Gold Price Today: ଜାଣନ୍ତୁ, ଆଗକୁ ବଢିବ ନା କମିବ ସୁନା ରେଟ୍ ?
Advertisement
Article Detail0/zeeodisha/odisha2180429

Gold Price Today: ଜାଣନ୍ତୁ, ଆଗକୁ ବଢିବ ନା କମିବ ସୁନା ରେଟ୍ ?

Today's Gold Rate in India: ଦେଶରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର ।  ଚଳିତ ଆର୍ଥିକ ବର୍ଷ ଶେଷ ସୁଧା ସୁନା ଦର ଭାରତରେ ୧୦ ଗ୍ରାମକୁ ୭୦ ହଜାର ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଉଛି। ଗୋଟିଏ ସପ୍ତାହରେ ସୁନାଦର  ଅଢ଼େଇ ହଜାର ଟଙ୍କା ବୃଦ୍ଧି ପାଇଛି। ଗତକାଲି ଅପେକ୍ଷା ଆଜି ମଧ୍ୟ ସୁନା ଦର ବଢିଛି। 

Gold Price Today: ଜାଣନ୍ତୁ, ଆଗକୁ ବଢିବ ନା କମିବ ସୁନା ରେଟ୍ ?

Today's Gold Rate in India: ଦେଶରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର ।  ଚଳିତ ଆର୍ଥିକ ବର୍ଷ ଶେଷ ସୁଧା ସୁନା ଦର ଭାରତରେ ୧୦ ଗ୍ରାମକୁ ୭୦ ହଜାର ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଉଛି। ଗୋଟିଏ ସପ୍ତାହରେ ସୁନାଦର  ଅଢ଼େଇ ହଜାର ଟଙ୍କା ବୃଦ୍ଧି ପାଇଛି। ଗତକାଲି ଅପେକ୍ଷା ଆଜି ମଧ୍ୟ ସୁନା ଦର ବଢିଛି। ଗତକାଲି(ଶୁକ୍ରବାର) ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍‌ ୬୩,୦୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୭୩୦ ଟଙ୍କା ରହିଥିଲା। ସେହିପରି ଆଜି  ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୩,୦୧୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୮,୭୪୦ ରହିଛି। ଅର୍ଥାତ୍ ଗତକାଲି ଅପେକ୍ଷା ଆଜି ୨୨ ଓ ୨୪ କ୍ୟାରେଟରେ ୧୦ ଗ୍ରାମ୍ ପିଛା ୧୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: Rajyog 2024: ଏପ୍ରିଲ୍ ପ୍ରଥମ ସପ୍ତାହରେ ଏହି ୪ ରାଶିକୁ ରାଜଯୋଗ, ହେବ ଧନର ବର୍ଷା!

ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍‌ ୬୩,୧୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୮୯୦ ଟଙ୍କା ରହିଛି।  ଆଜି  ୨୨ ଓ ୨୪ କ୍ୟାରେଟରେ ୧୦ ଗ୍ରାମ୍ ପିଛା ୧୦ ଟଙ୍କା ମୂଲ୍ୟ ବୃଦ୍ଧି ପାଇଛି। ସେହିପରି, ମାୟା ନଗରୀ ମୁମ୍ବାଇରେ ମଧ୍ୟ ଆଜି ସୁନା ଦରରେ ପରିବର୍ତ୍ତନ ହୋଇଛି । ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍‌ ୬୩,୦୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୭୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ବଢିଛି। 

ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ ସୁନା ଦରରେ ବୃଦ୍ଧି ଘଟିଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩,୯୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୯,୭୨୦ ଟଙ୍କା ରହିଛି।  ଏଠି ମଧ୍ୟ ୧୦ ଗ୍ରାମ୍ ପିଛା ୧୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସୁନା ଦର ଆକାଶ ଛୁଆଁ ହୋଇଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍‌ ୬୩,୦୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୭୪୦ ଟଙ୍କା ରହିଛି। ରାଜଧାନୀରେ ମଧ୍ୟ ୨୨ ଓ ୨୪ କ୍ୟାରେଟରେ ୧୦ ଗ୍ରାମ୍ ପିଛା ୧୦ ଟଙ୍କା ମୂଲ୍ୟ ବୃଦ୍ଧି ପାଇଛି। ସେହିପରି ରୂପା କେଜି ପିଛା ୧୦୦ ବୃଦ୍ଧି ପାଇ କେଜି ପିଛା ୮୦,୯୦୦ ଟଙ୍କାରେ ପହଞ୍ଚିଛି।