Gold Silver Price: ସୁନା ୧୫୦୦ ଟଙ୍କା ତ ରୁପା ୧୧୦୦୦ ଟଙ୍କା ମିଳୁଛି ଶସ୍ତା!
Advertisement
Article Detail0/zeeodisha/odisha1505115

Gold Silver Price: ସୁନା ୧୫୦୦ ଟଙ୍କା ତ ରୁପା ୧୧୦୦୦ ଟଙ୍କା ମିଳୁଛି ଶସ୍ତା!

Gold Silver Price: ଗତ କିଛି ମାସ ଧରି ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ଘଟୁଛି । ୨୦୨୨ ବର୍ଷର ଶେଷ ବାଣିଜ୍ୟ ସପ୍ତାହର ତୃତୀୟ ଦିନ (ବୁଧବାର) ରେ ସୁନା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଥିଲା । ସେପଟେ ମଙ୍ଗଳବାର ୧୦ ଗ୍ରାମ ପିଛା ୨୭୩ ଟଙ୍କା ସୁନା ମହଙ୍ଗା ହୋଇଥିବାବେଳେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୯୪୬ ଟଙ୍କା ବୃଦ୍ଧି ପାଇଥିଲା । ଏହା ପରେ ମଙ୍ଗଳବାର ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ୫୪,୭୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । 

Gold Silver Price: ସୁନା ୧୫୦୦ ଟଙ୍କା ତ ରୁପା ୧୧୦୦୦ ଟଙ୍କା ମିଳୁଛି ଶସ୍ତା!

Gold Silver Price: ଯଦି ଆପଣ ମଧ୍ୟ ସୁନା, ରୁପା କିମ୍ବା ଏହାର ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଗତ କିଛି ମାସ ଧରି ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ଘଟୁଛି । ୨୦୨୨ ବର୍ଷର ଶେଷ ବାଣିଜ୍ୟ ସପ୍ତାହର ତୃତୀୟ ଦିନ (ବୁଧବାର) ରେ ସୁନା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଥିଲା । ସେପଟେ ମଙ୍ଗଳବାର ୧୦ ଗ୍ରାମ ପିଛା ୨୭୩ ଟଙ୍କା ସୁନା ମହଙ୍ଗା ହୋଇଥିବାବେଳେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୯୪୬ ଟଙ୍କା ବୃଦ୍ଧି ପାଇଥିଲା । ଏହା ପରେ ମଙ୍ଗଳବାର ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ୫୪,୭୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅନ୍ୟ ପଟେ ରୁପା ଉପରକୁ ଉଠି କିଲୋଗ୍ରାମ ପିଛା ୬୮,୮୦୦ ଟଙ୍କା ପାଖାପାଖି ବନ୍ଦ ହୋଇଛି । 

ତଥାପି, ଲୋକମାନଙ୍କ ପାଖରେ ପ୍ରତି ୧୦ ଗ୍ରାମ ସୁନା ୧,୫୦୦ ଟଙ୍କା ଓ ରୁପା କିଲୋଗ୍ରାମ ପିଛା ୧୧,୦୦୦ ଟଙ୍କା ଶସ୍ତା ମୂଲ୍ୟରେ କିଣିବାର ସୁଯୋଗ ରହିଛି । ଯଦି ସର୍ରାଫା ବଜାରର ବିଶେଷଜ୍ଞମାନଙ୍କୁ ବିଶ୍ୱାସ କରାଯାଏ, ତେବେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଅବଧି ଜାରି ରହିପାରେ । ମଙ୍ଗଳବାର ଏହି ବାଣିଜ୍ୟ ସପ୍ତାହର ଦ୍ୱିତୀୟ ଦିନ ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ୨୭୩ ଟଙ୍କା ବୃଦ୍ଧି ସହିତ ୫୪,୬୩୯ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପଟେ ସୋମବାର ସୁନା ୧୦ ଗ୍ରାମ ପିଛା ୨୦ ଟଙ୍କା ବୃଦ୍ଧି ଘଟି ୫,୪୩୮୬ ଟଙ୍କାରେ ବନ୍ଦ ହୋଇଥିଲା ।

ମଙ୍ଗଳବାର ଦିନ ପୁଣି ଥରେ ସୁନା ସହ ରୁପା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଥିଲା । ମଙ୍ଗଳବାର ଦିନ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୯୪୬ ଟଙ୍କା ବୃଦ୍ଧି ଘଟି ୬୭,୭୫୩ ଟଙ୍କାରେ ପହଞ୍ଚିଛି । ସୋମବାର ଦିନ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୬୯ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୬୭,୮୨୨ ଟଙ୍କାରେ ବନ୍ଦ ହୋଇଥିଲା ।

ଅଧିକ ପଢ଼ନ୍ତୁ:- ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର; ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି!

ଅଧିକ ପଢ଼ନ୍ତୁ:-ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-20 ସିରିଜ୍ ମ୍ୟାଚ୍ କେବେ, କେଉଁଠାରେ ଏବଂ କେଉଁ ଚ୍ୟାନେଲରେ ଦେଖିବେ? ଜାଣନ୍ତୁ ପୂରା ଡିଟେଲ୍ସ

ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ଏହି ଯୋଜନାରେ ପ୍ରତି ମାସରେ ମିଳିବ 50 ହଜାର ଟଙ୍କା, ଏହିପରି କରିବାକୁ ହେବ ଆବେଦନ

 

ସୁନା ବର୍ତ୍ତମାନ ୧୦ ଗ୍ରାମ ପିଛା ୧୫୬୧ ଟଙ୍କା ମୂଲ୍ୟରେ ସର୍ବକାଳୀନ ତୁଳନାରେ ଶସ୍ତା ବିକ୍ରି ହେଉଛି । ଆପଣଙ୍କୁ କହି ରଖୁଛୁ ଯେ ଅଗଷ୍ଟ ୨୦୨୦ରେ ସୁନା ଏହାର ସର୍ବକାଳୀନ ଉଚ୍ଚତା ସୃଷ୍ଟି କରିଥିଲା । ସେତେବେଳେ ସୁନା ଦଶ ଗ୍ରାମ ପିଛା ୫୬,୨୦୦ ଟଙ୍କା ସ୍ତରକୁ ଯାଇଥିଲା । ଅନ୍ୟପକ୍ଷରେ ରୁପା ଏହାର ସର୍ବୋଚ୍ଚ ସ୍ତରଠାରୁ କିଲୋଗ୍ରାମ ପ୍ରତି ୧୧,୨୧୨ ଟଙ୍କା ମୂଲ୍ୟରେ ଶସ୍ତା ବିକ୍ରି ହେଉଛି । ସର୍ବକାଳୀନ ଉଚ୍ଚ ସ୍ତରର ରୁପା ମୂଲ୍ୟ ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା ।