Biman Bangladesh: ଚଳନ୍ତା ଫ୍ଲାଇଟ ଭିତରେ ଯାତ୍ରୀଙ୍କ ମଧ୍ୟରେ ହେଲା 'WWE' ଫାଇଟ୍! ଦେଖନ୍ତୁ ଭିଡିଓ
Advertisement
Article Detail0/zeeodisha/odisha1518989

Biman Bangladesh: ଚଳନ୍ତା ଫ୍ଲାଇଟ ଭିତରେ ଯାତ୍ରୀଙ୍କ ମଧ୍ୟରେ ହେଲା 'WWE' ଫାଇଟ୍! ଦେଖନ୍ତୁ ଭିଡିଓ

Biman Bangladesh: ଜଣେ ସାର୍ଟ ପିନ୍ଧି ନଥିବା ଯୁବକ ଅତ୍ୟନ୍ତ ବିବ୍ରତ ମନେ ହେଉଛନ୍ତି ଓ ଆଗ ସିଟରେ ବସିଥିବା ଅନ୍ୟ ଜଣେ ଯାତ୍ରୀଙ୍କ ସହ ଶାରୀରିକ ଯୁକ୍ତତର୍କ କରୁଛନ୍ତି । ଏହି ସମୟରେ ପୋଷାକ ପିନ୍ଧି ନଥିବା ଯୁବକ ଜଣକ ଆଗରେ ବସିଥିବା ଯାତ୍ରୀଙ୍କୁ ଲଗାତର ପିଟୁଛନ୍ତି । ଏଥିରୁ ଜଣାପଡୁଛି ଯେ, ସାର୍ଟ ପିନ୍ଧି ନଥିବା ଯୁବକ ଜଣକ କିଛି ଅଧିକାର କିମ୍ବା ସିଟକୁ ନେଇ ଲଢୁଛନ୍ତି ।

Biman Bangladesh: ଚଳନ୍ତା ଫ୍ଲାଇଟ ଭିତରେ ଯାତ୍ରୀଙ୍କ ମଧ୍ୟରେ ହେଲା 'WWE' ଫାଇଟ୍! ଦେଖନ୍ତୁ ଭିଡିଓ

Fight Between Passenger In Flight: ଚଳିତ ବର୍ଷ ଭାରତୀୟ ବିମାନରେ ଅନିୟନ୍ତ୍ରିତ ଯାତ୍ରୀ (Unruly Passenger) ଙ୍କ ମାମଲା ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ ବାଂଲାଦେଶରୁ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହାର ଭିଡିଏ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ WWE ଫାଇଟ ପରି ଦୃଶ୍ୟ ରହିଛି । ବିମାନ ବାଂଲାଦେଶ ବୋଇଙ୍ଗ ୭୭୭ ଫ୍ଲାଇଟ (Biman Bangladesh Boeing 777 flight) ରୁ ଅନିୟନ୍ତ୍ରିତ ଯାତ୍ରୀମାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ଭାଇରାଲ ହେଉଛି । ଏହି ଫ୍ଲାଇଟଟିର ରୁଟ୍ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ଏହି ଭିଡିଓରେ ଦେଖାଯାଉଛି ଯେ, ଜଣେ ସାର୍ଟ ପିନ୍ଧି ନଥିବା ଯୁବକ ଅତ୍ୟନ୍ତ ବିବ୍ରତ ମନେ ହେଉଛନ୍ତି ଓ ଆଗ ସିଟରେ ବସିଥିବା ଅନ୍ୟ ଜଣେ ଯାତ୍ରୀଙ୍କ ସହ ଶାରୀରିକ ଯୁକ୍ତତର୍କ କରୁଛନ୍ତି । ଏହି ସମୟରେ ପୋଷାକ ପିନ୍ଧି ନଥିବା ଯୁବକ ଜଣକ ଆଗରେ ବସିଥିବା ଯାତ୍ରୀଙ୍କୁ ଲଗାତର ପିଟୁଛନ୍ତି । ଏଥିରୁ ଜଣାପଡୁଛି ଯେ, ସାର୍ଟ ପିନ୍ଧି ନଥିବା ଯୁବକ ଜଣକ କିଛି ଅଧିକାର କିମ୍ବା ସିଟକୁ ନେଇ ଲଢୁଛନ୍ତି । ସେ ପ୍ରଥମେ ବସିଥିବା ଯାତ୍ରୀଙ୍କ ପାଖରୁ କିଛି ଟାଣିବାକୁ ଚେଷ୍ଟା କରୁଥିବା ଦେଖାଯାଏ ଓ ଯେତେବେଳେ ସେ ତାହା କରିବାରେ ବିଫଳ ହୁଅନ୍ତି, ସେତେବେଳେ ସେ କ୍ରୋଧିତ ହୋଇଯାଆନ୍ତି ।

ଭିଡିଓରେ ଦୃଶ୍ୟମାନ ହେଉ ନଥିବା ବସିଥିବା ଯାତ୍ରୀଙ୍କୁ ରାଗି ଥିବା ସାର୍ଟ ପିନ୍ଧି ନଥିବା ଯାତ୍ରୀ ଲଗାତର ଚାପୁଡ଼ା ମାରି ଚାଲନ୍ତି । ଅନ୍ୟ ଯାତ୍ରୀମାନେ ଠିକ୍ ସମୟରେ ତାଙ୍କ ନିକଟକୁ ଯାଇ ତାଙ୍କୁ ଅଟକାଇବାରେ ସଫଳ ହୁଅନ୍ତି । ଯାତ୍ରୀ ମାନେ ତାଙ୍କୁ ନିଜ ସିଟରେ ବସିବାକୁ କୁହନ୍ତି । କିନ୍ତୁ ସେ କିଛି ଶୁଣିବାକୁ ନାରାଜ । ଏହା ପରେ ବି ସାର୍ଟ ପିନ୍ଧି ନଥିବା ଯୁବକ ଜଣକ ଆଗରେ ବସିଥିବା ଯାତ୍ରୀଙ୍କୁ ପିଟୁଥିବାର ନଜରକୁ ଆସିଥାଏ । ପରେ ଫ୍ଲାଇଟର ଷ୍ଟାଫ୍ ଆସି ଏହି ଲଢ଼େଇକୁ ରୋକିବା ସଫଳ ହୋଇଥାଏ । 

https://twitter.com/umashankarsingh/status/1611748704708612097?t=FHHGT1V...

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବଙ୍କ ଭବିଷ୍ୟବାଣୀ ହେଲା ସତ, ଯାହା କହିଥିଲେ ତାହା କଲେ; ଜାଣନ୍ତୁ ପୁରା ଘଟଣା

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଖୁଲାସା, ଏହି ୩ ଖେଳାଳିଙ୍କୁ ଦେଲେ ସିରିଜ୍ ଜିତିବାର ଶ୍ରେୟ

ଅଧିକ ପଢ଼ନ୍ତୁ:-ଚାକିରି କରୁଥିବା ପୁରୁଷ ମାନଙ୍କ ପାଇଁ ବଡ଼ ଖୁସି ଖବର! ଏଣିକି ବାପା ହେବାରୁ ମିଳିବ ୩ ମାସର ଛୁଟି

 

ସାର୍ଟ ପିନ୍ଧି ନଥିବା ଯାତ୍ରୀ ମଧ୍ୟ କାନ୍ଦୁଥିବାର ନଜରକୁ ଆସୁଥାଏ । ପଛ ସିଟରେ ବସିଥିବା ବ୍ୟକ୍ତି ସକ୍ରିୟ ଭାବରେ ସେମାନଙ୍କୁ ଏହା ନ କରିବାକୁ ବାରଣ କରୁଥିବାର ଦେଖାଯାଉଛି । ଲଢ଼େଇ ଶେଷ ହେବା ପୂର୍ବରୁ ହିଁ ଏହି ଭିଡିଓଟି ଶେଷ ହୋଇଯାଏ ଥାଏ । ତେଣୁ ଆଗକୁ କଣ ହୋଇଛି, ତାହା ମଧ୍ୟ ଜଣାପଡ଼ି ନାହିଁ । ଏହି ଘଟଣାର ତାରିଖ କିମ୍ବା ବିମାନରେ ହୋଇ ଏହି ଲଢ଼େଇ ପଛରେ ଥିବା ପ୍ରକୃତ ପ୍ରସଙ୍ଗ ଏଯାଏ ଜଣାପଡ଼ି ନାହିଁ ।