ମେ ୩୧ ପର୍ଯ୍ୟନ୍ତ ବଢିଲା ମନୀଷ ସିସୋଦିଆଙ୍କ ହାଜତ ଅବଧି
Advertisement
Article Detail0/zeeodisha/odisha2257456

ମେ ୩୧ ପର୍ଯ୍ୟନ୍ତ ବଢିଲା ମନୀଷ ସିସୋଦିଆଙ୍କ ହାଜତ ଅବଧି

 ଅବକାରୀ ନୀତି ଦୁର୍ନୀତି ମାମଲାରେ ୨୦୨୩ ଫେବୃଆରୀ ମାସରେ ସିସୋଦିଆଙ୍କୁ ଗିରଫ କରିଥିଲା ଇଡି । ମେ ୩୧ ପର୍ଯ୍ୟନ୍ତ ହାଜତରେ ରହିବେ ଆପ୍‌ ନେତା ମନୀଷ ସିସୋଦିଆ । 

ମେ ୩୧ ପର୍ଯ୍ୟନ୍ତ ବଢିଲା ମନୀଷ ସିସୋଦିଆଙ୍କ ହାଜତ ଅବଧି

ନୂଆଦିଲ୍ଲୀ: ଆପ୍‌ ନେତା ମନୀଷ ସିସୋଦିଆ ମନି ଲଣ୍ଡରିଂ କେସ୍‌ ଏବଂ ଦୁର୍ନୀତି ମାମଲାରେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ଜେଲରୁ ମୁକୁଳିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ସିସୋଦିଆଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଛି । କିନ୍ତୁ ମନୀଷଙ୍କୁ ଏପର୍ଯ୍ୟନ୍ତ କୋର୍ଚଙ୍କ ପକ୍ଷରୁ କୌଣସି ଆଶ୍ୱସ୍ତିଜନକ ଖବର ମିଳିନାହିଁ । ଅନ୍ୟପଟେ ମନୀଷଙ୍କ ପାଇଁ ଆଉ ଏକ ଚିନ୍ତାର ବିଷୟ ପାଲଟିଛି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟଙ୍କ ରାୟ । ମନୀଷଙ୍କ ହାଜତ ଅବଧିକୁ ବଢାଇଛନ୍ତି କୋର୍ଟ ।

ସୂଚନା ମୁତାବକ, ଅବକାରୀ ନୀତି ଦୁର୍ନୀତି ମାମଲାରେ ୨୦୨୩ ଫେବୃଆରୀ ମାସରେ ସିସୋଦିଆଙ୍କୁ ଗିରଫ କରିଥିଲା ଇଡି । ମେ ୩୧ ପର୍ଯ୍ୟନ୍ତ ହାଜତରେ ରହିବେ ଆପ୍‌ ନେତା ମନୀଷ ସିସୋଦିଆ । ଜେଲରୁ ମୁକୁଳିବା ପାଇଁ ଓକିଲଙ୍କ ମାଧ୍ୟମରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ହାଇକୋର୍ଟ ବିଚାରପତି ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମା ଆଜି ସନ୍ଧ୍ୟାରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ରାୟ ପ୍ରକାଶ କରିବାର ସମ୍ଭାବନା ରହିଛି । ମେ ୧୪ ତାରିଖ ଦିନ ସିସୋଦିଆଙ୍କ ଜାମିନ ଆବେଦନକୁ ନେଇ ହାଇକୋର୍ଟରେ ଶୁଣାଣି ହୋଇଥିଲେ ମଧ୍ୟ ରାୟକୁ ସଂରକ୍ଷିତ ରହିଥିଲା।

ଆପଣଙ୍କୁ କହିରଖୁଛୁ ଯେ, ୨୦୨୪ ମାର୍ଟ୍ଟ ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ନିକଟରେ ମେ ୧୦ ତାରିଖ ଦିନ ଜେଲରୁ ମୁକୁଳିଛନ୍ତି କେଜ୍ରିୱାଲ । ନିର୍ବାଚନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ପକ୍ଷରୁ କେଜ୍ରିୱାଲଙ୍କୁ ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।

Also Read- Bank Recruitment 2024: ବ୍ୟାଙ୍କରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେତେ ଅଛି ପଦବୀ

Also Read- Shukra Surya Yuti 2024: ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ, ୫ ରାଶିର ବ୍ୟକ୍ତିଙ୍କ ସମସ୍ୟା ହେବ ଦୂର