ED summons actor Prakash Raj: ଅଭିନେତା ପ୍ରକାଶ ରାଜଙ୍କ ବଢ଼ିଲା ଟେନସନ୍, ED କଲା ସମନ୍, ଜାଣନ୍ତୁ ମାମଲା
Advertisement

ED summons actor Prakash Raj: ଅଭିନେତା ପ୍ରକାଶ ରାଜଙ୍କ ବଢ଼ିଲା ଟେନସନ୍, ED କଲା ସମନ୍, ଜାଣନ୍ତୁ ମାମଲା

Actor Prakash Raj: ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ ସମସ୍ୟା ବଢ଼ିପାରେ । ପ୍ରଣବ ଜୁଏଲର୍ସ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ସମନ ପଠାଇଛି ।

 

ED summons actor Prakash Raj

ED summons actor Prakash Raj: ଜଣାଶୁଣା ଅଭିନେତା ପ୍ରକାଶ ରାଜଙ୍କୁ ଗୁରୁବାର ଦିନ ପୋଞ୍ଜି ଯୋଜନା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସମନ କରିଛି । ଏହାପୂର୍ବରୁ ତାମିଲନାଡୁର ତିରୁଚିରାପଲ୍ଲୀରେ ଅବସ୍ଥିତ ପ୍ରଣବ ଜୁଏଲର୍ସ ପରିସରରେ ଇଡି ଚଢ଼ାଉ କରିଥିଲା। ଏଜେନ୍ସି ଅନୁଯାୟୀ, ମନି ଲଣ୍ଡରିଂ ମାମଲାରେ ପ୍ରକାଶ ରାଜଙ୍କୁ ପଚରାଉଚରା କରାଯିବ । ପ୍ରକାଶ ରାଜ ପ୍ରଣବ ଜୁଏଲର୍ସ ପାଇଁ ବିଜ୍ଞାପନ କରିଥାନ୍ତି ।

ED ଆଗରେ ହାଜର ହେବେ ପ୍ରକାଶ ରାଜ?
ପ୍ରାପ୍ତ ସୂଚନା ଅନୁଯାୟୀ, ୫୮ ବର୍ଷୀୟ ପ୍ରକାଶ ରାଜ ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଭାବରେ କାର୍ଯ୍ୟ କରିଛନ୍ତି । ଆସନ୍ତା ସପ୍ତାହରେ ତାଙ୍କୁ ଚେନ୍ନାଇରେ ଇଡି ଆଗରେ ହାଜର ହେବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରକାଶ ରାଜ ବିଜେପିର କଠୋର ସମାଲୋଚକ ଅଟନ୍ତି ।

ବୁଧବାର ଦିନ ଫେଡେରାଲ ଏଜେନ୍ସି ଏକ ବୟାନରେ କହିଛି ଯେ ପୋଲିସର ଅଭିଯୋଗ ଅନୁଯାୟୀ ପ୍ରଣବ ଜୁଏଲର୍ସ ଏବଂ ଅନ୍ୟମାନେ ହାଇ ରିଟର୍ଣ୍ଣର ପ୍ରତିଶୃତି ଦେଇ ସୁନା ନିବେଶ ସ୍କିମ୍ ନାମରେ ଜନସାଧାରଣଙ୍କଠାରୁ ୧୦୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ବାସ୍ତବରେ, ଇଡିର ଆକ୍ସନ ତାମିଲନାଡୁ ପୋଲିସ୍ ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (EoW) ର FIR ଉପରେ ଆଧାରିତ ।

ନିଜ ବିୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ପ୍ରକାଶ ରାଜ 
ଜଣାଶୁଣା ଅଭିନେତା ପ୍ରକାଶ ରାଜ, ଯିଏକି ଆପତ୍ତିଜନକ ବୟାନ ଓ ଚନ୍ଦ୍ରାୟନ-୩ ଉପରେ ପୂର୍ବରୁ ଦେଇଥିବା ବୟାନ ପାଇଁ ବିବାଦରେ ଥିଲେ, ସେ ପ୍ରଣବ ଜୁଏଲର୍ସଙ୍କ ବ୍ରାଣ୍ଡ ଆମ୍ବାସାଡର ଥିଲେ । ସେ ଏହି ଅଳଙ୍କାର କମ୍ପାନୀର ବିଜ୍ଞାପନର ମୁଖ ପାଲଟିଛନ୍ତି । କିନ୍ତୁ ପ୍ରଣବ ଜୁଏଲର୍ସଙ୍କ କାର୍ଯ୍ୟକଳାପ ପ୍ରକାଶ ପାଇବା ମାତ୍ରେ ସେ ନିରବ ରହିଥିଲେ । ସୂଚନାନୁସାରେ, ଏଭଳି ପରିସ୍ଥିତିରେ ସେମାନେ ମଧ୍ୟ ବର୍ତ୍ତମାନ ଯାଞ୍ଚକାରୀ ସଂସ୍ଥାର ରାଡାରରେ ଅଛନ୍ତି ।