Gold Rate: ୫୦ ହଜାର ତଳେ ସୁନା , ଜାଣନ୍ତୁ ଟ୍ବିନସିଟିରେ କେତେ ରହିଛି ସୁନା ଦର?
Advertisement
Article Detail0/zeeodisha/odisha2044891

Gold Rate: ୫୦ ହଜାର ତଳେ ସୁନା , ଜାଣନ୍ତୁ ଟ୍ବିନସିଟିରେ କେତେ ରହିଛି ସୁନା ଦର?

Gold-Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ମକର ସଂକ୍ରାନ୍ତି ପୂର୍ବରୁ ପୁଣି ଶସ୍ତା ହେଲା ସୁନା । ଯଦି ଆପଣ ସୁନା -ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏ-ହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ସୁନା-ଗହଣା କିଣିବା ପୂର୍ବରୁ ଜାଣି ରଖନ୍ତୁ ଆଜି କେଉଁ ସହରରେ କେତେ ରହିଛି ସୁନା ଦର। 

Gold Rate: ୫୦ ହଜାର ତଳେ ସୁନା , ଜାଣନ୍ତୁ ଟ୍ବିନସିଟିରେ କେତେ ରହିଛି ସୁନା ଦର?

Gold-Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ମକର ସଂକ୍ରାନ୍ତି ପୂର୍ବରୁ ପୁଣି ଶସ୍ତା ହେଲା ସୁନା (Gold-Silver Price Today)। ଯଦି ଆପଣ ସୁନା -ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏ-ହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ସୁନା-ଗହଣା କିଣିବା ପୂର୍ବରୁ ଜାଣି ରଖନ୍ତୁ ଆଜି କେଉଁ ସହରରେ କେତେ ରହିଛି ସୁନା ଦର। 

ALSO READ : Petrol Diesel Price Today: ଖସିଲା ରେଟ୍! ଜାଣନ୍ତୁ କେଉଁ ସହରରେ କେତେ ରହିଛି ପେଟ୍ରୋଲ-ଡିଜେଲ୍ ଦର?

ସପ୍ତାହେ ହେବ ସୁନା ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇଥିଲା। ହେଲେ ରେଟରେ ଏବେ ଲାଗିଛି ବ୍ରେକ୍। ଆଜି ଭାରତୀୟ ବଜାରରେ ସୁନାଦର ୨୨ କ୍ୟାରେଟ୍ ର ଦାମ୍ ୧୦ ଗ୍ରାମ୍ ପିଛା ୫୭,୫୦୧ ଟଙ୍କା ରହିଛି।  ସେହିପରି ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ସୁନା ମୂଲ୍ୟ ୬୨ ହଜାର ୭୭୪ଟଙ୍କା ରହିଛି। ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ର ଦାମ୍ ୧୦ ଗ୍ରାମ୍ ପିଛା ୫୮,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୧୦ ଗ୍ରାମ୍ ମୂଲ୍ୟ ୬୩,୪୦୦ ରହିଛି। ୨୨ ଓ ୨୪ କ୍ୟାରେଟରେ ୧୦୦ ଓ ୧୩୦ ଟଙ୍କା ହ୍ରାସ ପାଇଛି। ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ର ଦାମ୍ ୧୦ ଗ୍ରାମ୍ ପିଛା ୫୮,୦୦୦ ଥିବା ବେଳେ ୨୪ କ୍ୟାରେଟର ରେଟ୍ ୬୩,୨୭୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟରେ ୧୦୦ ଓ ୧୧୦ ଟଙ୍କା ହ୍ରାସ ପାଇଛି।

ଅନ୍ୟପଟେ, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍  ସୁନାର ଦାମ୍ ୧୦ ଗ୍ରାମ୍ ପିଛା ମୂଲ୍ୟ ୫୮,୬୦୦ ରହିଛି। ସେହିପରି ୨୪ କ୍ୟାରେଟର ଦାମ୍ ୬୩,୯୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୧୦୦ ଓ ୧୧୦ ଟଙ୍କା ଦର ଖସିଛି। ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍  ସୁନାର ୧୦ ଗ୍ରାମ୍ ମୂଲ୍ୟ ୫୮,୦୦୦ ରହିଛି । ସେହିପରି, ୧୮ କ୍ୟାରେଟର ଦାମ୍ ୧୦ ଗ୍ରାମ୍ ପିଛା ୪୭,୪୫୦ ଟଙ୍କା ରହିଛି।  ଏବଂ ୨୪ କ୍ୟାରେଟର ଦାମ୍ ୬୩,୨୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରଟରେ ୧୦୦ ଓ ୧୧୦ ଟଙ୍କା ଖସିଥିବା ବେଳେ ରୂପା ଦରରେ କୌଣସି ବି ପରିବର୍ତ୍ତନ ହୋଇଛି। ରୂପା କେଜି ୭୮,୦୦୦ ରହିଛି। କଟକରେ ବି ସୁନା ଦରରେ ପରିବର୍ତ୍ତନ ହୋଇଛି।