Haryana LPG Cylinder Blast: ରୋଷେଇ କରୁଥିବାବେଳେ LPG ସିଲିଣ୍ଡର ବିସ୍ଫୋରଣ, ଗୋଟିଏ ପରିବାରର ୬ ମୃତ
Advertisement

Haryana LPG Cylinder Blast: ରୋଷେଇ କରୁଥିବାବେଳେ LPG ସିଲିଣ୍ଡର ବିସ୍ଫୋରଣ, ଗୋଟିଏ ପରିବାରର ୬ ମୃତ

Haryana LPG Cylinder Blast: ଏକ ଗ୍ୟାସ ସିଲିଣ୍ଡରରେ ଲିକ୍ ଯୋଗୁଁ ବିସ୍ଫୋରଣ ଘଟିଛି । ଫଳରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାନୁସାରେ, ଗୁରୁବାର ସକାଳେ ବିଚପାଡି ଗାଁର ଚାରି ନମ୍ବର ରାସ୍ତାରେ ଏହି ଘଟଣା ଘଟିଛି । ଏହି ବିସ୍ଫୋରଣରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦମ୍ପତି ସମେତ ସେମାନଙ୍କର ଦୁଇ ଝିଅ ଓ ଦୁଇ ପୁଅ ସାମିଲ ଅଛନ୍ତି ।

ପ୍ରତୀକାତ୍ମକ ଫଟୋ

Haryana LPG Cylinder Blast: ହରିୟାଣାର ପାନିପାତରୁ ଗୁରୁବାର ସକାଳେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଗ୍ୟାସ ସିଲିଣ୍ଡରରେ ଲିକ୍ ଯୋଗୁଁ ବିସ୍ଫୋରଣ ଘଟିଛି । ଫଳରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାନୁସାରେ, ଗୁରୁବାର ସକାଳେ ବିଚପାଡି ଗାଁର ଚାରି ନମ୍ବର ରାସ୍ତାରେ ଏହି ଘଟଣା ଘଟିଛି । ଏହି ବିସ୍ଫୋରଣରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦମ୍ପତି ସମେତ ସେମାନଙ୍କର ଦୁଇ ଝିଅ ଓ ଦୁଇ ପୁଅ ସାମିଲ ଅଛନ୍ତି । ଏହି ଦମ୍ପତିଙ୍କ ନାମ ହେଉଛି ଅବଦୁଲ (୪୨ ବର୍ଷ) ଓ ଆଫ୍ରୋଜ (୪୦ ବର୍ଷ) । ସେମାନଙ୍କର ଦୁଇ ଝିଅ ରେଶମା (୨୦ ବର୍ଷ) ଓ ଇଶରତ (୧୭ ବର୍ଷ) । ଦୁଇ ପୁଅ ଅବଦୁଲ (୧୨ ବର୍ଷ) ଓ ଆକଫାନ୍ (୧୦ ବର୍ଷ) । ସେମାନେ ଏଠାରେ ଏକ ଭଡ଼ା ଘରେ ରହୁଥିଲେ । ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି । ଅଧିକାରୀମାନେ ଛାତ ଦେଇ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଛନ୍ତି । ଅଗ୍ନିଶମ ବାହିନୀ ଦଳ ନିଆଁକୁ ନିୟନ୍ତ୍ରଣକୁ ଆଣିଛନ୍ତି । ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆଖପାଖ ଅଞ୍ଚଳରେ ଭୟର ବାତାବରଣ ରହିଛି ।

କୁହାଯାଉଛି ଯେ, ଏହି ଘଟଣା ଜୟ ଭଗବାନ୍ ଶର୍ମାଙ୍କ ପୁଅ ହାଜରୀ ଲାଲ ଶର୍ମାଙ୍କ ଘରେ ଘଟିଛି । ମୃତ ପରିବାର ଉତ୍ତର ବଙ୍ଗଳାର ଦୀନାଜପୁରର ବାସିନ୍ଦା ଥିଲେ । ପାନିପତ ପୋଲିସ ଅଧୀକ୍ଷକ ଶଶାଙ୍କ କୁମାର ସାୱନ କହିଛନ୍ତି ଯେ, ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘରେ ନିଆଁ ଲାଗି ନଥିଲା, ଏହା ଗ୍ୟାସ ଲିକ୍ ହେବା ପରେ ଆରମ୍ଭ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବଙ୍କୁ ଦ୍ୱିତୀୟ ଦିନିକିଆରେ ବି ଦଳରେ ମିଳିବନି ସ୍ଥାନ? ଶ୍ରୀଲଙ୍କା ବିପକ୍ଷରେ ଏହି ରଣନୀତି ସହ ଓହ୍ଲାଇବ ଟିମ୍ ଇଣ୍ଡିଆ

ଅଧିକ ପଢ଼ନ୍ତୁ:-ଭୁଲରେ ବି ଏସବୁ ସ୍ଥାନରେ ରଖନ୍ତୁ ନାହିଁ ଶାରୀରିକ ସମ୍ପର୍କ, ନଚେତ୍ ହୋଇଯିବେ ବର୍ବାଦ!

ଅଧିକ ପଢ଼ନ୍ତୁ:-ମର୍ମନ୍ତୁଦ ଦୁର୍ଘଟଣା: ଚା' ପିଉଥିବା ସମୟରେ ୧୦ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର, ୬ ମୃତ

ଏହାପୂର୍ବରୁ ମଧ୍ୟପ୍ରଦେଶର ସତନାଠାରେ ସିଲିଣ୍ଡର ବିସ୍ଫୋରଣର ଏକ ହୃଦୟ ବିଦାରକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ରବିବାର ସକାଳେ ଏକ ରେଷ୍ଟୁରାଣ୍ଟରେ ରଖାଯାଇଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯିବା ପରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା । ଏହି କାରଣରୁ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହି ଘଟଣାର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । 

ଅନ୍ୟପଟେ ଯୋଧପୁରରେ ବିବାହ ଶୋଭାଯାତ୍ରାକୁ ଯିବା ପୂର୍ବରୁ ଘରେ ଥିବା ସିଲିଣ୍ଡର ବିସ୍ଫୋରଣରେ ୫୦ରୁ ଅଧିକ ଲୋକ ଜଳି ଯାଇଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଏବେବି ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବିବାହ ସମାରୋହରେ ରୋଷେଇ କରୁଥିବା ସମୟରେ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା ।