ଦିଲ୍ଲୀ AIIMSରେ OPD କାର୍ଡ ପାଇଁ ଲାଞ୍ଚ କାରବାର, ଧରାପଡିଲେ ସୁରକ୍ଷାକର୍ମୀ
Advertisement
Article Detail0/zeeodisha/odisha2248355

ଦିଲ୍ଲୀ AIIMSରେ OPD କାର୍ଡ ପାଇଁ ଲାଞ୍ଚ କାରବାର, ଧରାପଡିଲେ ସୁରକ୍ଷାକର୍ମୀ

ନିକଟରେ ଦିଲ୍ଲୀ AIIMSର ଜଣେ ସିକ୍ୟୁରିଟି ଗାର୍ଡ OPD କାର୍ଡ ପାଇଁ ଲାଞ୍ଚ ଆକାରରେ ଟଙ୍କା ନେଉଥିବାର ଧରାପଡିଛନ୍ତି । ଜଣେ ଡାକ୍ତର ହିଁ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛନ୍ତି । ଡାକ୍ତର ଏମ ଶ୍ରୀନିବାସ ନିୟମିତ ରାଉଣ୍ଡରେ ଥିଲେ। ଏହି ସମୟ ମଧ୍ୟରେ ସେ ଡାକ୍ତରୀ ୟୁନିଫର୍ମ ପିନ୍ଧି ନଥିଲେ ଏବଂ ମୁହଁରେ ମାସ୍କ ଲଗାଇଥିଲେ । ଦନ୍ତ ଚିକିତ୍ସା କେନ୍ଦ୍ରରେ

ଦିଲ୍ଲୀ AIIMSରେ OPD କାର୍ଡ ପାଇଁ ଲାଞ୍ଚ କାରବାର, ଧରାପଡିଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ AIIMSର ଜଣେ ସିକ୍ୟୁରିଟି ଗାର୍ଡ OPD କାର୍ଡ ପାଇଁ ଲାଞ୍ଚ ଆକାରରେ ଟଙ୍କା ନେଉଥିବାର ଧରାପଡିଛନ୍ତି । ଜଣେ ଡାକ୍ତର ହିଁ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛନ୍ତି । ଡାକ୍ତର ଏମ ଶ୍ରୀନିବାସ ନିୟମିତ ରାଉଣ୍ଡରେ ଥିଲେ। ଏହି ସମୟ ମଧ୍ୟରେ ସେ ଡାକ୍ତରୀ ୟୁନିଫର୍ମ ପିନ୍ଧି ନଥିଲେ ଏବଂ ମୁହଁରେ ମାସ୍କ ଲଗାଇଥିଲେ । ଦନ୍ତ ଚିକିତ୍ସା କେନ୍ଦ୍ରରେ ପହଞ୍ଚିବା ପରେ ସେ ସେଠାରେ ଉପସ୍ଥିତ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଏକ ଓପିଡି କାର୍ଡ ବନେଇବାକୁ କହିଥିଲେ । ସିକ୍ୟୁରିଟି ଗାର୍ଡ ଜଣକ ଏହାର ପ୍ରତିବଦଳରେ ଲାଞ୍ଚ ଆକାରରେ ୫ଶହ ଟଙ୍କା ଦେବାକୁ କହିଥିଲେ।

ଲାଞ୍ଚ ନେବା କାରଣରୁ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ସନ ନିଆଯାଇ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । AIIMS ସୂତ୍ର ଅନୁଯାୟୀ, ଡାକ୍ତର ଏମ ଶ୍ରୀନିବାସଙ୍କୁ ସୁରକ୍ଷାକର୍ମୀ ଜଣଙ୍କ ଚିହ୍ନି ପାରିନଥିଲେ ଯେଉଁ କାରଣରୁ ଧରାପଡିଯାଇଥିଲେ । ପୂର୍ବରୁ ମଧ୍ୟ ସେ ଅନ୍ୟ ରୋଗୀଙ୍କ ଠାରୁ ଟଙ୍କା ନେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଦିଲ୍ଲୀ AIIMSକୁ ପ୍ରତିଦିନ ଶହ ଶହ ରୋଗୀ ଆସୁଥିବା ସମୟରେ ଏପରି ଲାଞ୍ଚ କାରବାର ପାଇଁ କିଛି ରୋଗୀଙ୍କ ପକେଟକୁ ବାଧୁଛି । କିଛି ରୋଗୀ ଲାଇନରେ ଦୀର୍ଘ ସମୟ ଧରି ଛିଡା ହେଉଥିବା ସମୟରେ ଲାଞ୍ଚ ନେଇ ଓପିଡି କାର୍ଡ ବନାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Also Read- Rashifal 15 May 2024: ବୁଧବାର ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶି, ଜାଣନ୍ତୁ ଭାଗ୍ୟଫଳ

Also Read- Weather Update: ପୁଣି ବଢିବ ତାତି, ପାଗ ହେବ ଶୁଖିଲା !