Gold Silver Price: ଖସିଲା ସୁନ-ରୁପା ଦର, ଜାଣନ୍ତୁ ଆଜି ଓଡ଼ିଶାରେ କ'ଣ ରହିଛି ରେଟ୍
Advertisement

Gold Silver Price: ଖସିଲା ସୁନ-ରୁପା ଦର, ଜାଣନ୍ତୁ ଆଜି ଓଡ଼ିଶାରେ କ'ଣ ରହିଛି ରେଟ୍

Gold Silver Price: ଆଜି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ଦେଖାଦେଇଛି । ଯାହାର ପ୍ରଭାବ ଦେଶରେ ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗତକାଲି ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସୁନା-ରୁପାର ଯେଉଁ ଦାମ କୁହାଯାଇଛି,  ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଜାଣନ୍ତୁ ଏହାର କାରଣ..

Gold Silver Price: ଖସିଲା ସୁନ-ରୁପା ଦର, ଜାଣନ୍ତୁ ଆଜି ଓଡ଼ିଶାରେ କ'ଣ ରହିଛି ରେଟ୍

Gold-Silver Rate 7 November 2022: କୋଭିଡ-19 ଯୋଗୁଁ ଗତ ୨ ବର୍ଷରେ ସୁନାର ଚାହିଦା କମ୍ ଥିଲା । କିନ୍ତୁ ଚଳିତ ବର୍ଷ ଲୋକମାନେ ବହୁ ପରିମାଣରେ ମୂଲ୍ୟବାନ ଧାତୁ କିଣିଛନ୍ତି । ଏହା ସମ୍ଭବ ଯେ ସୁନା ଦରରେ ହ୍ରାସ ଯୋଗୁଁ ଏଥର ପାର୍ବଣ ଋତୁରେ ଏଥିରେ ଜବରଦସ୍ତ ଜମ୍ପ ଦେଖିବାକୁ ମିଳିଛି । ସୁନା ମାଇନର୍ସ ଲବି ୱାର୍ଲ୍ଡ ଗୋଲ୍ଡ କାଉନସିଲ ଅନୁଯାୟୀ, ୨୦୨୨ ଜାନୁଆରୀ-ସେପ୍ଟେମ୍ବର ଅବଧିରେ ସୁନା ଅଳଙ୍କାରର ଚାହିଦା ୩୮୧ ଟନ୍ ଥିଲା । ସେପଟେ ପ୍ରତିଦିନ ସୁନା-ରୁପା ପରି ମୂଲ୍ୟବାନ ଧାତୁ ମୂଲ୍ୟରେ ପରିବର୍ତ୍ତନ ଘଟିଥାଏ । ବର୍ତ୍ତମାନ କିଛି ସମୟ ଧରି ସୁନା ଓ ରୁପା ମୂଲ୍ୟରେ ହ୍ରାସ ବୃଦ୍ଧି ଲାଗି ରହିଛି । ଆଜି ସପ୍ତାହର ପ୍ରଥମ ଦିନ (ସୋମବାର) ଅର୍ଥାତ ନଭେମ୍ୱର ୭ରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି । 
 
ଏପରି ପରିସ୍ଥିତିରେ ଆପଣ ବିବାହ ଋତୁରେ କମ୍ ମୂଲ୍ୟରେ ସୁନା କିଣିପାରିବେ । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟରେ ବଡ଼ ହ୍ରାସ ଘଟିଛି । ଆଜି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ଦେଖାଦେଇଛି । ଯାହାର ପ୍ରଭାବ ଦେଶରେ ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗତକାଲି (ରବିବାର) ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପକ୍ଷେ ଆଜି ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୨୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୧୬୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୧,୨୮୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୬,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୭,୦୦୦ ଟଙ୍କା ଥିଲା । 
 
ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଗତକାଲି ଗହଣା ବଜାର ବନ୍ଦ ଥିବାରୁ ରୁପା ଦରରେ କୌଣସ ପରିବର୍ତ୍ତନ ଘଟି ନଥିଲା । ଆଜି ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୦,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୦,୫୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୦୪୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬,୦୫୦ ଟଙ୍କା ଥିଲା ।

ସେହିପରି ଆଜି ଭୁବନେଶ୍ୱର (Bhubaneswar) ରେ ସୁନା ମୂଲ୍ୟ (Gold Price) ରେ ହ୍ରାସ ଘଟିଛି । ଗତକାଲି ଭୁବନେଶ୍ୱରରେ ସୁନା ଦର ସ୍ଥିର ରହିଥିଲା । ଅନ୍ୟପକ୍ଷେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୧୨୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୧୬୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଅର୍ଥାତ ରବିବାର ୧୦ ଗ୍ରାମ ସୁନା ମୂଲ୍ୟ ୫୧,୨୮୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୭,୦୦୦ ଟଙ୍କା ଥିଲା ।

ଅନ୍ୟପଟେ ଆଜି ଭୁବନେଶ୍ୱରରେ ରୁପା (Silver Price) ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଦେଇନାହିଁ । ଗତକାଲି ରାଜଧାନୀରେ ରୁପା ମୂଲ୍ୟରେ ସମାନ ସ୍ଥିତି ରହିଥିଲା । ଆଜି ରୁପା ମୂଲ୍ୟ ସ୍ଥିର ରହିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୩୦୦ ଟଙ୍କା ରହିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୩୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୩୦ ଟଙ୍କା ରହିଛି । ଯାହା ଗତକାଲି ୬,୬୩୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଝିଅଙ୍କୁ ପାଗଳ କରିଦେଇଥାଏ ପୁଅଙ୍କ ଏସବୁ ଗୁଣ!

ଅଧିକ ପଢ଼ନ୍ତୁ:-ଦନୁଷ୍କାଙ୍କ ବ୍ୟତୀତ ଏହି ୪ ବଡ଼ କ୍ରିକେଟରଙ୍କ ଉପରେ ଲାଗିସାରିଛି ଦୁଷ୍କର୍ମ ଅଭିଯୋଗ, ଲିଷ୍ଟରେ ଅଛନ୍ତି ଜଣେ ଭାରତୀୟ

ଅଧିକ ପଢ଼ନ୍ତୁ:-କେବଳ Jio ୟୁଜର୍ସମାନେ ହିଁ ଚଲାଇ ପାରିବେ ଅସଲ 5G ଇଣ୍ଟରନେଟ୍! ଏହା ପଛରେ ରହିଛି ଏକ ଖାସ୍ ଟେକ୍ନୋଲୋଜିର ହାତ

 

ଗହଣା ବଜାରର ଗଣିତକୁ ବୁଝନ୍ତୁ 

ସୁନା-ରୁପାର ଯେଉଁ ଦାମ କୁହାଯାଇଛି,  ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହାସହ ଅଳଙ୍କାରର ଲାଭ ମଧ୍ୟ ଏଥିରେ ଯୋଗ କରାଯାଇଥାଏ । ଏପରି ପରିସ୍ଥିତିରେ ଜିଏସଟି ଓ ଅଳଙ୍କାରର ଆନୁମାନିକ ଲାଭ ଯୋଡିବା ପରେ IBJA ଦ୍ୱାରା ଜାରି ରେଟ୍ ଦେବାକୁ ପଡ଼ିଥାଏ । ଏଠାରେ କହି ରଖୁଛୁ ଯେ, IBJA ଦ୍ୱାରା ଜାରି କରାଯାଇଥିବା ରେଟ୍ ସାରା ଦେଶରେ ସର୍ବମାନ୍ୟ ହୋଇଥାଏ ।