Shocking news: ପାର୍ଲରରେ ମେକଅପ କରିବା ପରେ ବିବାହ ମଣ୍ତପ ନୁହେଁ ICUକୁ ଗଲେ କନିଆଁ
Advertisement
Article Detail0/zeeodisha/odisha1595780

Shocking news: ପାର୍ଲରରେ ମେକଅପ କରିବା ପରେ ବିବାହ ମଣ୍ତପ ନୁହେଁ ICUକୁ ଗଲେ କନିଆଁ

Shocking news: ବିବାହରେ ମେକଅପ ଅତ୍ୟନ୍ତ ଜରୁରୀ ଅଟେ । ଜୀବନର ଏହି ଖାସ ଦିନ ପାଇଁ ଲୋକେ ବହୁ ବ୍ୟୟବହୁଳ ମେକଅପ ମଧ୍ଯ କରିବାକୁ ମଧ୍ଯ ପଛେଇନଥାଆନ୍ତି । ତେବେ ନିକଟରେ ମେକଅପକୁ ନେଇ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଟର୍ଯ୍ୟ ହେବେ । ବିବାହ ପାଇଁ ମେକଅପ ପରେ ମଣ୍ତପ ନୁହେଁ ଆଇସିୟୁରେ ଭର୍ତ୍ତି  ହୋଇଥିଲେ କନିଆଁ । 

ସୌ(ସୋସିଆଲ ମିଡିଆ)

Shocking news: ବିବାହକୁ ପ୍ରତ୍ୟେକ ମଣିଷ ଜୀବନରେ ଏକ ବିଶେଷ ଦିନ ଅଟେ। ଜୀବନର ଏହି ଖାସ ଦିନରୁ ସ୍ମରଣୀୟ କରିବା ଲାଗି କେତେ କ’ଣ ଯୋଜନା କରାଯାଇଥାଏ । କିଏ ଆର୍କଷଣୀୟ ଭାବେ ବିବାହ ମଣ୍ତପକୁ ସଜେଇ ଥାଆନ୍ତି ତ ଆଉ କିଏ ଭଲ ଫଟୋଗ୍ରାଫି କରାଇଥାଆନ୍ତି । ସେହିପରି ବିବାହ ସମୟରେ ଯଦି ସବୁଠୁ ଗୁରୁତ୍ବପୂର୍ଣ୍ଣ କିଛି ଥାଏ ତାହା ହେଉଛି ମେକଅପ । ଆଜ୍ଞା ହିଁ ମେକଅପ ବିନା ବାହାଘର ଅଧୁରା ଲାଗିଥାଏ । ନିଜକୁ ସୁନ୍ଦର କରିବା ଲାଗି ଉଭୟ ବର ଓ କନିଆଁ ବ୍ରାଣ୍ତେଡ଼ ମେକଅପର ବ୍ୟବହାର କରିଥାଆନ୍ତି । ତେବେ ଯଦି ବି ଆପଣ କୌଣସି ବି ପାର୍ଟି ବା ବାହାଘର ଆଡ଼େଣ୍ଚ କରିବା ଲାଗି ପାର୍ଲରେ ମେକଅପ ହେବାକୁ ଯାଉଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ । ନିକଟରେ ବିବାହ ଲାଗି ପାର୍ଲର ଯାଇଥିବା ଜଣେ କନିଆଁ ମେକଅପ କରି ବିବାହ ମଣ୍ତପକୁ ନୁହେଁ ବରଂ ସିଧା ହସ୍ପିଟାଲ ଆଇସିୟୁକୁ( ICU) ଯାଇଥିଲେ ।

ସୂଚନା ଅନୁଯାୟୀ, ଏହି ଘଟଣାଟି ଘଟିଛି କର୍ଣ୍ଣାଟକ(Karnataka) ହାସନ ଅଞ୍ଚଳରେ । ବିବାହ ଦିନ ଯୁବତୀ ଜଣକ ମେକଅପ କରିବା ଲାଗି ପାର୍ଲର ଯାଇଥିଲେ। ପାର୍ଲରେ ମେକଅପ ହେବା ପରେ ଯୁବତୀଙ୍କ ଚେହେରା ଏପରି ବିଗିଡ଼ି ଯାଇଥିଲା ଯେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଫଳରେ ବିବାହକୁ ସ୍ଥଗିତ ରଖାଯାଇଥିଲା । ଏନେଇ ପାର୍ଲର ମ୍ୟାନକୁ ଗିରଫ କରାଯାଇ ପଚରାଉଚରା କରୁଥିବା ଜଣାପଡ଼ିଛି । ହାସନର ଅର୍ସିକର ସହରରେ ଏହି ଘଟଣା ଶୁକ୍ରବାର ସାମ୍ନାକୁ ଆସିଛି । ପୀଡ଼ିତା ଯୁବତୀଙ୍କ ଘର ଜାଜୁର ଗ୍ରାମର ଅଟେ । ଯୁବତୀ ଜଣକ ୧୦ ଦିନ ତଳେ ବିବାହ ଲାଗି ମେକଅପ କରିବା ପାଇଁ ସହରର ଗଙ୍ଗାଶ୍ରୀ ହର୍ବାଲ ବିଉଟି ପାର୍ଲର ଆଣ୍ତ ସ୍ପାକୁ ଯାଇଥିଲେ । ମେକଅପ କରିବାର କିଛି ସମୟ ପରେ ତାଙ୍କ ମୁହଁ ଫୁଲିଯାଇଥିଲା । ତେବେ ଏଥିଲାଗି ବାହାଘରକୁ ସ୍ଥଗିତ ରଖାଯାଇଥିଲା ।

Also read-Shocking News: ସ୍ତ୍ରୀକୁ ପିଟୁଥିଲା ସ୍ବାମୀ, ବାପାକୁ ଚାପୁଡା ମାରି ଜ୍ଞାନ ଦେଲା କୁନି ଝିଅ

Also read-Shocking News: କୁକୁର ସହିତ ଦୁଷ୍କର୍ମ କଲା ଯୁବକ, ପୁରା କାରନାମା ସିସିଟିଭିରେ କଏଦ