Budget 2023: ବଜେଟରେ ବଡ଼ ଘୋଷଣା, ଶସ୍ତା ହେବ ମୋବାଇଲ୍ ଓ ଟିଭି
Advertisement
Article Detail0/zeeodisha/odisha1553704

Budget 2023: ବଜେଟରେ ବଡ଼ ଘୋଷଣା, ଶସ୍ତା ହେବ ମୋବାଇଲ୍ ଓ ଟିଭି

Budget 2023: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋବାଇଲ୍ ଫୋନ୍ ଓ ଟିଭିର କିଛି ଅଂଶରେ କଷ୍ଟମ୍ ଡ୍ୟୁଟି ହ୍ରାସ କରିଛନ୍ତି । ଯାହାଫଳରେ ଦେଶରେ ଏହି ଉପକରଣଗୁଡ଼ିକର ଉତ୍ପାଦନ ବୃଦ୍ଧି ହୋଇପାରେ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ,  କ୍ୟାମେରା ଲେନ୍ସ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରି ୨.୫ ପ୍ରତିଶତ କରାଯାଇଛି ।

Budget 2023: ବଜେଟରେ ବଡ଼ ଘୋଷଣା, ଶସ୍ତା ହେବ ମୋବାଇଲ୍ ଓ ଟିଭି

Budget 2023: ବଜେଟ୍ ୨୦୨୩ରେ କେନ୍ଦ୍ର ସରକାର ମୋବାଇଲ୍ ଫୋନ୍ ଉତ୍ପାଦନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । Budget 2023 ଲାଗୁ ହେବା ପରେ ଦେଶରେ ମୋବାଇଲ୍ ଫୋନ୍ ଶସ୍ତା ହୋଇପାରେ । ମୋବାଇଲ୍ ଫୋନରେ ବ୍ୟବହୃତ କେତେକ ଅଂଶ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରିବାକୁ ମୋଦି ସରକାର ଘୋଷଣା କରିଛନ୍ତି । ଏହା ବ୍ୟତୀତ ସରକାର ମୋବାଇଲ୍ ଫୋନ (Mobile Phones) କୁ ଶକ୍ତି ଯୋଗାଉଥିବା ଲିଥିୟମ୍ ଆୟନ ବ୍ୟାଟେରୀ ଉପରେ କଷ୍ଟମ୍ ଡ୍ୟୁଟି ମଧ୍ୟ ହ୍ରାସ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋବାଇଲ୍ ଫୋନ୍ ଓ ଟିଭି (TV) ର କିଛି ଅଂଶରେ କଷ୍ଟମ୍ ଡ୍ୟୁଟି ହ୍ରାସ କରିଛନ୍ତି । ଯାହାଫଳରେ ଦେଶରେ ଏହି ଉପକରଣଗୁଡ଼ିକର ଉତ୍ପାଦନ ବୃଦ୍ଧି ହୋଇପାରେ । କେନ୍ଦ୍ର ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ,  କ୍ୟାମେରା ଲେନ୍ସ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରି ୨.୫ ପ୍ରତିଶତ କରାଯାଇଛି ।

ଏଥି ସହିତ ଲିଥିୟମ୍ ଆୟନ ବ୍ୟାଟେରୀ ଉପରେ କଷ୍ଟମ୍ ଡ୍ୟୁଟି ମଧ୍ୟ ହ୍ରାସ କରାଯାଇଛି । ଏହା ବ୍ୟତୀତ ଖୋଲା ସେଲ୍ ଏଲଇଡି ଟିଭି ପ୍ୟାନେଲ ଉପରେ କଷ୍ଟମ୍ ଡ୍ୟୁଟି ମଧ୍ୟ ହ୍ରାସ କରି ୨.5 ପ୍ରତିଶତ କରିଦିଆଯାଇଛି । ଏହାର ଅର୍ଥ ହେଉଛି ସ୍ମାର୍ଟଫୋନ୍ ଓ ଟିଭି ଶସ୍ତା ହେବ ।

ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ଦେବାକୁ ପଡୁ ନଥିଲା । କିନ୍ତୁ ବର୍ତ୍ତମାନ ସରକାର ଏହି କ୍ୟାପକୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ବେସିକ୍ ଛାଡ ସୀମାକୁ ବର୍ତ୍ତମାନ ୩ ଲକ୍ଷ ଟଙ୍କା କରାଯାଇଛି । ବର୍ତ୍ତମାନ ୬ଟି ଟ୍ୟାକ୍ସ ସ୍ଲାବ ବଦଳରେ ୫ଟି ଟ୍ୟାକ୍ସ ସ୍ଲାବ ରହିବ । ନୂତନ ଟିକସ ବ୍ୟବସ୍ଥାରେ ୧୫.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫୨,୫୦୦ ଟଙ୍କା ଷ୍ଟାଣ୍ଡାର୍ଡ ରିହାତି ପ୍ରଦାନ କରାଯାଇଛି ।

୨୦୨୩-୨୪ ବଜେଟରେ ଉପସ୍ଥାପିତ ହୋଇଥିବା ନୂଆ ଟ୍ୟାକ୍ସ ସ୍ଲାବ ହେଉଛି-

୦ରୁ ୩ ଲକ୍ଷ ଉପରେ ୦ ପ୍ରତିଶତ
୩ରୁ ୬ ଲକ୍ଷ ଉପରେ ୫ ପ୍ରତିଶତ
୬ରୁ ୯ ଲକ୍ଷ ଉପରେ ୧୦ ପ୍ରତିଶତ
୯ରୁ ୧୨ ଲକ୍ଷ ଉପରେ ୧୫ ପ୍ରତିଶତ
୧୨ରୁ ୧୫ ଲକ୍ଷ ଉପରେ ୨୦ ପ୍ରତିଶତ 
୧୫ଲକ୍ଷରୁ ଅଧିକ ୩୦ ପ୍ରତିଶତ

ଏହାପୂର୍ବରୁ, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ନୂତନ ରିହାତି ଆୟକର ବ୍ୟବସ୍ଥା ଘୋଷଣା କରିଥିଲେ । ଯେଉଁଥିରେ ଟିକସ ହାର କମ୍ କରାଯାଇଥିଲା । ନୂତନ ବ୍ୟବସ୍ଥା ଅନୁଯାୟୀ ୦-୨.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ସମ୍ପୂର୍ଣ୍ଣ ଆୟକର ଛାଡ ରହିଛି । ୨.୫୦-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟିକସ ବ୍ୟବସ୍ଥା ରହିଛି । ଯେଉଁମାନେ ୫ ରୁ ୭.୫୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେମାନଙ୍କୁ ବର୍ତ୍ତମାନ ୧୦ ପ୍ରତିଶତ ଟିକସ ଦେବାକୁ ପଡିବ । ଯେଉଁମାନେ ୭.୫୦ ଲକ୍ଷରୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେମାନଙ୍କୁ ବର୍ତ୍ତମାନ ୧୫ ପ୍ରତିଶତ ଟିକସ ଦେବାକୁ ପଡିବ । 

ଅଧିକ ପଢ଼ନ୍ତୁ:-କରଦାତାଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଗୋଟିଏ ଭୁଲ ପାଇଁ ମିଳିବନି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ମଝିରେ ଟିମ୍ ଇଣ୍ଡିଆରୁ ବାହାର ହେଲେ ଏହି ଖେଳାଳି, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ୍

ଅଧିକ ପଢ଼ନ୍ତୁ:-ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ASI? କାରଣ କହିଲା ନିଜେ ଗୋପାଳ ଦାସ