବ ।

ଜାଣନ୍ତୁ ଖର୍ଚ୍ଚ ଏବଂ ଲାଭ ବିଷୟରେ
ଆପଣଙ୍କୁ କହିରଖୁଛୁ ଯେ, ବ୍ୟବସାୟ ଆରମ୍ଭ ପାଇଁ ଆପଣଙ୍କୁ ପ୍ରଥମେ ସାବୁନ ଡିସପେନସର୍ କିଣିବାକୁ ପଡିବ । ଆଉ ଏଥିପାଇଁ ଆପଣଙ୍କୁ ପ୍ରାୟ ୧ ଲକ୍ଷ ଟଙ୍କା ଦରକାର । ଯଦି ସମସ୍ତ ଖର୍ଚ୍ଚ ବିଷୟରେ ଆଲୋଚନା କରିବା ତେବେ କାର୍ଯ୍ୟ ଆରମ୍ଭଠାରୁ ଆରମ୍ଭ କରି କର୍ମଚାରୀ ଏବଂ ମେସିନ୍ ଖର୍ଚ୍ଚ ସହିତ ଆପଣଙ୍କୁ ଆରମ୍ଭରେ ୪ ରୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ନିଜ ବ୍ୟବସାୟ ଥରେ ଆରମ୍ଭ ହେବାପରେ ଆପଣ ଏଥିରୁ ୩୦ ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଲାଭ ଉଠାଇପାରିବେ ।

ବଜାରରେ ସାବୁନ ଚାହିଦା
ବର୍ତ୍ତମାନ ବଜାରରେ ଅନେକ ପ୍ରକାରର ସାବୁନ ଉପଲବ୍ଧ ରହିଛି । ବାସନ ଧୋଇବା, ଲୁଗା ସଫା, ଓ ଗାଧୋଇବା ତଥା ମୁହଁ ଧୋଇବା ପାଇଁ ବ୍ୟବହାର ହେଉଥିବା ପ୍ରତିଟି ସାବୁନ ଅଲଗା ଅଲଗା । ତେଣୁ ଆପଣଙ୍କ ସାବୁନର କ୍ୱାଲିଟି ଉପରେ ଆପଣ ଦର ନିର୍ଦ୍ଧାରଣ କରିପାରିବେ । ଏଥିସହ ଆପଣଙ୍କ ସାବୁନ ଲୋକଙ୍କ ପସନ୍ଦ ହେଲେ ଆପଣଙ୍କର ବ୍ୟବସାୟ ମଧ୍ୟ ବଢିବାରେ ଲାଗିବ । ବ୍ୟବସାୟ ବଢିବା ପରେ ଆପଣ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇପାରିବେ ଓ ଅଧିକ ଲାଭ ଉପାର୍ଜନ କରିପାରିବେ ।

ବିଜ୍ଞାପନ

ଆପଣଙ୍କ ବ୍ୟବସାୟ ବଢାଇବା ପାଇଁ ଆପଣଙ୍କୁ ନିଜ ଉତ୍ପାଦର ପ୍ରଚାର ପ୍ରସାର କରାଇବା ନିହାତି ଆବଶ୍ୟକ । ତେଣୁ ଖବରକାଗଜ ଓ ଟିଭି ଚ୍ୟାନେଲରେ ବିଜ୍ଞାପନ ପ୍ରକାଶ କରିବା ଦ୍ୱାରା ଲୋକମାନେ ଆପଣଙ୍କ ବ୍ରାଣ୍ଡ୍ ବିଷୟରେ ଜାଣିପାରିବେ ।

Also Read- ମାତ୍ର ୧୦୦ ଟଙ୍କାରେ ଚାଲିବ ଏହି କାର, ବେଷ୍ଟ ଫିଚର୍ସ ସହ ସୁନ୍ଦର ଲୁକ୍, ସାଥିରେ ମିଳୁଛି ରିହାତି