Odisha Weather: ୨୪ରୁ ରାଜ୍ୟରେ ବିକ୍ଷିପ୍ତ ବର୍ଷା, ୨୩ ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
Advertisement
Article Detail0/zeeodisha/odisha2257292

Odisha Weather: ୨୪ରୁ ରାଜ୍ୟରେ ବିକ୍ଷିପ୍ତ ବର୍ଷା, ୨୩ ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Odisha Weather:ଅପରାହ୍ଣରେ ଉପକୂଳ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନ ସହିତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚର ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା  ରହିଛି। ବଜ୍ରପାତ ନେଇ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

 

Odisha Weather: ୨୪ରୁ ରାଜ୍ୟରେ ବିକ୍ଷିପ୍ତ ବର୍ଷା, ୨୩ ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Odisha Weather: ଆସନ୍ତା ୨୨ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଉତ୍ତର-ପୂର୍ବ ଦିଗରେ ଗତି କରିବ। ପରବର୍ତ୍ତୀ ସମୟରେ ଅଧିକ ଘନିଭୂତ ହୋଇ ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୪ ଓ ୨୫ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି। 

ଅବପାତ ଯୋଗୁଁ ୨୪ ରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା(Heavy To Heavy Rain Fall)ହେବ। ସ୍ଥାନେ ସ୍ଥାନେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଏବଂ କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ରହିବ। ୨୪ ତାରିଖ ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିମି ରହିବ। 

ସ୍ଥଳବିଶେଷରେ ଝଟକା ପବନର ବେଗ ୭୦ କିମି ରହିବା ସମ୍ଭାବନା ରହିଛି। ୨୩ ତାରିଖ ପୂର୍ବରୁ କେନ୍ଦ୍ରୀୟ ବଙ୍ଗୋପସାଗର(Bay Of Bengal) ଅଞ୍ଚଳରେ ରହିଥିବା ମତ୍ସ୍ୟଜୀବୀ ଉପକୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। 

ଏହାର ପ୍ରଭାବରେ ବାଲେଶ୍ୱର, ବାରିପଦା, କେନ୍ଦୁଝର, କୋରାପୁଟ, ଦାରିଙ୍ଗବାଡି, ଭଦ୍ରକ, ରାୟଗଡା ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଅଧିକ ରହିଛି। ଝାରସୁଗୁଡାରେ ଦିନ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୦ ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି। ଉପକୂଳରେ ଅସହ୍ୟ ଗୁଳୁଗୁଳିଆ ତଥା ଉଷ୍ମ-ଆଦ୍ର ପାଣିପାଗ ସ୍ଥିତି ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ଆହୁରି ୨ ରୁ ୩ ଡିଗ୍ରୀ ଯାଏଁ ତାତି ବଢିବା ସମ୍ଭାବନା ରହିଛି। ଅପରାହ୍ଣରେ ଉପକୂଳ ଓଡ଼ିଶାର (Coastal Odisha)ଗୋଟିଏରୁ ଦୁଇଟି ସ୍ଥାନ ସହିତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚର ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା  ରହିଛି। ବଜ୍ରପାତ ନେଇ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

Also Read: ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଷ୍ଟକ ମାର୍କେଟ କ୍ରାସ, ଭାରତ ଉପରେ...

Also Read: Road Accident: ଖାଇକୁ ଖସିଲା ପିକଅପ ଭ୍ୟାନ୍, ଘଟଣାସ୍ଥଳରେ ୧୮ ମୃତ