Amarnath Yatra 2023: ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: CRPF ନୁହେଁ ଏଥର ଅମରନାଥ ଗୁମ୍ଫା ଜଗିବେ ITBP ଯବାନ
Advertisement

Amarnath Yatra 2023: ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: CRPF ନୁହେଁ ଏଥର ଅମରନାଥ ଗୁମ୍ଫା ଜଗିବେ ITBP ଯବାନ

ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଗୃହ ମନ୍ତ୍ରଣାଳୟ (Home Ministry) ପକ୍ଷରୁ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ସମେତ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗତ ବର୍ଷ ଅମରନାଥ ଯାତ୍ରା ସମୟରେ ଗୁମ୍ଫା ନିକ

Amarnath Yatra 2023: ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: CRPF ନୁହେଁ ଏଥର ଅମରନାଥ ଗୁମ୍ଫା ଜଗିବେ ITBP ଯବାନ

Amarnath Yatra 2023: ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଗୃହ ମନ୍ତ୍ରଣାଳୟ (Home Ministry) ପକ୍ଷରୁ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ସମେତ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗତ ବର୍ଷ ଅମରନାଥ ଯାତ୍ରା ସମୟରେ ଗୁମ୍ଫା ନିକଟରେ ବିପର୍ଯ୍ୟୟ ହୋଇଥିବା କାରଣରୁ ଅମରନାଥ ଗୁମ୍ଫାର ସୁରକ୍ଷା ପାଇଁ ଆଇଟିବିପି (ITBP) ଯବାନ ନିୟୋଜିତ ହୋଇଥିଲେ । ତେବେ ବର୍ତ୍ତମାନ ଗୁମ୍ଫା ନିକଟରେ ସୁରକ୍ଷା ଦାୟିତ୍ୱରେ ରହିବେ CRPF ଯବାନ । ପୂର୍ବଥର ପରି NDRF ଟିମକୁ ମଧ୍ୟ ସୁରକ୍ଷା ପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଗୃହ ସଚିବ ଅଜୟ ଭାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଇଟିବିପି ଡିଜି (ITBP DG), ବିଏସଏଫ ଡିଜି (BSF DG), ଏନଡିଆରଏଫ ଡିଜି (NDRF DG), ସିଆରପିଏଫ ଡିଜି, (CRPF DG)ଙ୍କ ସମେତ ଅନ୍ୟ ମୁଖ୍ୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ଆଜି ବୈଠକରେ ଅମରନାଥ ଯାତ୍ରା ଓ ଯାତ୍ରୀଙ୍କ ସୁରକ୍ଷା କଥା ବିଚାରକୁ ନିଆଯାଇ ନିଷ୍ପତ୍ତି ଚୂଡାନ୍ତ ହୋଇଛି । ଚଳିତ ବର୍ଷର ଅମରନାଥ ଯାତ୍ରା ଆଉ ୩ ଦିନ ପରେ ଆରମ୍ଭ ହେବାକୁ ଯାଉଛି । ପାଣିପାଗ ଅନୁକୁଳ ଥିଲେ ଏହି ଯାତ୍ରା ଜୁଲାଇ ଆଗାମୀ ୬୨ ଦିନ ପର୍ଯ୍ୟନ୍ତ ଚାଲିବ ।

ମିଳିଥିବା ସୂଚନା ଅନୁସାରେ, ଅମରନାଥ ଗୁମ୍ଫାର ସୁରକ୍ଷା ପାଇଁ ଜମ୍ମୁ-କଶ୍ମୀର ପୋଲିସ ଏବଂ ଅମରନାଥ ଶ୍ରୀମନ୍ଦିର ବୋର୍ଡ ଦ୍ୱାରା ଆଇଟିବିପି (ITBP) ଯବାନଙ୍କୁ ନିୟୋଜିତ କରାଯିବାକୁ ପରାମର୍ଶ ଦିଆଯାଇଥିଲା । ବୈଠକରେ ଜାମ୍ମୁ କାଶ୍ମିର ପୋଲିସ ଏହି ପ୍ରସଙ୍ଗ ଉଠାଇବା ସହ କିଛି ଦାବି ମଧ୍ୟ କରିଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ, ଗତ ବର୍ଷ ଅମରନାଥ ଗୁମ୍ଫା ନିକଟରେ ବନ୍ୟା ହୋଇଥିବା ସମୟରେ ଆଇଟିବିପି ଯବାନମାନେ ସେହି ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ITBP ଯବାନ ପାହାଡିଆ ଅଞ୍ଚଳରେ ଖୁବ୍ ଭଲ କାମ କରିଥିବାର ପୂର୍ବ ରେକର୍ଡ ମଧ୍ୟ ରହିଛି । ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଇଟିବିପି ଯବାନମାନେ ଭଲ କାମ କରିଛନ୍ତି ।

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ,  ଗତ ବର୍ଷ ଅମରନାଥ ଗୁମ୍ଫା ନିକଟରେ କ୍ଲାଉଡ୍ ବର୍ଷ୍ଟର ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିପାଇଁ ସେଠାରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଅନେକ ଭକ୍ତଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତା’ପରେ ଅମରନାଥ ଯାତ୍ରା ସମୟରେ ITBP ର ଏକ ଟିମ୍ ନିୟୋଜିତ ହୋଇଥିଲେ । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସେ ଅତି ଚମତ୍କାର ଢଙ୍ଗରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଯେଉଁଥିପାଇଁ ସବୁ ମହଲରୁ ସେମାନଙ୍କୁ ପ୍ରଶଂସା ମଧ୍ୟ କରାଯାଇଥିଲା । ସେଥିପାଇଁ ଗୃହ ମନ୍ତ୍ରଣାଳୟ ଅମରନାଥ ଯାତ୍ରାର ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ IT ITBP କୁ ପ୍ରଦାନ କରିଛି ।

ସୂଚନାଯୋଗ୍ୟ, ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଦେଶର ବିଭିନ୍ନ ପ୍ରାନ୍ତରୁ ବାବା ଅମରନାଥଙ୍କ ଦର୍ଶନ ନିମନ୍ତେ ଛୁଟି ଆସନ୍ତି । ଅମରନାଥ ଯାତ୍ରା ପାଇଁ ଆଗୁଆ ଟିକଟ ବୁକିଂର ସୁବିଧା ମଧ୍ୟ କରାଯାଇଥାଏ ଯାହାଦ୍ୱାରା ଭକ୍ତମାନେ ଦୂରରୁ ଆସି ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ରହିବା ଓ ଖାଦ୍ୟ ପେୟରେ କୌଣସି ଅସୁବିଧାର ସମ୍ମୁଖିନ ହୋଇନଥାନ୍ତି । ବିଶେଷ କରି ଟ୍ରେନରେ ଯାତ୍ରୀମାନେ ବାବାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ପ୍ରବଳ ବର୍ଷା କିମ୍ୱା ପାଗ0ରେ ପରିବର୍ତ୍ତନ ହେଲେ ଅମରନାଥ ଯାତ୍ରା ବାତିଲ୍ ହେଉଥିବା ନଜିର ମଧ୍ୟ ରହିଛି ।

Also read- ଚଳନ୍ତା ଟ୍ରେନରେ ଗୁପୁଚୁପ୍ ବେପାର: ଭିଡିଓ ଭାଇରାଲ୍ ପରେ...