ଦୁଷ୍କର୍ମ ମାମଲାରେ ଦୋଷୀ ୨ ଭାଈଙ୍କୁ ମୃତ୍ୟୁ ଦଣ୍ଡ ଦେଲେ ଅଦାଲତ
Advertisement
Article Detail0/zeeodisha/odisha2256460

ଦୁଷ୍କର୍ମ ମାମଲାରେ ଦୋଷୀ ୨ ଭାଈଙ୍କୁ ମୃତ୍ୟୁ ଦଣ୍ଡ ଦେଲେ ଅଦାଲତ

ଭିଲୱାରରାର ଏକ ସ୍ୱତନ୍ତ୍ର କୋର୍ଟ ଏହି ଜଘନ୍ୟ ମାମଲାର ଶୁଣାଣି କରିବା ପରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଭାଈଙ୍କୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି ।

ଦୁଷ୍କର୍ମ ମାମଲାରେ ଦୋଷୀ ୨ ଭାଈଙ୍କୁ ମୃତ୍ୟୁ ଦଣ୍ଡ ଦେଲେ ଅଦାଲତ

Crime News: ରାଜସ୍ଥାନରେ ଜଣେ ନାବାଳିକାକୁ ପ୍ରଥମେ ଦୁଷ୍କର୍ମ ଏବଂ ପରେ ଜୀଅନ୍ତା ଜାଳିଦେବା ମାମଲାରେ ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଦଣ୍ଡ ପ୍ରଦାନ କରିଛନ୍ତି କୋର୍ଟ । ଭିଲୱାରରାର ଏକ ସ୍ୱତନ୍ତ୍ର କୋର୍ଟ ଏହି ଜଘନ୍ୟ ମାମଲାର ଶୁଣାଣି କରିବା ପରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଭାଈଙ୍କୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି ।

ସୂଚନା ମୁତାବକ, ୨୦୨୩ ଅଗଷ୍ଟ ୩ ତାରିଖ ଦିନ ଜଣେ ୧୪ ବର୍ଷୀୟା ନାବାଳିକା ଗାଁ ନିକଟ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ସମୟରେ ଦୁଇ ଭାଈ ମିଳିମିଶି ଦୁଷ୍କର୍ମ କରିଥିଲେ । ଏଥିସହ ନାବାଳିକାକୁ ଏକ କୋଇଲା ମାଧ୍ୟମରେ ଜୀବନ୍ତ ଜାଳିଦେଇଥିଲେ । ଉକ୍ତ ଦୁଇ ଭାଇ କାଲେବଲିଆ ଜନଜାତିର ହୋଇଥିବାବେଳେ ଜଣଙ୍କ ନାମ କାଲୁ ଏବଂ ଅନ୍ୟ ଜଣଙ୍କ ନାମ କାହ୍ନା । ପୋଲିସ ତଦନ୍ତ କରି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା । ପରେ ତଦନ୍ତ ସମୟରେ ପୋଲିସ ସାକ୍ଷୀ ପ୍ରମାଣ ଯୋଗାଡ କରିବାରେ ସକ୍ଷମ ହୋଇଥିଲା । କୋର୍ଟ ଉକ୍ତ ମାମଲାର ସାକ୍ଷୀ ପ୍ରମାଣକୁ ଆଧାର କରି ଉଭୟ କାଲୁ ଏବଂ କାହ୍ନାଙ୍କୁ ମୃତ୍ୟୁ ଦଣ୍ଡ ପ୍ରଦାନ କରିଛନ୍ତି । ଏହି ଘଟଣାରେ ଗିରଫ ହୋଇଥିବା ଅନ୍ୟ ୭ଜଣ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ତେବେ ଏହି ରାୟକୁ ଉଭୟେ ଅଭିଯୁକ୍ତ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Also Read- ଢେଙ୍କାନାଳ ପିଙ୍ଗୁଆରେ ଦୁର୍ଘଟଣା, ଗୋଟିଏ ପରିବାରର ୪ ମୃତ୍ୟୁ

Also Read- Rashifal 21 May 2024: ୨୧ ମଇରେ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ଭାଗ୍ୟଫଳ