Flipkart Republic Day Sale: ଜାନୁଆରୀ ୧୪ରୁ ଫ୍ଲିପକାର୍ଟରେ ବଡ ରିହାତି, ଶସ୍ତାରେ କିଣନ୍ତୁ ସାମଗ୍ରୀ
Advertisement
Article Detail0/zeeodisha/odisha2057043

Flipkart Republic Day Sale: ଜାନୁଆରୀ ୧୪ରୁ ଫ୍ଲିପକାର୍ଟରେ ବଡ ରିହାତି, ଶସ୍ତାରେ କିଣନ୍ତୁ ସାମଗ୍ରୀ

Flipkart Republic Day Sale 2024: ଫ୍ଲିପକାର୍ଟ ରିପବ୍ଲିକ୍ ଡେ ସେଲ୍ ୨୦୨୪ ଘୋଷଣା କରିଛି । ୧୪ ଜାନୁଆରୀରୁ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟର ବିକ୍ରି ଭାରତରେ ଆରମ୍ଭ ହେଉଛି । 

Flipkart Republic Day Sale: ଜାନୁଆରୀ ୧୪ରୁ ଫ୍ଲିପକାର୍ଟରେ ବଡ ରିହାତି, ଶସ୍ତାରେ କିଣନ୍ତୁ ସାମଗ୍ରୀ

Flipkart Republic Day Sale 2024: ଫ୍ଲିପକାର୍ଟ ଚଳିତ ବର୍ଷର ପ୍ରଥମ ସେଲ୍ ଘୋଷାଣା କରିଛି । ଏହି ସେଲରେ ସ୍ମାର୍ଟ ଟିଭି, ମୋବାଇଲ୍, ଲାପଟପ୍, ଟାବଲେଟ୍, ହେଡଫୋନ ସମେତ ଆହୁରି ଅନେକ ସାମଗ୍ରୀରେ ବିପୁଳ ରିହାତି ଦିଆଯିବ । ଏଥିସହିତ ଫ୍ଲିପକାର୍ଟ ଦ୍ୱାରା ଅନେକ ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡରେ ମଧ୍ୟ ଅତିରିକ୍ତ ରିହାତି ଦିଆଯାଉଛି। ଏହି ସେଲରେ ଅନେକ ମୋବାଇଲ କମ୍ପାନୀ ତଥା ଆପଲ୍, ସାମସଙ୍ଗ, ଗୁଗଲ୍, ରିଅଲ୍ ମି ସ୍ମାର୍ଟଫୋନ୍ ବ୍ରାଣ୍ଡରେ ରିହାତି ଅଫର ଦିଆଯାଉଛି । 

ଫ୍ଲିପକାର୍ଟର ଏହି ରିହାତି ଅଫର ଜାନୁଆରୀ ୧୪ ରୁ ଆରମ୍ଭ ହୋଇ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଫ୍ଲିପକାର୍ଟ ପ୍ଲସ୍ ସଦସ୍ୟଙ୍କ ପାଇଁ ବିକ୍ରି ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜାନୁଆରୀ ୧୩ ରୁ ଏହି ଅଫର ଲାଗୁ ହେବ । ଟିଭି, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରିରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଗ୍ରାହକଙ୍କୁ ରିହାତି ଦିଆଯାଉଛି । କିଛି ଫୋନରେ ଆପଣ ୮୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇବେ ବୋଲି ସୂଚନା ମିଳିଛି ।

ଏହି ସ୍ମାର୍ଟଫୋନରେ ବଡ ରିହାତି
ଏହି ସେଲ୍ ରେ ଆପଲ୍, ସାମସଙ୍ଗ, ରିଅଲ୍ ଏବଂ ମୋଟରୋଲା ବ୍ରାଣ୍ଡର ସ୍ମାର୍ଟଫୋନରେ ଆପଣ ଭଲ ରିହାତି ପାଇପାରିବେ । ବିଶେଷ କରି ଆଇଫୋନ୍ ୧୪ ଏବଂ ପିକ୍ସେଲ 7a ରେ ମଧ୍ୟ ରିହାତି ଅଫର ଦିଆଯାଇପାରେ । ଫ୍ଲିପକାର୍ଟ ପକ୍ଷରୁ ତଥ୍ୟ ଅନୁଯାୟୀ, ସାମସଙ୍ଗ ଗାଲାକ୍ସି S21 FE, ମୋଟରୋଲା ଏଜ୍ 40 ନେଓ, ସାମସଙ୍ଗ F14 5G, ରିଅଲମ C53, ରିଅଲମ 11X 5G, ମୋଟୋ G54 5G ଭଳି ସ୍ମାର୍ଟଫୋନରେ ଗ୍ରାହକଙ୍କୁ ବଡ଼ ରିହାତି ଅଫର ମିଳିବ ବୋଲି ସୂଚନା ମିଳିଛି ।

ନୂଆ ଫୋନ ଲଞ୍ଚ୍
ଫ୍ଲିପକାର୍ଟ ସେଲରେ କିଛି ନୂଆ ମୋବାଇଲ୍ ଲଞ୍ଚ ହୋଇପାରେ । ସେମଧ୍ୟରେ ରହିଛି ଭିଭୋ X100 ସିରିଜ୍, ଓପୋ ରେନୋ 11 ସିରିଜ୍, ଇନଫିନିକ୍ସ ସ୍ମାର୍ଟ 8, ରେଡମି ନୋଟ୍ 13 ପ୍ରୋ ସିରିଜ୍ ଏବଂ ପୋକୋ X6 ସିରିଜ୍ ଲଞ୍ଚ କରାଯାଇପାରିବ । ଏହି ଅଫର ତଥା ସେଲରେ ଗ୍ରାହକଙ୍କ ପାଇଁ ଅତିରିକ୍ତ କ୍ୟାସବ୍ୟାକ୍, ଏକ୍ସଚେଞ୍ଜ୍ ଅଫର୍, ବିନା ମୂଲ୍ୟରେ EMI ଅଫର୍ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡିଛି ।

Also Read- Cricket News: ହାତ ନଥିବା କ୍ରିକେଟର, ଯାହାଙ୍କର ବୋଲିଂ ଆଉ ବ୍ୟାଟିଂ ଆପଣଙ୍କ ହୋସ୍ ଉଡ଼ାଇ ଦେବ

Also Read- ରାଜ୍ୟ ନିର୍ବାଚନ କମିଟି ଘୋଷଣା କଲା ଏଆଇସିସି