ମହିଳା ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷକ ସ୍କୁଲରେ ଗଢ଼ିଲେ ଶାରୀରିକ ସମ୍ପର୍କ, ଉଭୟ ବରଖାସ୍ତ
Advertisement
Article Detail0/zeeodisha/odisha1566247

ମହିଳା ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷକ ସ୍କୁଲରେ ଗଢ଼ିଲେ ଶାରୀରିକ ସମ୍ପର୍କ, ଉଭୟ ବରଖାସ୍ତ

Crime News: ଡାନା ସିମନ୍ସ ଚିନ୍ତିତ ଥିଲେ ଯେ ଚାର୍ଲ୍ସ ବ୍ୟାଙ୍କ୍ସ କାଉଣ୍ଟି ଅଫ୍ ଏଜୁକେସନ୍ ବୋର୍ଡର ସବିଶେଷ ତଥ୍ୟ ପାଇଯାଇଥିଲେ ଯାହା ଗୋପନୀୟ ଥିଲା । କିନ୍ତୁ ଏହାର ପ୍ରତିବଦଳରେ ଚାର୍ଲ୍ସ ଖୁଲାସା କରିଛନ୍ତି ଯେ ସେ ଓ ସିମନ୍ସ ବହୁ ବର୍ଷ ଧରି ରିଲେଶନରେ ଅଛନ୍ତି ।

ପ୍ରତୀକାତ୍ମକ ଫଟୋ

Crime News: ଜଣେ ମହିଳା ପ୍ରିନ୍ସିପାଲ୍ ଓ ପୁରୁଷ ଶିକ୍ଷକ ବିଦ୍ୟାଳୟରେ ଶାରୀରିକ ସମ୍ପର୍କ ରଖିଥିଲେ । ଏହା ସେମାନେ ଅନେକ ଥର କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ସେମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ପ୍ରଧାନ ଶିକ୍ଷକଙ୍କ ନାମ ଡାନା ସିମନ୍ସ ହୋଇଥିବାବେଳେ ଶିକ୍ଷକଙ୍କ ନାମ ଚାର୍ଲ୍ସ ବୋଲି ଜଣାପଡ଼ିଛି । ଏହାପୂର୍ବରୁ ସିମନ୍ସ ଚାର୍ଲ୍ସଙ୍କ ଉପରେ ଗୁଇନ୍ଦା କରାଇବାର ଅଭିଯୋଗ କରିଥିଲେ । ଡାନା ସିମନ୍ସ ଚିନ୍ତିତ ଥିଲେ ଯେ ଚାର୍ଲ୍ସ ବ୍ୟାଙ୍କ୍ସ କାଉଣ୍ଟି ଅଫ୍ ଏଜୁକେସନ୍ ବୋର୍ଡର ସବିଶେଷ ତଥ୍ୟ ପାଇଯାଇଥିଲେ ଯାହା ଗୋପନୀୟ ଥିଲା । କିନ୍ତୁ ଏହାର ପ୍ରତିବଦଳରେ ଚାର୍ଲ୍ସ ଖୁଲାସା କରିଛନ୍ତି ଯେ ସେ ଓ ସିମନ୍ସ ବହୁ ବର୍ଷ ଧରି ରିଲେଶନରେ ଅଛନ୍ତି ।

ପ୍ରକୃତରେ, ପ୍ରଧାନ ଶିକ୍ଷୟତ୍ରୀ ସନ୍ଦେହ କରିଥିଲେ ଯେ ଶିକ୍ଷକ ତାଙ୍କ କାର୍ଯ୍ୟାଳୟ ବିଷୟରେ ଗୁପ୍ତ ତଥ୍ୟ ସଂଗ୍ରହ କରୁଛନ୍ତି । ଏହା ପରେ ସେ ସ୍କୁଲ ମ୍ୟାନେଜମେଣ୍ଟ ଆଗରେ ଅଭିଯୋଗ କରିଥିଲେ । ଏହାର ପ୍ରତିବଦଳରେ ଶିକ୍ଷକ ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏହି ଘଟଣା ଜର୍ଜିଆ (Georgia) ର ବୋଲି ଜଣାପଡ଼ିଛି ।

ଏହାକୁ ପ୍ରମାଣ କରିବାକୁ ଚାର୍ଲ୍ସ ସିମନ୍ସଙ୍କ ସହ ନିଜର ଅନେକ ଅନ୍ତରଙ୍ଗ ଫଟୋ ମଧ୍ୟ ସେୟାର କରିଥିଲେ । ଅଭିଯୋଗ ଅନୁଯାୟୀ ଚାର୍ଲ୍ସଙ୍କ ପତ୍ନୀ ମଧ୍ୟ ଏ ବିଷୟରେ ଜାଣିଥିଲେ । ସେ ହିଁ ଯିଏ ଉଭୟଙ୍କୁ ପରିଚିତ କରାଇଥିଲେ । ଏପରିକି ପତ୍ନୀ ସିମନ୍ସ ଓ ଚାର୍ଲ୍ସଙ୍କୁ ଶାରୀରିକ ସମ୍ପର୍କ ରଖୁଥିବାର ଦେଖିଥିଲେ । ଚାର୍ଲ୍ସଙ୍କ ପତ୍ନୀ କହିଛନ୍ତି ଯେ,  ପ୍ରଧାନ ଶିକ୍ଷୟତ୍ରୀ ତାଙ୍କ ସ୍ୱାମୀଙ୍କୁ ପଦୋନ୍ନତି ପାଇଁ ପ୍ରଲୋଭିତ କରିଥିଲେ । 

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ମଧ୍ୟରେ ଏହି ଖରାପ ଖବର ଭାଙ୍ଗିଲା ପ୍ରଶଂସକଙ୍କ ହୃଦୟ, ଏହି ଖତରନାକ୍ ଖେଳାଳି ହଠାତ୍ ପୁରା ସିରିଜରୁ ହେଲେ ବାହାର!

ଅଧିକ ପଢ଼ନ୍ତୁ:-ଏହି ମହିଳାଙ୍କୁ ନିଜ ପୁଅ କଲା ଗର୍ଭବତୀ, ଦେଇସାରିଛି ସନ୍ତାନକୁ ଜନ୍ମ; ବାହାଘର ପାଇଁ ଛାଡ଼ିଥିଲେ ସ୍ୱାମୀଙ୍କ ସାଥ୍!

ଅଧିକ ପଢ଼ନ୍ତୁ:-ରବିନ୍ଦ୍ର ଜାଡେଜାଙ୍କ ଉପରେ ଲାଗିବ ୧୨ ମାସର ବ୍ୟାନ୍!

WSBTV ଅନୁଯାୟୀ, ସିମନ୍ସ ପ୍ରଥମେ ଚାର୍ଲ୍ସଙ୍କ ସହ ବନ୍ଧୁ ହେବାର ବୋଲି ଦାବି କରିଥିଲେ । କିନ୍ତୁ ଅନୁସନ୍ଧାନ ବେଳେ ସେ ଶାରୀରିକ ସମ୍ପର୍କ ଥିବା ମଧ୍ୟ ସ୍ୱୀକାର କରିଛନ୍ତି । ସିମନ୍ସ କହିଛନ୍ତି ଯେ, ଚାର୍ଲ୍ସଙ୍କ ପତ୍ନୀ ସେମାନଙ୍କୁ ସାକ୍ଷାତ କରାଇବାର ବ୍ୟବସ୍ଥା କରିଥିଲେ । ଶେଷରେ, ବିଦ୍ୟାଳୟର ଅନୁସନ୍ଧାନକାରୀ ଦଳ ସିଦ୍ଧାନ୍ତ ନେଇଥିଲେ ଯେ ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ସମ୍ପର୍କ ଅଛି । ଏହାକୁ ପ୍ରମାଣ କରିବାକୁ ଯଥେଷ୍ଟ ପ୍ରମାଣ ଅଛି । ବିଦ୍ୟାଳୟ ବୋର୍ଡ କହିଛି ଯେ ସିମନ୍ସ ଓ ଚାର୍ଲ୍ସ ଆଉ ଛାତ୍ରମାନଙ୍କୁ ଶିକ୍ଷା ଦେଉ ନାହାଁନ୍ତି ।