Death Predict: କେବେ ହେବ ଆପଣଙ୍କ ମୃତ୍ୟୁ? ମରିବାର ସଠିକ୍ ସମୟ ଜାଣିପାରିବେ ସମସ୍ତେ, ଡାକ୍ତର କଲେ ନୂଆ ଆବିଷ୍କାର!
Advertisement
Article Detail0/zeeodisha/odisha1572492

Death Predict: କେବେ ହେବ ଆପଣଙ୍କ ମୃତ୍ୟୁ? ମରିବାର ସଠିକ୍ ସମୟ ଜାଣିପାରିବେ ସମସ୍ତେ, ଡାକ୍ତର କଲେ ନୂଆ ଆବିଷ୍କାର!

Death Predict: ଉଦାହରଣ ସ୍ୱରୂପ, ମନୁଷ୍ୟର ଜନ୍ମ ଓ ମୃତ୍ୟୁ ପରି ଜିନିଷ ପ୍ରକୃତିର ହାତରେ ଥାଏ ବୋଲି ମନେ କରାଯାଏ । ଶିଶୁ ଜନ୍ମ ବିଷୟରେ ବିଜ୍ଞାନ ଅନେକ କିଛି ନିଜ ନିୟନ୍ତ୍ରଣରେ  ନେଇଛି । କିନ୍ତୁ ଆଜି ବି ମୃତ୍ୟୁ ଭଗବାନଙ୍କ ଇଚ୍ଛାରେ ହୁଏ । ତେବେ ବର୍ତ୍ତମାନ ଜଣେ ଡାକ୍ତର ଦାବି କରିଛନ୍ତି ଯେ, ସେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ପ୍ରକୃତ ସମୟ କହିପାରିବେ ।

ପ୍ରତୀକାତ୍ମକ ଫଟୋ

Doctor Predicts Death With New Invention: ବିଜ୍ଞାନ ଏତେ ପ୍ରଗତି କରିନେଇଛି ଯେ ଗତକାଲି ପର୍ଯ୍ୟନ୍ତ ଆମ ପାଇଁ ଯାହା ଅଜଣା ଥିଲା, ତାହା ଆଜି ଜଣିବା ଓ ବୁଝିବା ସହଜ ହୋଇଛି । ତଥାପି କିଛି ଜିନିଷ ଅଛି, ଯାହାକି ଭଗବାନଙ୍କ ଇଚ୍ଛା ବୋଲି ମନେ କରାଯାଏ । ଉଦାହରଣ ସ୍ୱରୂପ, ମନୁଷ୍ୟର ଜନ୍ମ ଓ ମୃତ୍ୟୁ ପରି ଜିନିଷ ପ୍ରକୃତିର ହାତରେ ଥାଏ ବୋଲି ମନେ କରାଯାଏ । ଶିଶୁ ଜନ୍ମ (Birth) ବିଷୟରେ ବିଜ୍ଞାନ ଅନେକ କିଛି ନିଜ ନିୟନ୍ତ୍ରଣରେ  ନେଇଛି । କିନ୍ତୁ ଆଜି ବି ମୃତ୍ୟୁ (Death) ଭଗବାନଙ୍କ ଇଚ୍ଛାରେ ହୁଏ । ତେବେ ବର୍ତ୍ତମାନ ଜଣେ ଡାକ୍ତର ଦାବି କରିଛନ୍ତି ଯେ, ସେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ପ୍ରକୃତ ସମୟ (Exact Death Time) କହିପାରିବେ ।

ବ୍ରିଟିଶ ଡାକ୍ତର ସିମସ୍ କୋଏଲ୍ (Dr Séamus Coyle) ଗତ କିଛି ବର୍ଷ ଧରି କର୍କଟ ରୋଗୀଙ୍କ ଉପରେ ଅନୁସନ୍ଧାନ କରୁଥିଲେ । ବର୍ତ୍ତମାନ ସେ ଏପରି ଏକ ଉଦ୍ଭାବନରେ ପହଞ୍ଚିଛନ୍ତି, ଯାହା ମାନବ ମୃତ୍ୟୁର ପ୍ରକୃତ ସମୟ ଜାଣିବାରେ ସାହାଯ୍ୟ କରିବ । ଡାକ୍ତର ଦାବି କରିଛନ୍ତି ଯେ ସେ ଏକ ମଡେଲ ପ୍ରସ୍ତୁତ କରିଛନ୍ତି ଯାହା ମାଧ୍ୟମରେ ସେ କର୍କଟ ରୋଗରେ ପୀଡିତ ରୋଗୀଙ୍କ ମୃତ୍ୟୁର ପ୍ରକୃତ ସମୟ କହିପାରିବ । ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ୫୩ ବର୍ଷୀୟ ଡାକ୍ତର ସିମସ୍ କୋଏଲ୍ (Dr Séamus Coyle) ତାଙ୍କର ବହୁ ବର୍ଷର ଅନୁସନ୍ଧାନ ପରେ ଏକ ମଡେଲ୍ ବିକଶିତ କରିବାରେ ସକ୍ଷମ ହୋଇଛନ୍ତି । ଯାହା ମାଧ୍ୟମରେ କର୍କଟ ରୋଗୀର ମୃତ୍ୟୁର ପ୍ରକୃତ ସମୟ କୁହାଯାଇପାରିବ । ବର୍ତ୍ତମାନ ସେ ସେହି ପରୀକ୍ଷଣର ବିକାଶରେ ବ୍ୟସ୍ତ ଅଛନ୍ତି, ଯାହା ମାଧ୍ୟମରେ ପରିବାର ସଦସ୍ୟମାନେ ଜାଣିପାରିବେ କି କେତେବେଳେ ସେମାନଙ୍କୁ ନିଜ ପ୍ରିୟଜନଙ୍କୁ ବିଦାୟ ଦେବାର ଅଛି । 

କ୍ଲାଟରବ୍ରିଜ୍ କର୍କଟ କେନ୍ଦ୍ର ( The Clatterbridge Cancer Centre) ରେ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ଡକ୍ଟର ସିମସ୍ ଲୋକଙ୍କୁ କର୍କଟ ରୋଗର ଲକ୍ଷଣ ବୁଝିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ଏହି ସିଷ୍ଟମ ମାଧ୍ୟମରେ ଯଦି ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କର ମୃତ୍ୟୁର ପ୍ରକୃତ ସମୟ ବିଷୟରେ ଜାଣିବେ, ତେବେ ସେମାନେ ତାଙ୍କର ଶେଷ ମୁହୂର୍ତ୍ତରେ ତାଙ୍କ ସହିତ ରହିପାରିବେ । ଡକ୍ଟର ସିମସ୍ କୋଏଲ୍ (Dr Séamus Coyle) କହିଛନ୍ତି ଯେ, ଦୀର୍ଘ ଦିନ ଧରି କର୍କଟ ରୋଗ ଉପରେ ଅନୁସନ୍ଧାନ ଚାଲିଛି, କିନ୍ତୁ ରୋଗୀ କେବେ ମରିବେ ତାହା ଏପର୍ଯ୍ୟନ୍ତ କେହି କହିପାରୁ ନଥିଲେ ନାହିଁ । ଡାକ୍ତରମାନେ ଏହି ବିଷୟରେ ସେମାନଙ୍କର ନିଜର ଧାରଣା ରଖିଥିଲେ ଓ ଅନେକ ଥର ପରିବାର ସଦସ୍ୟ ଶେଷ ମୁହୂର୍ତ୍ତରେ ରୋଗୀଙ୍କ ସହିତ ନଥିଲେ । 

ଅଧିକ ପଢ଼ନ୍ତୁ:-ଚେତନ ଶର୍ମାଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସାରୁ ଦୋହଲିଲା BCCI; ଅଲଆଉଟ୍ ଆକ୍ସନର ପ୍ରସ୍ତୁତି, ବର୍ତ୍ତମାନ ମୁଖ୍ୟ ଚୟନକର୍ତ୍ତାଙ୍କ ହେବ ଛୁଟି!

ଅଧିକ ପଢ଼ନ୍ତୁ:-ଭାଲେଣ୍ଟାଇନ୍ସ ଡେ’ରେ ୨ ଷ୍ଟାର୍ ପୁରୁଷ କ୍ରିକେଟରଙ୍କ 'କିସ୍' କରୁଥିବା ଫଟୋ ଭାଇରାଲ, ଦେଖନ୍ତୁ...

ଅଧିକ ପଢ଼ନ୍ତୁ:-ଖେଳ ହେଲା କାଳ! ଗୋଲ ରକ୍ଷାକୁ ଯାଇ ଜୀବନ ହାରିଲେ ଏହି ଖେଳାଳି, କ୍ରୀଡ଼ା ଜଗତରେ ଶୋକର ଲହର

ଅନ୍ତର୍ଜାତୀୟ ଜର୍ଣ୍ଣାଲ ଅଫ୍ ମଲିକୁଲାର ସାଇନ୍ସ ( International Journal of Molecular Sciences) ରେ ପ୍ରକାଶିତ ଡକ୍ଟର ସିମସ୍ କୋଏଲ୍ (Dr Séamus Coyle) ଙ୍କ ରିପୋର୍ଟ ଅନୁଯାୟୀ ରୋଗୀର ମୂତ୍ରରୁ ମୃତ୍ୟୁର ପ୍ରକୃତ ସମୟ ଜଣା ପଡିଥାଏ । ଏହା ଜାଣିବା ପରେ ରୋଗୀମାନେ ନିଜେ ସ୍ଥିର କରିବେ ଯେ ସେମାନେ ନିଜ ଘରେ ଶାନ୍ତିରେ ଏହି ଦୁନିଆ ଛାଡିବାକୁ ଚାହିଁବେ ନା ଡାକ୍ତରଖାନାରେ ରହିବାକୁ ରହିବାକୁ ପସନ୍ଦ କରିବେ ।