Bijapur Encounter:ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୯ ନକ୍ସଲ ମୃତ ସୂଚନା
Advertisement
Article Detail0/zeeodisha/odisha2242785

Bijapur Encounter:ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୯ ନକ୍ସଲ ମୃତ ସୂଚନା

Bijapur Encounter: ଛତିଶଗଡର ବିଜାପୁରରେ ସୁରକ୍ଷାକର୍ମୀଙ୍କ ସହ ନକ୍ସଲ ମୁହାଁମୁହିଁ ହୋଇଥିଲେ ଫଳରେ ୯ ନକ୍ସଲ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ସୁରକ୍ଷାକର୍ମୀମାନେ ନକ୍ସଲ ବିରୋଧୀ ଅପରେସନରେ ଆରମ୍ଭ କରିଥିଲେ । ଗଙ୍ଗାଲୁର ଥାନା ଅନ୍ତର୍ଗତ ପିଡିଆ ଗାଁ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା।

Bijapur Encounter:ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୯ ନକ୍ସଲ ମୃତ ସୂଚନା

Chhatishgarh Encounter: ଶୁକ୍ରବାର ଛତିଶଗଡର ବିଜାପୁରରେ ସୁରକ୍ଷାକର୍ମୀଙ୍କ ସହ ନକ୍ସଲ ମୁହାଁମୁହିଁ ହୋଇଥିଲେ ଫଳରେ ୯ ନକ୍ସଲ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ସୁରକ୍ଷାକର୍ମୀମାନେ ନକ୍ସଲ ବିରୋଧୀ ଅପରେସନରେ ଆରମ୍ଭ କରିଥିଲେ । ଗଙ୍ଗାଲୁର ଥାନା ଅନ୍ତର୍ଗତ ପିଡିଆ ଗାଁ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା।

ଶୁକ୍ରବାର ସକାଳେ ଗାଙ୍ଗାଲୁର ଥାନା ପେଡିଆ ଜଙ୍ଗଲରେ DRG, STG ଏବଂ କୋବ୍ରା ବାଟାଲିୟନର ମିଳିତ ଅପରେସନ ହୋଇଥିଲା । ସକାଳ ପ୍ରାୟ ୬ ଟାରେ ଅପରେସନ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଏନକାୁଣ୍ଟର ହୋଇଥିଲା । ଯବାନଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଥିଲେ ଫଳରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ ।

ଦାନ୍ତେୱାଡା ଡିଜି କମଳଲୋଚନ କାଶ୍ୟପଙ୍କ କହିବାନୁଯାୟୀ, ଗଙ୍ଗାଲୁର ଏନକାଉଣ୍ଟରରେ ଯବାନମାନେ ନକ୍ସଲମାନଙ୍କୁ ଘେରିଯାଇଥିଲେ । କିଛି ନକ୍ସଲ ଏବେ ବି ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ଫଳରେ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି । ପୋଲିସର ସୂଚନାନୁସାରେ, ସର୍ଚ୍ଚ ଅପରେସନ ଶେଷ ହେବା ପରେ କେତେ ନକ୍ସଲଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହେବ।

ପେଡିଆ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ କୌଣସି ସୁତ୍ରରୁ ଖବର ମିଳିଥିଲା । ତୁରନ୍ତ CRPF, DRG ଏବଂ STF ଯବାନମାନେ ଦାନ୍ତେୱାଡା ଏବଂ ବିଜାପୁରରେ ଥିବା ସୁରକ୍ଷାକର୍ମୀଙ୍କ ସହ ମିଳିତ ଅପରେସନ୍ ଆରମ୍ଭ କରିଥିଲେ । ବିଜାପୁର ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି ଯେ, ସୂଚନା ମିଳିଛି କିଛି ହାର୍ଡକୋର ନକ୍ସଲ ଜଙ୍ଗଲରେ ଲୁଚି ରହିଛନ୍ତି ।

Also Read- ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ପ୍ରାନ୍ତକୁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍

Also Read- Horrific Accident: ରାଜପଥରେ ଭୟଙ୍କର ଦୁର୍ଘଟଣା, ୩ ଯୁବକ ମୃତ